Posted inଜାତୀୟ

ଯଦି କୌଣସି ଦେଶ ପରମାଣୁ ବୋମା ପକାଇ ଦିଏ ଏହାର ବିକିରଣରୁ ବଞ୍ଚିବାର ଉପାୟ କ’ଣ? ଜାଣନ୍ତୁ କାମର କଥା

ନୂଆଦିଲ୍ଲୀ,୮ା୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୫ ଦିନ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କର ୯ଟି ଅଡ୍ଡା ଉପରେ ମିସାଇଲ ଆକ୍ରମଣ କରି ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈୟବା ପରି ଆତଙ୍କବାଦୀ ସଂଗଠନଙ୍କ ଅଡ୍ଡାକୁ ଟାର୍ଗେଟ କରାଯାଇଛି। ଭାରତ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଏକ ଏପରି ସମୟରେ କରାଯାଇଛି, ଯେତେବେଳେ ପାକିସ୍ତାନ ନିରନ୍ତର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଛି।

ଜଣାଇ ରଖୁଛୁ, ଭାରତ ଏବଂ ପାକିସ୍ତାନ ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଭୟ କରୁଛି ଏବଂ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଛି। ତେବେ, ଭାରତ ପାକିସ୍ତାନକୁ ତା’ର ନିଜ ଭାଷାରେ କଡ଼ା ଜବାବ ଦେଇଛି। ଏପରି ପରିସ୍ଥିତିରେ ଯଦି ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରେ ଏବଂ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ପାକିସ୍ତାନ ପରମାଣୁ ବୋମାର ବ୍ୟବହାର କରିପାରେ।

ବିସ୍ଫୋରଣଠାରୁ ଅଧିକ ଘାତକ ହେଉଛି ତା’ର ବିକିରଣ
ପରମାଣୁ ବୋମା ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ଅସ୍ତ୍ର। ଏହାର ଶେଷ ବ୍ୟବହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା, ଯେତେବେଳେ ଆମେରିକା ଜାପାନର ହିରୋଶିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଫୋପାଡିଥିଲା। ଏହି ଆକ୍ରମଣରେ ହିରୋଶିମାରେ କିଛି ମିନିଟରେ ପ୍ରାୟ ୮୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଏତେ ତାପମାତ୍ରା ସୃଷ୍ଟି ହୋଇଥିଲା ଯେ ଅନେକ ଲୋକ ଜଳି ଯାଇଥିଲେ। ଏହାଛଡା, ଆକ୍ରମଣ ପରେ ଏତେ ବିପଜ୍ଜନକ ବିକିରଣ ବ୍ୟାପିଥିଲା ଯେ ପରେ ମଧ୍ୟ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ବିକିରଣର ପ୍ରଭାବ ହିରୋଶିମାରେ ଆଜି ମଧ୍ୟ ଦେଖାଯାଉଛି। ଅନ୍ୟପକ୍ଷରେ, ନାଗାସାକିରେ ପରମାଣୁ ଆକ୍ରମଣ ପରେ ସହରର ୮୦ ପ୍ରତିଶତ ଅଂଶ ଧ୍ୱଂସ ହୋଇଯାଇଥିଲା।

ବିକିରଣରୁ କିପରି ବଞ୍ଚି ପାରିବେ?
ପ୍ରଥମେ ଜାଣି ରଖନ୍ତୁ ଯେ ଯଦି କୌଣସି ଦେଶ ପରମାଣୁ ଆକ୍ରମଣ କରେ, ତେବେ ବଞ୍ଚିବା ପାଇଁ ବହୁତ କମ ସମୟ ମିଳେ, କାରଣ ବିସ୍ଫୋରଣ ପରେ ତାପ ଏବଂ ଶକ୍ତି ବହୁତ ଦ୍ରୁତ ଗତିରେ ସୃଷ୍ଟି ହୁଏ ଓ ବ୍ୟାପିଥାଏ। ସବୁଠାରୁ ବିପଜ୍ଜନକ ହେଉଛି ଏହାର ବିକିରଣ, ଯାହା ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ। ଏପରି ପରିସ୍ଥିତିରେ ବିକିରଣରୁ ବଞ୍ଚିବା ପାଇଁ ଦୂରକୁ ପଳାଇବାର ଚେଷ୍ଟା ନ କରି ଯେଉଁଠି ଜାଗା ମିଳେ, ସେଠାରେ ନିଜକୁ ଲୁଚାଇ ରଖନ୍ତୁ ଏବଂ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରନ୍ତୁ। ଆପଣ ଯେଉଁ ପୋଷାକ ପିନ୍ଧିଛନ୍ତି, ତାହାକୁ ତୁରନ୍ତ ଖୋଲି ଦିଅନ୍ତୁ ଏବଂ ଏହାକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ବନ୍ଦ କରି ମଣିଷ ଓ ପଶୁଙ୍କ ପହଞ୍ଚରୁ ଦୂରେଇ ରଖନ୍ତୁ, କାରଣ ପୋଷାକରେ ବିକିରଣ ରହିବାର ସମ୍ଭାବନା ସବୁଠାରୁ ଅଧିକ। ଏହାପରେ ଗାଧୋଇ ନିଅନ୍ତୁ ଏବଂ ସାବୁନ ବ୍ୟବହାର କରି ନିଜକୁ ପରିଷ୍କାର କରନ୍ତୁ। ଧ୍ୟାନ ରଖନ୍ତୁ ଶରୀରକୁ ଅତ୍ୟଧିକ ଘଷନ୍ତୁ ନାହିଁ ଏବଂ ଆଖି, ନାକ ଓ କାନକୁ କେବଳ ପରିଷ୍କାର କପଡା ଦ୍ୱାରା ସଫା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତି ଜିତିଲା ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

Nvidiaର ସିଇଓ ପଦରୁ ଇସ୍ତଫା ଦେଲେ ଜେନସେନ ହୁଆଙ୍ଗ; ଜଣେ ଚାଇନିଜ ମହିଳାଙ୍କ ସହ ସମ୍ପର୍କକୁ ନେଇ ସୃଷ୍ଟି ହେଲା ବିବାଦ

ହଙ୍ଗକଙ୍ଗ,୧୨।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ଗତ କିଛି ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଚାଇନିଜ ଗୁପ୍ତଚରଙ୍କ ସହ ତାଙ୍କର ସମ୍ପର୍କ…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?