୩୫୦ ଲୋକଙ୍କୁ ଗୋଟିଏ ନଳକୂପ

ଦଶମନ୍ତପୁର,୭।୧ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ପାଇକପୁକି ଗ୍ରାମର ହରିଜନ ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସାହିବାସିନ୍ଦା ଦୂଷିତ ପାଣି ପାନୀୟ ଜଳ ରୂପେ ବ୍ୟବହାର କରି ଚଳୁଛନ୍ତି। ୭୦ ଘର ବିଶିଷ୍ଟ ଏହି ସାହିରେ ଜନସଂଖ୍ୟା ରହିଛି ୩୫୦। ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି। ମାତ୍ର ଏତେ ଲୋକଙ୍କୁ ଗୋଟିଏ ନଳକୂପର ପାଣି ଯଥେଷ୍ଟ ହେଉନାହିଁ। ଅନେକ ସମୟରେ ପାଣି ନେବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରଅକାଶ ପାଉଛି ବୋଲି କହନ୍ତି ସାହିର କୁମାରୀ ଚେଟି, ବଜନ୍ତି କୁଳଦ୍ୱୀପ, ମନୋରମା ଖୋସଲା, ଲକ୍ଷ୍ମୀ ଚେଟି, କମଳା ଡଙ୍ଗ୍ରି। ନଳକୂପ ଜଳ ଯଥେଷ୍ଟ ହେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ ଗ୍ରାମ ନିକଟସ୍ଥ ମୁରାନ ନଦୀରେ ଚୁଆଁ ଖୋଳି ପାଣି ଆଣୁଛନ୍ତି। ଏହି ପାଣି ବ୍ୟବହାର କରି ସାହିବାସିନ୍ଦା ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଥିବା କହିଛନ୍ତି। ସାହିରେ ଆଉ ଗୋଟିଏ ନଳକୂପ ଖନନ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପିଇଓ ସୁଶାନ୍ତ ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ସାହିବାସିନ୍ଦାଙ୍କ ପାଇଁ ଖୁବ ଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଟାଉନ ଥାନା କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି

ବଲାଙ୍ଗୀର ଅଫିସ, ୧୭।୭: ପାଟଣାଗଡ଼ ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜଣେ ବିଧବା ଆଦିବାସୀ ମହିଳାଙ୍କ ଜମି...

ଶେରଗଡ଼ ହାଟବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ

ଶେରଗଡ଼, ୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ହାଟବନ୍ଧରୁ ଶେରଗଡ଼ ପୋଲିସ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ହେଲେ ଉସ୍ତା ଗ୍ରାମର...

ପ୍ରଶାସନର ଔଷଧ ବିକଳରେ ତାଟିଆ କାମୁଡ଼ା

ଲେଫ୍ରିପଡ଼ା,୧୮।୧୧(ଡ଼ି.ଏନ.ଏ. ): ଲେଫ୍ରିପଡ଼ା ବ୍ଲକର ବାଢୁନଝରିଆରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଘଟଣାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ଅଭିଯୋଗ ହେଉଛି।...

ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ: ଶହୀଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

କଟକ ଅଫିସ,୧୭ା୬: କଟକ ମାରୱାଡ଼ି ସମାଜ ପକ୍ଷରୁ ବୁଧବାର ସ୍ଥାନୀୟ ନୟାସଡ଼କଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶହୀଦ ୨୦ ଜଣ ଯବାନଙ୍କ...

ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ...

ପୌରାଧ୍ୟକ୍ଷଙ୍କ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ

ଯାଜପୁର ରୋଡ୍‌,୧୭ା୧୧(ଡି.ଏନ୍‌.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ...

ମାନବ ଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ୫ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୪: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ଦୁଇ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ...

କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି...

Advertisement
Archives

Model This Week