Posted inଜାତୀୟ

କୋଟିପତିଙ୍କ ଗାଁ, ଚାଷକରି ପ୍ରତିବର୍ଷ ପାଉଛନ୍ତି ୭୫ ଲକ୍ଷ ଟଙ୍କାରୁ ଅଧିକ

ସିମ୍‌ଲା, ୨୩।୦୮: ଆମ ଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରତି ପରିବାର ପ୍ରତିବର୍ଷ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରନ୍ତି । ହିମାଚଳ ପ୍ରଦେଶରେ ଏହି ଗ୍ରାମ ରହିଛି । ଏହି ଗାଁକୁ ହିମାଚଳର ସବୁଠାରୁ ଧନୀ ଗାଁ ବୋଲି କୁହାଯାଉଛି । ଏହି ଗାଁର ନାମ ମଡ଼ାଭାଗ । ମଡାଭାଗ ହିମାଚଳ ପ୍ରଦେଶର ଶିମଲା ଜିଲାର ଚାଉପାଲ ତହସିଲ ଅଧୀନରେ ରହିଛି । ମଡାଭାଗ ଶିମଲା ସହରଠାରୁ ପ୍ରାୟ ୮୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ଗାଁର ପ୍ରତ୍ୟେକ ପରିବାର ସେଓ ଚାଷ ଉପରେ ର୍ନିଭରଶୀଳ ଏବଂ ୧୦୦ ବର୍ଷ ପୁରୁଣା ରୟାଲ କିସମର ସେଓ ଗଛ ଏଠି ଦେଖାଯାଏ ।

ମଡାଭାଗ ପଞ୍ଚାୟତ ମୁଖ୍ୟ ପ୍ରେମ ଡୋଗ୍ରା କହିଛନ୍ତି ଯେ ତାଙ୍କ ପଞ୍ଚାୟତରେ ୭ ଟି ୱାର୍ଡ ଅଛି । ଯେଉଁଥିରେ ୪୮୦ ରୁ ଅଧିକ ପରିବାର ବାସ କରନ୍ତି। ଏଠାରେ ସମସ୍ତେ ନିଜ ଆୟ ପାଇଁ ସେଓ ବଗିଚା ଉପରେ ର୍ନିଭରଶୀଳ ଏବଂ ଏଠାରେ ଥିବା ପ୍ରତ୍ୟେକ ପରିବାର ସେଓ ବିକ୍ରି କରି ପ୍ରତିବର୍ଷ ୭୫ ଲକ୍ଷରୁ ଅଧିକ ରୋଜଗାର କରନ୍ତି ।

ପ୍ରେମ ଡୋଗ୍ରା କହିଛନ୍ତି ଯେ ଏହି ଅଞ୍ଚଳର ରୟାଲ କିସମର ବିଭିନ୍ନ ପ୍ରକାରର ସେଓ ଏହାର ସ଼୍ବାଦ ଏବଂ ଉତ୍କୃଷ୍ଟ ଫଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଆଜି ବି ଏହି ଗାଁରେ ୧୦୦ ବର୍ଷ ପୁରୁଣା ରୟାଲ ସେଓ ଗଛ ରହିଛି । ରୟାଲ ବ୍ୟତୀତ ଏଠାରେ ୫୦ରୁ ଅଧିକ କିସମର ସେଓ ବୃହତ ପରିମାଣରେ ଉତ୍ପାଦିତ ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri