Advertisement

୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ ବନ୍ଦ ଯୋଗୁ ପିଲାଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିଛି। ତେବେ ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପିରି ଚିଞ୍ଚ୍‌ଓ୍ବାର୍ଡ ଅଞ୍ଚଳରେ ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପାଇଁ ଘରୋଇ ସ୍କୁଲଗୁଡ଼ିକରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ଅଭିଭାବକମାନେ ସ୍କୁଲ ଫି ପୈଠ କରି ନ ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଥିବାରୁ ଅଭିଭାବକଭାବେ ଫି ଦେବାକୁ ସକ୍ଷମ ନୁହନ୍ତି ବୋଲି ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି। ଗତ ୯ ମାସ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏପରିସ୍ଥଳେ ବିନା ରିହାତିରେ ଅଭିଭାବକଙ୍କୁ ଫି ପୈଠ କରିବାକୁ ପଡୁଛି। ଅପରପକ୍ଷରେ ସ୍କୁଲ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିନା ଫିରେ ଅନ୍‌ଲାଇନ୍‌ କ୍ଲାସ୍‌ କରାଯିବା ସମ୍ଭବ ନୁହେଁ। ତେଣୁ ରାଜ୍ୟର ୧୪୦୦ ଘରୋଇ ସ୍କୁଲରେ ୩ ଦିନ ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସମ୍ପର୍କିତ ସୂଚନା ଅଭିଭାବକଙ୍କୁ ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷିନୀତିର ପୁନର୍ବିଚାର ହେଉ: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ, ୨୪।୧୦:ସରକାର କୃଷିନୀତିର ପୁନର୍ବିଚାର କରନ୍ତୁ ବୋଲି ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଶନିବାର ଟୁଇଟର ଯୋଗେ ଆହ୍ବାନ ଦେଇଛନ୍ତି। ଜଣେ ଚାଷୀ ତାଙ୍କର କଷ୍ଟୋପାର୍ଜିତ...

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ...

ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା

ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା...

ମୋଦିଙ୍କ ରାଲିରେ ବିସ୍ଫୋରଣ ଘଟଣା: ୪ ଜଣଙ୍କୁ ଫାଶୀ ଦଣ୍ଡ

ପାଟନା,୧।୧୧: ୨୦୧୩ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି। ୯ ଜଣ ଦୋଷୀଙ୍କ ମଧ୍ୟରୁ...

ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…

ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର...

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ...

ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ...

ଗୋବର ଦ୍ୱାରା କମ୍ ହେବ ରେଡିଏଶନ!

ନୂଆଦିଲ୍ଲୀ,୧୩ ।୧୦: ଅନେକ ସମୟରେ ଗାଈ ଗୋବରକୁ ନେଇ ବିଭିନ୍ନ ପ୍ରକାର ଦାବି କରାଯାଉଛି । ଆଉ ଏହାପରେ ଏହାକୁ ନେଇ ବିବାଦ ବି ମୁଣ୍ଡ...

Advertisement
Archives

Model This Week