ଏକମାତ୍ର ପୁଅର ୨ କିଡ୍‌ନୀ ଖରାପ

ପାଟଣା,୨୩ା୬(ବୀର କିଶୋର ଦାଶ): ସାଙ୍ଗସାଥୀଙ୍କ ମେଳରେ ଖେଳିବା, ବୁଲିବା କଥା; କଅଁଳ ବୟସରେ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ଚୀନାମାଳିପଶି କେତାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ଶରତ ଚନ୍ଦ୍ର ସେଠୀ, ଜ୍ୟୋସ୍ନାରାଣୀଙ୍କ ଏକମାତ୍ର ପୁଅ ରିଙ୍କୁ(୧୩)ଙ୍କ ୨ କିଡ୍‌ନୀ ଖରାପ ହୋଇଯାଇଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସାରେ ବାଧା ଉପୁଜୁଛି। ପୁଅର ଚିକିତ୍ସା ନିମନ୍ତେ ସହାୟତା କରିବାକୁ ମା’ବାପା ଆକୁଳ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ରିଙ୍କୁଙ୍କୁ ୬ ବର୍ଷ ହୋଇଥିବା ବେଳେ ତାଙ୍କ ପେଟ ଓ ଆଖି ଫୁଲି ଯାଇଥିଲା, କଟକ ଶିଶୁଭବନରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ରିଙ୍କୁଙ୍କୁ ନେପ୍ରୋଥିକ ସେନଡ୍ରମ ହୋଇଥିବା ତତ୍କାଳୀନ ଶିଶୁଭବନ ଡା. ସୁବଳ ପ୍ରଧାନ କହିଥିଲେ। ଔଷଧ ଖାଇଲେ ରୋଗ ୧୨ ବର୍ଷ ବେଳକୁ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏବେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତ ମାର୍ଚ୍ଚ ୯ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ମା’ବାପା କଟକ ଶିଶୁଭବନରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ଏକ ନିର୍ଦ୍ଦିଷ୍ଟ ମେଡିସିନ ଦୀର୍ଘ ଦିନ ଖାଇବା ଫଳରେ ରିଙ୍କୁଙ୍କ ୨ଟିଯାକ କିଡ୍‌ନୀ ଖରାପ ହୋଇଯାଇଥିବା ଡାକ୍ତର କହିଥିଲେ। କିଡ଼୍‌ନୀ ପ୍ରତିରୋପଣ ପାଇଁ ଡୋନରଙ୍କ ସହ ୧୮ରୁ ୨୦ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଏବେ ରିଙ୍କୁଙ୍କୁ ସପ୍ତାହରେ ୨ଥର ଡାଏଲିସିସ କରିବାକୁ କଟକ ନେବାକୁ ପଡୁଛି। ପାଖରେ ଯାହା ଟଙ୍କା ଥିଲା ସରିଯାଇଥିବା ଘର ସାମଗ୍ରୀ, ଅଳଙ୍କାର ବିକ୍ରି କରିସାରିଲେଣି। ଶିଶୁ ଭବନରେ ଡାଏଲିସିସ ଫ୍ରିରେ ହେଉଥିବା ବେଳେ ଯିବା ଆସିବା ପାଇଁ ଥରକୁ ୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଶରତ କହିଛନ୍ତି। ଶରତ ଜଣେ ଟ୍ରକ୍‌ ଡ୍ରାଇଭର ହୋଇଥିବା ବେଳେ ପୁଅକୁ ଛାଡି ଗାଡ଼ି ଚଲାଇବାକୁ ଯାଇପାରୁନାହାନ୍ତି। ଏଭଳି ସ୍ଥଳେ ପାଖରେ ଆଉ ଟଙ୍କା ପଇସା ନ ଥିବାରୁ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଶରତ ଆକୁଳ ନିବେଦନ କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଗରିବ ଅସହାୟ କିଶୋରର ଚିକିତ୍ସା ପାଇଁ ବେସରକାରୀ ଓ ସରକାରୀସ୍ତରରେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ଶୁକ୍ରବାର ଅସହାୟ ଦମ୍ପତି କେନ୍ଦୁଝର ଏମ୍‌ପି ଅନନ୍ତ ନାଏକଙ୍କୁ ଭେଟିବାକୁ ଯାଇଥିବା ବେଳେ ଅନନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପିଏସଓଙ୍କୁ ସାକ୍ଷାତ କରି ଦରଖାସ୍ତ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri