ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର(ଟିକେଏମ୍) ପକ୍ଷରୁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ମଡ୍ୟୁଲ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତ୍ୟେକ କ୍ଷେତ୍ରର ଶକ୍ତି ଉପତ୍ାଦନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ଉପଭୋକ୍ତା ଗ୍ରହଣକୁ ଧ୍ୟାନରେ ରଖି କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟୁତ୍କରଣ ଏବଂ ବିକଳ୍ପ ଇନ୍ଧନ ଯାନ ପ୍ରଦାନ କରିବାକୁ ଚେଷ୍ଟା ଜାରି ରଖିଛି। ଏପରିକି ବିଶ୍ୱସ୍ତରରେ ଟୟୋଟା ୨୦୫୦ ସୁଦ୍ଧା କାର୍ବନ ନିୟନ୍ତ୍ରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ୨୦୩୫ ସୁଦ୍ଧା ଉପତ୍ାଦନ କାର୍ଯ୍ୟରେ ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛି। ସେହିଭଳି ସବୁଜ ହାଇଡ୍ରୋଜେନ୍ ଅକ୍ଷୟ ଶକ୍ତି ଉତ୍ସରୁ ଉପତ୍ନ୍ନ ଏବଂ ଏକ ବ୍ୟାପକ ଦୃଷ୍ଟିକୋଣରେ ଟୟୋଟା ହାଇଡ୍ରୋଜେନ୍ ଟେକ୍ନୋଲୋଜି ଏବଂ ବିଭିନ୍ନ ସେକ୍ଟରରେ ଇନ୍ଧନ ସେଲ୍ ମଡ୍ୟୁଲ ବ୍ୟବହାରର ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଜାରିରଖିଛି। ଏ ସମ୍ପର୍କରେ ଟିକେଏମ୍ର ବରିଷ୍ଠ ଉପସଭାପତି ତଥା ମୁଖ୍ୟ ଯୋଗାଯୋଗ ଅଧିକାରୀ ସୁଦୀପ ଏସ୍. ଡାଲ୍ଭି କହିଛନ୍ତି, ପ୍ରୋଟୋ ପରୀକ୍ଷା ଏବଂ ସମ୍ଭାବ୍ୟତା ପାଇଁ ଇନ୍ଧନ ସେଲ୍ ବାଣିଜି୍ୟକ ଯାନ ନିର୍ମାଣ ପାଇଁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ମଡ୍ୟୁଲ ଅଶୋକ ଲେଲାଣ୍ଡକୁ ଯୋଗାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଟୟୋଟା ଟେଲପାଇପ ନିର୍ଗମନ ଏବଂ କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଆମ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଆମେ ଶକ୍ତି ଆତ୍ମନିର୍ଭରଶୀଳତାର ଜାତୀୟ ଲକ୍ଷ୍ୟ ଦିଗରେ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ବିଶ୍ୱସ୍ତରରେ ଶକ୍ତି ଶିଳ୍ପ ହାଇଡ୍ରୋଜେନ୍ ଏବଂ ଜୈବ ଇନ୍ଧନ ପରି କାର୍ବନ-ନିରପେକ୍ଷ ଇନ୍ଧନର ବୈଷୟିକ ଉଦ୍ଭାବନ ଉପରେ କାର୍ଯ୍ୟ ଜାରି ରଖିଛି, ୨୦୨୧-୨୨ ବଜେଟରେ ଭାରତ ସରକାର ଜାତୀୟ ହାଇଡ୍ରୋଜେନ୍ ମିଶନ ଘୋଷଣା କରିଛନ୍ତି। ଶକ୍ତି ଉତ୍ସ ଭାବରେ ହାଇଡ୍ରୋଜେନ୍ର ବ୍ୟବହାର ପାଇଁ ଏକ ରୋଡ୍ ମ୍ୟାପ୍ ଅଙ୍କନ କରାଯାଇଛି।
ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ
ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…
ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍ ଜିତ ରାଭାଲ ପେସାଦାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍ ନିଜ କ୍ୟାରିୟର ଓ ଉପଲବ୍ଧିକୁ…
୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍ଦାର ଲଢ଼େଇ
ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…
ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ
ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍ଷ୍ଟାଗ୍ରାମ…
ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

