ଜଣେ କରିଦେବ କଳୁଷିତ

ଦିଲ୍ଲୀର ନିର୍ଭୟା ଗଣବଳାତ୍କାରର ୯ ବର୍ଷ ପରେ ନିକଟରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍‌ ପୂରାଇ ଦିଆଯାଇଥିଲା। ୧୧ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଯାଇଛି। ଦିଲ୍ଲୀ ନିର୍ଭୟା ଘଟଣା ଶୈଳୀରେ ମୁମ୍ବାଇ ମହିଳାଙ୍କୁ ଯେଭଳି ବୀଭତ୍ସ ଭାବେ ବଳାତ୍କାର ପରେ ହତ୍ୟା କରାଗଲା ତାହା ସମଗ୍ର ଦେଶର ଜନମାନସକୁ ପୁଣି ଦୋହଲାଇ ଦେଇଛି। ୨୦୧୨ ନିର୍ଭୟା ଘଟଣା ପରେ ଯେଉଁ ଧରଣର ପ୍ରତିବାଦ କରାଯାଇ ଆଇନକୁ କଡ଼ାକଡ଼ି କରାଯାଇଥିଲା, ଆଶା କରାଯାଉଥିଲା ଯେ ଏପରି ଅମାନୁଷିକ କାଣ୍ଡ କରିବା ଲାଗି ଅପରାଧୀଙ୍କ ମନରେ ଭୟ ପଶିବ। ଇତିମଧ୍ୟରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦିଆଯାଇସାରିଛି। ତଥାପି ଶିଶୁକନ୍ୟାଠାରୁ ଆରମ୍ଭ କରି ଯୁବତୀ ଓ ମହିଳାଙ୍କ ପ୍ରତି ପାଶବିକତା କମୁନାହିଁ। ୨୦୧୯ରେ ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର କରି ହତ୍ୟା କରାଯିବା ପରେ ଦୋଷୀ ଆଖ୍ୟା ଦିଆଯାଇ ୪ ଜଣଙ୍କୁ ସେଠାକାର ପୋଲିସ ଏନ୍‌କାଉଣ୍ଟର କରି ମାରି ଦେଇଥିଲା। ଥୋକେ କହିବା ଆରମ୍ଭ କଲେ ଯେ ବଳାତ୍କାରୀଙ୍କୁ ଏଭଳି ଭାବେ ତତ୍‌କ୍ଷଣାତ୍‌ ଶାସ୍ତି ଦିଆଯିବା ଦରକାର। ଯଦିଓ ତାହା ଆଇନଗତ ଦୃଷ୍ଟିରୁ ବିବାଦୀୟ ହୋଇଥିଲା, ତଥାପି ଅସାମାଜିକମାନେ ଡରିଲେ ନାହିଁ। ଏହା ମଧ୍ୟ ବୁଝାଯାଇପାରେ, ଯେଉଁ ୪ ଜଣଙ୍କୁ ପୋଲିସ ଗୁଳି କରିଥିଲା, ହୁଏତ ସେମାନେ ପ୍ରକୃତ ବଳାତ୍କାରୀ ନ ଥିଲେ। ଏହି ସତ୍ୟ ସମ୍ଭବତଃ ଦେଶର ଅପରାଧୀ ମହଲରେ ପ୍ରଚାରିତ ହୋଇଥିବ।
କୁହାଯାଇପାରେ, ଯେତେ କଡ଼ା ଆଇନ କରାଗଲେ ମଧ୍ୟ ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବ ନାହିଁ। ଯଦି ଜଣେ ତା’ର ପଡ଼ୋଶୀଙ୍କୁ ସମ୍ମାନ ଦେବା ପାଇଁ ଅନିଚ୍ଛୁକ, ତେବେ ସାମାଜିକ ଏକତା ଆସିବା ଅସମ୍ଭବ। ଭାରତରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସବୁ କଥାରେ ମହିଳାଙ୍କ ଉପରେ ଦୋଷ ଲଦି ଦିଅନ୍ତି। ଅନେକ ଧର୍ମଗୁରୁ ମହିଳାଙ୍କ ବେଶପୋଷାକ ଉପରେ ଆକ୍ଷେପ କରିବା ସହ କହନ୍ତି ଯେ, ଦୁଇ ହାତରେ ତାଳି ବାଜେ। ଅର୍ଥାତ୍‌ ବଳାତ୍କାରର ଶିକାର ହୋଇଥିବା ମହିଳାଙ୍କର ମଧ୍ୟ ଘଟିଥିବା ଘଟଣାରେ କିଛି ସହଯୋଗ ଥିଲା। ଏଭଳି ଅସାମାଜିକ ଚିନ୍ତାଧାରାକୁ ଆମ ନ୍ୟାୟାଳୟ ମଧ୍ୟ ସହଯୋଗ କରୁଥିବାର ଦେଖାଯାଏ। ଉଦାହରଣ ସ୍ବରୂପ, ଗୁଆହାଟୀ ହାଇକୋର୍ଟଙ୍କ ରାୟକୁ ଦେଖାଯାଇପାରେ। ବଳାତ୍କାର ଘଟାଇଥିବା ଜଣେ ଆଇଆଇଟି ଛାତ୍ରଙ୍କୁ ମେଧାବୀ କହି ଦୋଷମୁକ୍ତ କରିଦେବା ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି। ବଳାତ୍କାର ଘଟାଇଥିବା କୌଣସି ଅପରାଧୀ କେବେହେଲେ, ପରବର୍ତ୍ତୀ ଜୀବନରେ, ସମାଜ ଗଠନ ପାଇଁ କାର୍ଯ୍ୟ କରିପାରିବ ନାହିଁ।
ଏଠାରେ ଦୋହରାଯାଇପାରେ ଯେ, ମହିଳାଙ୍କ ସୁରକ୍ଷା ସେହି ମହିଳାଙ୍କର ନୁହେଁ, ଆମ ସମସ୍ତଙ୍କ ଦାୟିତ୍ୱ । ଅନ୍ୟପଟେ ଯଦି ଗୋଟିଏ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଭିଡ଼ରେ ରହିଲେ ତାହା ହେଲେ ଅନ୍ୟ ସମସ୍ତଙ୍କୁ କ୍ଷତି ପହଞ୍ଚାଇପାରେ। ସେହିଭଳି ଏହି ଦେଶରେ ଗୋଟିଏ ବଳାତ୍କାରୀ ରହିଲେ ସମାଜକୁ କଳୁଷିତ କରିଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri