‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ ତୁଲସିୟାନ୍‌, ଉପସଭାପତି ସଞ୍ଜୟ ଲୋହିଆ, ସମ୍ପାଦକ ଅବଦୁଲ ରଜାକ ମେହମୁଦ୍‌, ଯୁଗ୍ମ ସମ୍ପାଦକ ମହମ୍ମଦ ନିଜାମୁଦ୍ଦିନ୍‌, କୋଷାଧ୍ୟକ୍ଷ କମଲ ମାଫିକା, ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ୍‌ ପାତ୍ର, ମୁକେଶ ଜୈନ୍‌ ପ୍ରମୁଖ ଯୋଗଦେଇଥିଲେ। ଫୁଟ୍‌ଓ୍ବେୟାର କମ୍ପାନୀଗୁଡିକ ଅନ୍‌ଲାଇନ କାରବାର କରିବା ଦ୍ୱାରା ଟ୍ରେଡର୍ସମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୭-୮ମାସ ହେଲା ଅନ୍‌ଲାଇନ୍‌ ମାର୍କିଟିଂ କମ୍ପାନୀଗୁଡ଼ିକ ସିଧାସଳଖ କାରବାର କରୁଛନ୍ତି। ନିର୍ଦ୍ଦିଷ୍ଟ ଆପ୍‌ ମାଧ୍ୟମରେ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ଗୋଟିଏ ଉତ୍ପାଦକୁ ଟ୍ରେଡର୍ସ ଯେତିକି ଟଙ୍କାରେ କିଣୁଛି, ତା’ ଠାରୁ କମ୍‌ ଦାମରେ କମ୍ପାନୀ ସିଧାସଳଖ ଅନଲାଇନରେ ଗ୍ରାହକ ଏବଂ ରିଟେଲରଙ୍କୁ ବିକ୍ରି କରୁଛି। ଅନ୍‌ଲାଇନରେ କମ୍‌ ଦରରେ ସାମଗ୍ରୀ ପାଇବା ପରେ ଡିଷ୍ଟ୍ରିବ୍ୟୁଟରଙ୍କ ଉପରେ ରିଟେଲରଙ୍କ ଭରସା ତୁଟୁଛି। ସେମାନେ ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ଠକେଇର ଶିକାର ହେଉଥିବା ଭାବୁଛନ୍ତି। ଅନ୍‌ଲାଇନ କିଣାବିକା ଦ୍ୱାରା ଓଡ଼ିଶା ସରକାରଙ୍କୁ ଟିକସ ମିଳୁନାହିଁ। ଏହା ଅନ୍ୟ ରାଜ୍ୟର ରାଜକୋଷକୁ ଚାଲିଯାଉଛି। ରାଜ୍ୟରେ ଫୁଟୱେୟାର ଶିଳ୍ପରେ ୧୦ଲକ୍ଷରୁ ଊଦ୍ଧର୍‌ବ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। କମ୍ପାନୀଗୁଡ଼ିକର ଅନ୍‌ଲାଇନ୍‌ କାରବାର ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି। ଏହାର ପ୍ରତିକାର କରାଯିବ ଆବଶ୍ୟକ ବୋଲି ଦାବି ଉଠିଥିଲା। ବୈଠକରେ ଅନୁଗୋଳ, ଢେଙ୍କାନାଳ, କଟକ, ଭୁବନେଶ୍ବର, ବୌଦ୍ଧ, ଭବାନୀପାଟଣା, କେଶିଙ୍ଗା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଅଞ୍ଚଳର ୨୦ଜଣ ଟ୍ରେଡର୍ସ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri