Posted inଜାତୀୟ

ଅପରେଶନ ସମୟରେ କଥା ହେଉଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ୍‌ ସର୍ଜରୀ

ସାଧାରଣତଃ ଡାକ୍ତରମାନେ ଶାନ୍ତ ଆଉ ଏକାଗ୍ରତା ରକ୍ଷାକରି ରୋଗୀଙ୍କ ଅପରେଶନ କରିଥାନ୍ତି। ଆଉ ଆତ୍ମୀୟସ୍ବଜନମାନେ ବାହାରେ ଠିଆ ହୋଇ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି। ମାତ୍ର ଓଟିରେ ଜଣେ ରୋଗୀଙ୍କ ଅପରେଶନ ଚାଲିଥିବା ବେଳେ ରୋଗୀ ନିଜେ ଡାକ୍ତରଙ୍କୁ ନିଜର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ଏବଂ ଡାକ୍ତର ମଧ୍ୟ ତାଙ୍କ ସହ ଲଗାତର କଥାବାର୍ତ୍ତା ଜାରି ରଖିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏମିତି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଜମେରଠାରେ।


ଜୈତାରଣରେ ରହୁଥିବା ୩୦ ବର୍ଷୀୟ ସାବର ରାମଙ୍କ ବାମପଟ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା। ଏହି ଟ୍ୟୁମର ଅପରେଶନ ସମୟରେ ଡାକ୍ତର ତାଙ୍କ ସହ କଥାବାର୍ତ୍ତା କରୁଥିଲେ। ସାବରଙ୍କର ମିତ୍ତଲ ହସ୍ପିଟାଲରେ ଏହି ଅପରେଶନ କରାଯାଇଥିଲା। ବ୍ରେନ୍‌ ଏବଂ ସ୍ପାଇନ୍‌ ସର୍ଜନ ଡାକ୍ତର ସିଦ୍ଧାର୍ଥ ବର୍ମା ସାବରଙ୍କ ସହ କଥା ହୋଇ ତାଙ୍କର ଟ୍ୟୁମର ଅପରେଶନ କରିଥିଲେ। ଏହି ଅପରେଶନ ଆୟୁଷ୍ମାନ ଭାରତ ମହାତ୍ମା ଗାନ୍ଧୀ ରାଜସ୍ଥାନ ସ୍ବାସ୍ଥ୍ୟ ବୀମା ଯୋଜନାରେ ମାଗଣାରେ କରାଯାଇଥିଲା।


ସାବରଙ୍କ ମୁଣ୍ଡ ଦରଜ ହେଉଥିଲା। ଏକ ମାସ ଧରି ଔଷଧ ଖାଇଥିଲେ ମଧ୍ୟ ଭଲ ହୋଇ ନ ଥିଲା। ତେବେ ଡାକ୍ତରଖାନାକୁ ଆସିବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଥିଲା। ନ୍ୟୁରୋ ସର୍ଜନ ଡାକ୍ତରଙ୍କ ଅନୁଯାୟୀ, ଏପରି ରୋଗ ଥିଲେ ରୋଗୀଙ୍କ ସହ କଥାବାର୍ତ୍ତା ଜରୁରୀ। ନଚେତ୍‌ ପରିସ୍ଥିତି ଭୟଙ୍କର ହୋଇଥାଏ। ତେଣୁ ଅପରେଶନ ସମୟରେ ତାଙ୍କୁ ସାବରଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼ିଥିଲା। ରୋଗୀଙ୍କୁ ଯେପରି ଦରଜ ନ ହେବ ସେ ପାଇଁ ଆନାସ୍ଥେସିଆ ଦିଆଯାଇଥିଲା। ଏହା ସହିତ ସାବରଙ୍କୁ ଲଗାତର ଆଖି ଖୋଲି ରଖିବାକୁ କୁହାଯାଇଥିଲା। ଆଉ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରିବାକୁ ପଡ଼ିଥିଲା। ଡାକ୍ତରଙ୍କ କହିବାନୁସାରେ, ଏହି ଅପରେଶନରେ ପୂରା ଟିମ୍‌ ଦକ୍ଷତାର ସହ କାମ କରି ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ ମଙ୍ଗଳବାର କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri