ସ୍କୁଲ୍‌, କଲେଜ ଆଗରେ ମୁକୁଳା ଟ୍ରାନ୍ସଫର୍ମର

ସାରସକଣା/ ଗୋପବନ୍ଧୁ ନଗର,୨୯ା୧୧(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା ହୋଇପଡ଼ିଛି। ବିଷେତଃ ଏହା ସ୍କୁଲ୍‌ ପରିସର ଓ କଲେଜ ଆଗରେ ଥିବାରୁ ଛାତ୍ରୀଛାତ୍ର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏଥିସହ ଖୁଣ୍ଟା ବ୍ଲକ୍‌ ପ୍ରବେଶ ପଥରେ ମୁକୁଳା ଟ୍ରାନ୍ସଫର୍ମର ବିପଦକୁ ନିମନ୍ତ୍ରଣ କରୁଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଯେ, ସାରସକଣା ମୁରୁଣିଆ ପଞ୍ଚାୟତ ମହୁଲବରେଇ ଗ୍ରାମର ଶରତପାଳ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାକଡ଼ରେ ମୁକୁଳା ଟ୍ରାନ୍ସଫର୍ମର ରହିଛି। ଉକ୍ତ ରାସ୍ତା ଦେଇ ଛାତ୍ରୀଛାତ୍ର ଯାତାୟାତ କରୁଛନ୍ତି। ଏହାକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି। ସେହିଭଳି ଉମାଦେଇପୁର ପଞ୍ଚାୟତର ଶଂଶାନଦୀ ଓ ଭଣ୍ଡାରିକୁଡ଼ା ଗ୍ରାମରେ ଥିବା ଶଂଶାନଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳପଡ଼ିଆ କଡ଼ରେ ଏକ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ପଡ଼ିରହିଛି। ବିଦ୍ୟାଳୟକୁ ଯାଉଥିବା ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ। ଟାଟା ପାୱାର ଅଧିକାରୀମାନେ ଏହାକୁ ନଜର ଦେବାକୁ ଗ୍ରାମର ୱାର୍ଡ ସଭ୍ୟ ତାପସୀ ମୁଣ୍ଡା, ନାଏବ ସରପଞ୍ଚ ଭାସ୍କର ନାଏକ, ମହେନ୍ଦ୍ର ମହାନ୍ତ ଦାବି କରିଛନ୍ତି।
ଅନୁରୂପ ଖୁଣ୍ଟା ବ୍ଲକ୍‌ ମୁଖ୍ୟ ଫାଟକ ଆଗରେ ଥିବା ମୁକୁଳା ବିପଦସଙ୍କୁଳ ଟ୍ରାନ୍ସଫର୍ମରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ୍‌ କାର୍ଯ୍ୟାଳୟକୁ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ଟ୍ରାନ୍ସଫର୍ମରକୁ ଲାଗି ଦୋକାନ ମଧ୍ୟ ରହିଛି। ବ୍ଲକ୍‌ କାର୍ଯ୍ୟାଳୟ ଫାଟକ ନିକଟରୁ ମାତ୍ର ୩/୪ ହାତ ଦୂରରେ ରହିଥିଲେ ହେଁ କାହାର ନଜର ପଡ଼ୁନି। ଏଥିସହ ବ୍ଲକ୍‌ଠାରୁ ବିଦ୍ୟୁତ୍‌ ମୁଖ୍ୟ କାର୍ଯ୍ୟାଳୟ ଓ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ୫ଶହ ମିଟର ଦୂର ହୋଇଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ। ଏଣୁ ଧନ ଜୀବନ ସୁରକ୍ଷା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଯଥା ଶୀଘ୍ର ଏଥିପ୍ରତି ଦୃଷ୍ଟିଦେବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri