ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଥିବା ପାଠପଢ଼ାକୁ ଆଗେଇ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ମୋଟ୍‌ ୧ଲକ୍ଷ ୧୫ ହଜାର ୨୮୯ ଛାତ୍ରୀଛାତ୍ର ଉକ୍ତ ବ୍ୟବସ୍ଥାରୁ ସେପରି କିଛି ଲାଭ ପାଇପାରି ନାହାନ୍ତି। ଶିଳ୍ପ ସମୃଦ୍ଧ ଏହି ଜିଲାର ମାତ୍ର ୨୦ ପ୍ରତିଶତ ଅର୍ଥାତ୍‌ ୨୩ ହଜାର ପିଲା ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇପାରୁଥିବା ବେଳେ ଆଣ୍ଟ୍ରଏଡ୍‌ ସେଟ୍‌ ନ ଥିବା ଓ ଅନ୍ୟାନ୍ୟ ସମସ୍ୟାରୁ ୯୨ ହଜାର ପିଲା ବଞ୍ଚିତ ରହିଛନ୍ତି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି।
ଅନ୍‌ଲାଇନ୍‌ରେ ଶିକ୍ଷା ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଅନୁଗୋଳ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜିଲାର ୮ଟି ବ୍ଲକ, ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିର ପ୍ରଥମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ମୋଟ୍‌ ୧ ଲକ୍ଷ ୧୫ ହଜାର ୨୮୯ ଛାତ୍ରୀଛାତ୍ରଙ୍କ ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅନେକ ସ୍ଥାନରେ ମୋବାଇଲ୍‌ ନେଟ୍‌ୱର୍କ ନ ଥିବା ସମସ୍ୟା ସୃଷ୍ଟି କରିଛି। ସେହିପରି ହଜାର ହଜାର ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ୍‌ ସେଟ୍‌ ନ ଥିବାରୁ ସେମାନଙ୍କ ପିଲା ଏହି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରି ନାହାନ୍ତି। ଜିଲା ଶିକ୍ଷା କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଜିଲାରେ ପ୍ରାଥମିକ ବିଦ୍ୟାଳୟରେ ୫୭ ହଜାର ୩୪୧ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୦ ହଜାର ୩୮୭ ଜଣଙ୍କ ଘରେ ଆଣ୍ଡ୍ରଏଡ୍‌ ଫୋନ୍‌ ଅଛି। ତେଣୁ ଗ୍ରୁପ୍‌ କରାଯାଇ ୧୦ ହଜାର ୪୯୯ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଦିଆଯାଉଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୭ ହଜାର ୪୨୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୭ ହଜାର ୯୩୮ ଜଣଙ୍କ ଘରେ ଆଣ୍ଡ୍ରଏଡ୍‌ ଫୋନ୍‌ ଥିବାବେଳେ ୭୭୬୪ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି। ୯ମ ଓ ୧୦ମ ଶ୍ରେଣୀରେ ଜିଲାରେ ମୋଟ୍‌ ୨୦ ହଜାର ୫୨୨ ଛାତ୍ରୀଛାତ୍ର ଥିବାବେଳେ ୪ ହଜାର ୮୮୮ ଜଣଙ୍କ ଅଭିଭାବକଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri