‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ ତୁଲସିୟାନ୍‌, ଉପସଭାପତି ସଞ୍ଜୟ ଲୋହିଆ, ସମ୍ପାଦକ ଅବଦୁଲ ରଜାକ ମେହମୁଦ୍‌, ଯୁଗ୍ମ ସମ୍ପାଦକ ମହମ୍ମଦ ନିଜାମୁଦ୍ଦିନ୍‌, କୋଷାଧ୍ୟକ୍ଷ କମଲ ମାଫିକା, ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ୍‌ ପାତ୍ର, ମୁକେଶ ଜୈନ୍‌ ପ୍ରମୁଖ ଯୋଗଦେଇଥିଲେ। ଫୁଟ୍‌ଓ୍ବେୟାର କମ୍ପାନୀଗୁଡିକ ଅନ୍‌ଲାଇନ କାରବାର କରିବା ଦ୍ୱାରା ଟ୍ରେଡର୍ସମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୭-୮ମାସ ହେଲା ଅନ୍‌ଲାଇନ୍‌ ମାର୍କିଟିଂ କମ୍ପାନୀଗୁଡ଼ିକ ସିଧାସଳଖ କାରବାର କରୁଛନ୍ତି। ନିର୍ଦ୍ଦିଷ୍ଟ ଆପ୍‌ ମାଧ୍ୟମରେ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ଗୋଟିଏ ଉତ୍ପାଦକୁ ଟ୍ରେଡର୍ସ ଯେତିକି ଟଙ୍କାରେ କିଣୁଛି, ତା’ ଠାରୁ କମ୍‌ ଦାମରେ କମ୍ପାନୀ ସିଧାସଳଖ ଅନଲାଇନରେ ଗ୍ରାହକ ଏବଂ ରିଟେଲରଙ୍କୁ ବିକ୍ରି କରୁଛି। ଅନ୍‌ଲାଇନରେ କମ୍‌ ଦରରେ ସାମଗ୍ରୀ ପାଇବା ପରେ ଡିଷ୍ଟ୍ରିବ୍ୟୁଟରଙ୍କ ଉପରେ ରିଟେଲରଙ୍କ ଭରସା ତୁଟୁଛି। ସେମାନେ ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ଠକେଇର ଶିକାର ହେଉଥିବା ଭାବୁଛନ୍ତି। ଅନ୍‌ଲାଇନ କିଣାବିକା ଦ୍ୱାରା ଓଡ଼ିଶା ସରକାରଙ୍କୁ ଟିକସ ମିଳୁନାହିଁ। ଏହା ଅନ୍ୟ ରାଜ୍ୟର ରାଜକୋଷକୁ ଚାଲିଯାଉଛି। ରାଜ୍ୟରେ ଫୁଟୱେୟାର ଶିଳ୍ପରେ ୧୦ଲକ୍ଷରୁ ଊଦ୍ଧର୍‌ବ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। କମ୍ପାନୀଗୁଡ଼ିକର ଅନ୍‌ଲାଇନ୍‌ କାରବାର ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି। ଏହାର ପ୍ରତିକାର କରାଯିବ ଆବଶ୍ୟକ ବୋଲି ଦାବି ଉଠିଥିଲା। ବୈଠକରେ ଅନୁଗୋଳ, ଢେଙ୍କାନାଳ, କଟକ, ଭୁବନେଶ୍ବର, ବୌଦ୍ଧ, ଭବାନୀପାଟଣା, କେଶିଙ୍ଗା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଅଞ୍ଚଳର ୨୦ଜଣ ଟ୍ରେଡର୍ସ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri