ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବୈପାରିଗୁଡ଼ା,୭।୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭଗ ଜରିଆରେ ଅର୍ଥ ଆସୁଛି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ କାମ ହେଉଥିବାବେଳେ ଗତ କିଛି ବର୍ଷ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଏନ୍‌ବିସିସି (ନ୍ୟାଶନାଲ ବିଲ୍‌ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ) ମଧ୍ୟରେ କାମ ବଣ୍ଟାଯାଉଛି। ତେବେ କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ଏନ୍‌ବିସିସି ପକ୍ଷରୁ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ଦାୟିତ୍ୱ ଜଣେ ବିହାରୀ ଠିକାଦାର ନେଇଛନ୍ତି। ଅନେକ ଜାଗାରେ ନିର୍ମାଣ ଫଳକ ଲାଗିଛି, ମାତ୍ର ରାସ୍ତା ନାହିଁ। ପୁଣି ଯେଉଁ କେତେକ ସ୍ଥାନରେ ରାସ୍ତା କାମ ହୋଇଛି ତାହା ନିମ୍ନମାନ ଯୋଗୁ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେଲାଣି। ମରାମତି ପାଇଁ ଆର୍ଥତ୍କ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି କାମ ହେଉନାହିଁ। ବ୍ଳକର ଚିପାକୁର ପଞ୍ଚାୟତ ଅନ୍ତର୍ଗତ କାଉକୁଣ୍ଡ ଗ୍ରାମ ଅତି ଦୁର୍ଗମ ଅଞ୍ଚଳରେ ରହିଛି। ପଞ୍ଚାୟତ ଅଫିସ୍‌ ଯିବାକୁ ହେଲେ ବାଟରେ ପଡ଼େ ଧର୍ମଗାଡ଼ ନଦୀ। ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଯେଉଁ ରାସ୍ତା ଅଛି ସେହି ରାସ୍ତାରେ ବାଇକ୍‌ଟିଏ ମଧ୍ୟ ଯାତାୟାତ କରିପାରୁନାହିଁ। ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ଅଥଚ ସେଠାରେ ଲାଗିଥିବା ଫଳକ ଭିନ୍ନ କଥା କହୁଛି। ଫଳକରେ ଉଲ୍ଲେଖ ତଥ୍ୟ ଅନୁସାରେ କାଉକୁଣ୍ଡ ଗ୍ରାମ ପାଇଁ ଗତ ୬ ଅଗଷ୍ଟ ୨୦୧୮ରେ ରାସ୍ତା କାମ ଆରମ୍ଭ ଓ କାର୍ଯ୍ୟଶେଷ ତାରିଖ ୫ ଏପ୍ରିଲ ୨୦୧୯ ରହିଛି। କେବଳ ଫଳକରେ ରାସ୍ତା ନିର୍ମାଣକରି ଏ ବାବାଦ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବ୍ଲକର ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଡି ରାସ୍ତାଠାରୁ ଭାଟିପଡ଼ା ଗ୍ରାମ ପର୍ଯ୍ୟନ୍ତ ୧ କି.ମି. ୬୦୦ ମିଟର ରାସ୍ତା ୪ ବର୍ଷ ତଳେ ଏନ୍‌ବିସିସି ଫଳକ ଲଗାଇ କାମ ଆରମ୍ଭ କରିଥିଲା। କାର୍ଯ୍ୟବେଳେ ବିନା ମେଟାଲରେ ମୋରମ ଉପରେ ପିଚୁ ଢାଳିବାକୁ ମନା କରିଥିଲେ ଗ୍ରାମବାସୀ। ସେତିକିରେ ରାସ୍ତାକାମ ଅଟକି ରହିଛି। ଏବେ ଉକ୍ତ ରାସ୍ତା ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୂଚନାଯୋଗ୍ୟ, ଯେଉଁସବୁ ସ୍ଥାନରେ ରାସ୍ତା ନିର୍ମାଣ ହେଉଛି ମେଟାଲ ଆଦୌ ବ୍ୟବହାର ହୋଇନାହିଁ। ମାଟି ଉପରେ ମୋରମ ପକାଇ ପିଚୁ ଢଳାଯାଉଛି। ପିଚୁ ସ୍ତର ମଧ୍ୟ ପତଳା ରହୁଛି। ରାସ୍ତାକଡ଼ରେ ଡ୍ରେନ୍‌ ଖୋଳାହେଉନାହିଁ। ଫଳରେ ବର୍ଷେ ନ ପୂରୁଣୁ ପିଚୁ ଉଠି ରାସ୍ତା ଧୋଇଯାଉଛି। ଏ ସମ୍ପର୍କରେ ଏନ୍‌ବିସିସିର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ କହିଲେ, ଚିପାକୁର-କାଉକୁଣ୍ଡ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ବିହାରୀ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯାଇଛନ୍ତି। ଅନ୍ୟ ଜଣେ ଠିକାଦାର ଏହି କାମ କରିବେ। ତେବେ କେବେ ତାହା ହେବ ସେନେଇ ସେ ଠିକ୍‌ ଭାବେ କିଛି କହିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri