ଉଜ୍ଜ୍ୱଳ ତ୍ୱଚା ଲାଗି ପିଆଜ

ପିଆଜର ଅନେକ ଉପକାରୀ ଗୁଣ ରହିଛି। ତେବେ ଏହା ଅନେକ ସମୟରେ ତ୍ୱଚା ମସମ୍ୟାକୁ ଦୂର କରିଥାଏ। ଅନେକ ଜଣ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କିଛି ସମସ୍ୟା ଦେଖାଯାଇ ନ ଥାଏ। ଏଥିରେ ଭିଟାମିନ , ଆଣ୍ଟି – ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟରିଆଲ, ଆଣ୍ଟି ସେଫ୍ଟି, ଆଣ୍ଟି ଇମ୍ଫ୍ଲେମେଟାରୀ ଗୁଣ ରହିଛି, ଯାହା ତ୍ୱଚା ସମସ୍ୟାକୁ ଦୂର କରିଥାଏ।

ତେବେ କିପରି ଏହାର ବ୍ୟବହାର କରିବେ ଜାଣନ୍ତୁ ,

ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲୁକା ଭାବରେ ମାଲିସ କରନ୍ତୁ। ପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ।

ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ ଅଏଲ ମିଶାଇ ଲଗାନ୍ତୁ। ଦେଖିବେ କିଛିଦିନ ପରେ ଏହି ସମସ୍ୟା ଦୂର ହୋଇଯିବ।

ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri