ଅନ୍‌ଲାଇନ ପାଗଳାମି

କୋଭିଡ୍‌ ୧୯ ଯୋଗୁ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିଲା। ସେତେବେଳେ ପିଲାମାନଙ୍କ ପାଠପଢ଼ା ପାଇଁ ବରଦାନ ସଦୃଶ ଉଭା ହୋଇଥିଲା ସ୍ମାର୍ଟଫୋନ୍‌। ଅନ୍‌ଲାଇନ ଶିକ୍ଷାର ଚାହିଦା ବଢ଼ିଥିଲା। କରୋନାର ପ୍ରଭାବ କମିବା ପରେ ମଧ୍ୟ ପିଲାଙ୍କ ପଢ଼ା ଏବେ ଅନେକ କ୍ଷେତ୍ରରେ ହାଇବ୍ରିଡ୍‌ ମୋଡ୍‌ରେ ହେଉଛି। ଅର୍ଥାତ୍‌ କ୍ଲାସ୍‌ରୁମ୍‌ ସହ ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ର ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ସ୍ମାର୍ଟଫୋନ୍‌ ପ୍ରତି ପିଲାଙ୍କ ଆସକ୍ତି ବଢ଼ିବା ଏବେ ବଡ଼ ସମସ୍ୟା ସୃଷ୍ଟି କଲାଣି। ଖେଳପଡ଼ିଆ ଓ ପାଠାଗାରଠାରୁ ପିଲାଙ୍କ ପାଇଁ ଫୋନ୍‌ର ଆକର୍ଷଣ ବଢ଼ିଯାଇଥିବାରୁ ମାତାପିତା ଓ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ପଢ଼ିବା ଭିତରେ ସ୍ମାର୍ଟଫୋନ୍‌ ସୀମିତ ନ ରହି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଆଗକୁ ଭୟଙ୍କର ବିପଦ ଆସୁଥିବା ଆଶଙ୍କା କରି ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ସୋସିଆଲ ମିଡିଆ ଦେଖିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ନିଷ୍ପତ୍ତି ନେଇଥିବା ସେଠାକାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଅଣାଯିବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ବିତର୍କ ଆରମ୍ଭ ହୋଇଛି। ଭାରତରେ ମଧ୍ୟ କେତେକେ ଆଲବାନିଜ୍‌ଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହି ଏଠାରେ ଅନୁରୂପ କଠୋର ଆଇନ ଆସିବା ସପକ୍ଷରେ ମତ ରଖୁଛନ୍ତି। ପିଲାମାନେ ସୋସିଆଲ ମିଡିଆ ଓ ପ୍ରବଳ ଇଣ୍ଟରନେଟ୍‌ ବ୍ୟବହାର କରୁଥିବାରୁ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ଆଲୋଚନା ହେବା ସ୍ବାଗତଯୋଗ୍ୟ।
ଦେଖିବାକୁ ଗଲେ ସୋସିଆଲ ମିଡିଆ ସମୁଦ୍ର ଓ ଆକାଶ ପରି ବ୍ୟାପ୍ତ। ତାହାକୁ ନିୟନ୍ତ୍ରଣ କରିବା ଲାଗି କୁଳକିନାରା ଥିବା ଭଳି ମନେହେଉ ନାହିଁ। ଏହାର ସମସ୍ତ ବ୍ୟବହାରକାରୀ ସମାନ ଭାବେ ସଚେତନ ନ ଥିବାରୁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଯାଉଛି। ଜାତି, ଧର୍ମ, ବର୍ଣ୍ଣଭିତ୍ତିକ ପକ୍ଷପାତଠାରୁ ଆରମ୍ଭ କରି ବିଭାଜନ ରାଜନୀତି, ଆତଙ୍କବାଦୀ କିମ୍ବା ଉଗ୍ରପନ୍ଥୀ ଚିନ୍ତାଧାରାକୁ ବିସ୍ତାର ଓ ଅଶ୍ଳୀଳ ବିଷୟବସ୍ତୁ ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଉଛି। ଏହାର ଉପଭୋକ୍ତା ବର୍ଗ ଭିନ୍ନ ଥିଲେ ମଧ୍ୟ ବିଶେଷକରି ଯୁବପିଢ଼ି ଏହା ଦ୍ୱାରା ଘୋର ପ୍ରଭାବିତ ହେଉଛନ୍ତି। ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ଅନେକ ସମୟରେ ସେମାନେ ଭୁଲ୍‌ ବାଟରେ ପଡ଼ି ଯାଉଛନ୍ତି। ଅନ୍‌ଲାଇନ୍‌ ଗେମ୍‌ରେ ମାତି ବହୁ ପିଲା ଆତ୍ମହତ୍ୟା କରିଦେଉଥିବାର ଖବର ବାରମ୍ବାର କିଛିବର୍ଷ ଧରି ପ୍ରକାଶ ପାଇଆସୁଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ସୋସିଆଲ ମିଡିଆର ପ୍ରବଳ ଆସକ୍ତି ଆରମ୍ଭ ହେବା ପୂର୍ବରୁ ‘ବ୍ଲୁ ହ୍ବେଲ’, ‘ପପ୍‌ଜି’ ଭଳି ଅନ୍‌ଲାଇନ ଖେଳ ଅନେକ ପିଲାଙ୍କ ଜୀବନ ନେଇଛି। ସେହିଭଳି ଅଶ୍ଳୀଳ ସାଇଟ୍‌ ଦେଖିବାରୁ ପିଲାଙ୍କୁ ସାଇବର ଠକମାନେ ଟ୍ରାପ୍‌ କରି ଫାଇଦା ନେଇଯାଉଛନ୍ତି। ଯିଏ ଥରେ ବି ସେଭଳି ସାଇଟ୍‌କୁ ବ୍ରାଉଜ୍‌ କରିଦେଇଥିବେ ଆଲ୍‌ଗୋରିଦିମ୍‌ ଏଭଳି ଅଛି ଯେ ତାଙ୍କ ପାଖକୁ ସମାନ ଧରଣର ବିଷୟବସ୍ତୁ ଆସିଯାଉଛି। କଅଁଳିଆ ବୟସର ହୋଇଥିବାରୁ ଅନେକେ ଭୁଲ କାର୍ଯ୍ୟ କରିବା ସ୍ବାଭାବିକ। କେବଳ ଅଳ୍ପ ବୟସ ବର୍ଗର ନୁହେଁ, ଏବେ ସବୁ ବୟସର ନାଗରିକଙ୍କୁ ଏହି ରୋଗ ବ୍ୟାପିଲାଣି। ଏପରିକି ଅନେକ ଅସତ୍ୟକୁ ବିଭିନ୍ନ ପ୍ରକାର ଭିଡିଓ ଓ ଲେଖା ମାଧ୍ୟମରେ ଚତୁର ଏଡିଟିଂ ଦ୍ୱାରା ବାସ୍ତବ ବୋଲି ସାଧାରଣରେ ବିଶ୍ୱାସ କରାଇ ଦିଆଯାଉଛି। ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଖବର ବିଷୟରେ ଅତ୍ୟନ୍ତ ସଚେତନ ଥିବା ବ୍ୟକ୍ତି ମଧ୍ୟ ବାଉଳା ହୋଇଯାଉଛନ୍ତି।
ଏଭଳି ପ୍ରଚ୍ଛଦପଟରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ସୋସିଆଲ ମିଡିଆ ଦେଖିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ଖୁଣି ହେବ ନାହିଁ। ଅନ୍ୟପକ୍ଷରେ ଆଇନ ଯେ ସମସ୍ୟାର ସମାଧାନ ଆଣିବ ତାହା ହଲପ୍‌ ଦେଇ କହିହେବ ନାହିଁ। କାରଣ ଯେପର୍ଯ୍ୟନ୍ତ ସୋସିଆଲ ମିଡିଆକୁ ନିର୍ଦ୍ଦିଷ୍ଟ ବୟସବର୍ଗ ଭିତରେ ରଖିବାର ସ୍ମାର୍ଟଫୋନ୍‌ ବିକଶିତ ହୋଇ ନାହିଁ, ପିଲାମାନଙ୍କୁ ସେଥିରୁ ଦୂରେଇ ରଖିବା ବିଷୟ ଭାବିବା ନିରର୍ଥକ ବୋଲି କୁହାଯାଉଛି। ଯଦି କୌଣସି ଯନ୍ତ୍ର ଏଭଳି ଆସେ ଯେ, ତାହାକୁ ପିଲାମାନେ ଛୁଇଁଲା ମାତ୍ରେ ସୋସିଆଲ ମିଡିଆ କାର୍ଯ୍ୟକ୍ଷମ ହୋଇପାରନ୍ତା ନାହିଁ, ତାହା ହେଲେ ସୁଫଳ ମିଳିପାରନ୍ତା। ଅବଶ୍ୟ ଏଭଳି ଫିଚର ଆଗକୁ ଆସିପାରେ, ତାହାକୁ ଅସ୍ବୀକାର କରିହେବ ନାହିଁ। କିନ୍ତୁ ସେଭଳି ଯନ୍ତ୍ରପାତି ଏବେ ନାହିଁ। ଉଦାହରଣ ସ୍ବରୂପ, ନିକଟରେ ଇସ୍ରାଏଲ ଯେଉଁଭଳି ଭାବେ ହେଜ୍‌ବୋଲ୍ଲା ଉପରେ ପେଜର ଆକ୍ରମଣ କରିଥିଲା, ସେଥିରେ ଯନ୍ତ୍ରଟିକୁ ଧରିଥିବା ବ୍ୟକ୍ତିର ଆଇରିସ୍‌କୁ ପଢ଼ିବା ପରେ ବିସ୍ଫୋରଣ ଘଟାଯାଇପାରିଥିଲା।
ଏଠାରେ ମନେପଡ଼େ ଚାଇନା ୨୦୨୩ରେ ଏକ ନିୟମ କରିଥିଲା, ଯେଉଁଥିରେ ନାବାଳକମାନେ ସେମାନଙ୍କ ମୋବାଇଲରେ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ନାହିଁ। ଏଥିସହିତ ପିଲାମାନେ ଦିନକୁ ମାତ୍ର ୨ ଘଣ୍ଟା ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ ବୋଲି କୁହାଯାଇଥିଲା। ତାହାର କାର୍ଯ୍ୟକାରିତା କେତେ ଦୂର ସଫଳ ହୋଇଛି ସେ ନେଇ ବିଶେଷ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଚାଇନାର ଉଦ୍ୟମ ଦର୍ଶାଇଥିଲା ଯେ, ସେହି ଦେଶରେ ମଧ୍ୟ ଏହି ରୋଗର ଭୟାବହତା ବ୍ୟାପିଛି। ଭାରତ ଏ ଦିଗରେ ଖୁବ୍‌ଶୀଘ୍ର ଚିନ୍ତା କରିବାର ସମୟ ଆସିଲାଣି। ତେଣୁ ସରକାର ସୋସିଆଲ ମିଡିଆ କମ୍ପାନୀ, ମାତାପିତା ଓ ଅଭିଭାବକଙ୍କ ପରାମର୍ଶ ନେଇ ଏବେଠାରୁ କିଛି ବାଟ ବାହାର ନ କଲେ ଆଗାମୀ ଦିନରେ ସମାଜ ଗୋଟେ ବଡ଼ ବିପଦର ସମ୍ମୁଖୀନ ହୋଇପାରେ। ତେବେ ପିଲାଟିଏ କେଉଁଭଳି ପରିବେଶ ଦେଇ ବଢ଼ୁଛି, ତାହା ଗୁରୁତ୍ୱ ରଖୁଥିବାରୁ ମାତାପିତା ଓ ଅଭିଭାବକ ସବୁଠୁ ଅଧିକ ସତର୍କ ରହିବା ଦରକାର। ଏହା କହିଲା ବେଳକୁ ଆମେ ମନେରଖିଛୁ ଯେ ସ୍ମାର୍ଟଫୋନ୍‌ ଦେବାକୁ ମାତାପିତା ମନା କରିଦେବା ହେତୁ କେତେକ ପିଲା ଆତ୍ମହତ୍ୟା କରିଦେଇଛନ୍ତି। ଏଭଳି ମାନସିକତାକୁ କେଉଁଭଳି ସମ୍ଭାଳିବା ଦରକାର ସେ ସମ୍ପର୍କରେ କେବଳ ଆଇନ ନୁହେଁ, ଅନ୍ୟ କେଉଁ ପ୍ରକାର ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ, ତାହା ଚିନ୍ତା କରିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri