କେବଳ ପୁରୀ ସହରବାସୀଙ୍କୁ ମିଳିବ ବରାଦି ଅବଢ଼ା

ପୁରୀ ଅଫିସ,୭ା୯: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କୁ ଆଉ ମିଳିବନି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଶାଳାରେ ପୂର୍ବପରି ରନ୍ଧାଯିବ ନାହିିଁ ବରାଦି ଅବଢା। କେବଳ ପୁରୀବାସୀଙ୍କୁ ମିଳିବ ବରାଦି ମହାପ୍ରସାଦ। ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନେଇଛି ସୁଆର ମହାସୁଆର ନିଯୋଗ। ରବିବାର ନିଯୋଗ ବୈଠକ ବସି ଆଲୋଚନା ହୋଇ ମହାପ୍ରସାଦ ପ୍ରସ୍ତୁତିକୁ କାଣ୍ଟଛାଣ୍ଟ କରାଯାଇଛି।
ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ କମ୍‌ ମହାପ୍ରସାଦ ରନ୍ଧାଯିବ। ବରାଦି ମହାପ୍ରସାଦ ଅଧିକ ରନ୍ଧାଯିବ ନାହିିଁ। ବର୍ତ୍ତମାନ ପିତୃପକ୍ଷ ଯୋଗୁ ଶ୍ରାଦ୍ଧ କର୍ମ ଚାଲିଛି। ଏଥିଲାଗି କେବଳ ପୁରୀ ସହରବାସୀ ଏବଂ ସେବାୟତ ପରିବାରଙ୍କ ଆବଶ୍ୟକତା ଅନୁଯାୟୀ ବରାଦି ଭୋଗ ରନ୍ଧାଯିବ। ବାହାର ଲୋକଙ୍କଠାରୁ ଅର୍ଡର (ବରାଦ) ରଖାଯିବ ନାହିଁ। ଦୈନିକ ପ୍ରାୟ ହଜାରରୁ ଦେଢ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯିବ। ଫଳରେ ପୂର୍ବରୁ ମହାପ୍ରସାଦ ପ୍ରସ୍ତୁତିରେ ଯେତେ ଲୋକ ଲାଗୁଥିଲେ ସେମାନଙ୍କ ସଂଖ୍ୟା ବି କମିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ପରଠାରୁ ୧୦୦ ବୋଝିଆ ଆସୁଥିଲେ। ଏବେ ୩୦ ଜଣ ଆସିବେ। ପାଣିଆ ଯୋଗାଣିଆ ୫୦ ଜଣଙ୍କ ଜାଗାରେ ୨୦ ଜଣ, ପନିପରିବା କାଟିବା ପାଇଁ ୧୦୦/୧୫୦ ଜଣ ଆସୁଥିବା ବେଳେ ଏବେ ୩୦ରୁ ୪୦ ଜଣ ମନ୍ଦିରକୁ ଯିବେ। ସେହିପରି ଅଧିକ ଅର୍ଡର ମଧ୍ୟ ରଖାଯିବ ନାହିିଁ ବୋଲି ପ୍ରତିହାରୀ ସୂଚନା ଦେଇଛନ୍ତି। ପୁରୀ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏପରି କି ଶ୍ରୀମନ୍ଦିର ସେବାୟତ ଏଥିରୁ ବାଦ୍‌ ପଡ଼ିିନାହାନ୍ତି। ବହୁ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ବରାଦି ମହାପ୍ରସାଦ ରନ୍ଧାକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସହ ଜିଲାପାଳ ବଲଓ୍ବନ୍ତ ସିଂ ଆଲୋଚନା କରି ଏହି ପ୍ରସ୍ତାବ ଦେଇଥିଲେ। ସେହି ଅନୁଯାୟୀ ରବିବାର ନିଯୋଗ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ହୋଇଛି।
ସୂଚନାଥାଉ କି, ଅବଢା ପାଇଁ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଦୈନିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛି। ପର୍ବପର୍ବାଣି ଦିନରେ ସ୍ଥିତି ଅଣାୟତ୍ତ ହୋଇପଡୁଛି। କେହି ସାମାଜିକ ଦୂରତ୍ୱ ମାନୁନାହାନ୍ତି। ଏସବୁ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ବରାଦି ମହାପ୍ରସାଦ ବନ୍ଦ ଲାଗି ନିଷ୍ପତ୍ତି ନେଇ ସୁଆର ମହାସୁଆର ନିଯୋଗକୁ ଅବଗତ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?