ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବୈପାରିଗୁଡ଼ା,୭।୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭଗ ଜରିଆରେ ଅର୍ଥ ଆସୁଛି। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ କାମ ହେଉଥିବାବେଳେ ଗତ କିଛି ବର୍ଷ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ କେନ୍ଦ୍ର ସରକାରଙ୍କ ଏନ୍‌ବିସିସି (ନ୍ୟାଶନାଲ ବିଲ୍‌ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ) ମଧ୍ୟରେ କାମ ବଣ୍ଟାଯାଉଛି। ତେବେ କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ଏନ୍‌ବିସିସି ପକ୍ଷରୁ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ଦାୟିତ୍ୱ ଜଣେ ବିହାରୀ ଠିକାଦାର ନେଇଛନ୍ତି। ଅନେକ ଜାଗାରେ ନିର୍ମାଣ ଫଳକ ଲାଗିଛି, ମାତ୍ର ରାସ୍ତା ନାହିଁ। ପୁଣି ଯେଉଁ କେତେକ ସ୍ଥାନରେ ରାସ୍ତା କାମ ହୋଇଛି ତାହା ନିମ୍ନମାନ ଯୋଗୁ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେଲାଣି। ମରାମତି ପାଇଁ ଆର୍ଥତ୍କ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି କାମ ହେଉନାହିଁ। ବ୍ଳକର ଚିପାକୁର ପଞ୍ଚାୟତ ଅନ୍ତର୍ଗତ କାଉକୁଣ୍ଡ ଗ୍ରାମ ଅତି ଦୁର୍ଗମ ଅଞ୍ଚଳରେ ରହିଛି। ପଞ୍ଚାୟତ ଅଫିସ୍‌ ଯିବାକୁ ହେଲେ ବାଟରେ ପଡ଼େ ଧର୍ମଗାଡ଼ ନଦୀ। ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଯେଉଁ ରାସ୍ତା ଅଛି ସେହି ରାସ୍ତାରେ ବାଇକ୍‌ଟିଏ ମଧ୍ୟ ଯାତାୟାତ କରିପାରୁନାହିଁ। ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ଅଥଚ ସେଠାରେ ଲାଗିଥିବା ଫଳକ ଭିନ୍ନ କଥା କହୁଛି। ଫଳକରେ ଉଲ୍ଲେଖ ତଥ୍ୟ ଅନୁସାରେ କାଉକୁଣ୍ଡ ଗ୍ରାମ ପାଇଁ ଗତ ୬ ଅଗଷ୍ଟ ୨୦୧୮ରେ ରାସ୍ତା କାମ ଆରମ୍ଭ ଓ କାର୍ଯ୍ୟଶେଷ ତାରିଖ ୫ ଏପ୍ରିଲ ୨୦୧୯ ରହିଛି। କେବଳ ଫଳକରେ ରାସ୍ତା ନିର୍ମାଣକରି ଏ ବାବାଦ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବ୍ଲକର ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଡି ରାସ୍ତାଠାରୁ ଭାଟିପଡ଼ା ଗ୍ରାମ ପର୍ଯ୍ୟନ୍ତ ୧ କି.ମି. ୬୦୦ ମିଟର ରାସ୍ତା ୪ ବର୍ଷ ତଳେ ଏନ୍‌ବିସିସି ଫଳକ ଲଗାଇ କାମ ଆରମ୍ଭ କରିଥିଲା। କାର୍ଯ୍ୟବେଳେ ବିନା ମେଟାଲରେ ମୋରମ ଉପରେ ପିଚୁ ଢାଳିବାକୁ ମନା କରିଥିଲେ ଗ୍ରାମବାସୀ। ସେତିକିରେ ରାସ୍ତାକାମ ଅଟକି ରହିଛି। ଏବେ ଉକ୍ତ ରାସ୍ତା ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୂଚନାଯୋଗ୍ୟ, ଯେଉଁସବୁ ସ୍ଥାନରେ ରାସ୍ତା ନିର୍ମାଣ ହେଉଛି ମେଟାଲ ଆଦୌ ବ୍ୟବହାର ହୋଇନାହିଁ। ମାଟି ଉପରେ ମୋରମ ପକାଇ ପିଚୁ ଢଳାଯାଉଛି। ପିଚୁ ସ୍ତର ମଧ୍ୟ ପତଳା ରହୁଛି। ରାସ୍ତାକଡ଼ରେ ଡ୍ରେନ୍‌ ଖୋଳାହେଉନାହିଁ। ଫଳରେ ବର୍ଷେ ନ ପୂରୁଣୁ ପିଚୁ ଉଠି ରାସ୍ତା ଧୋଇଯାଉଛି। ଏ ସମ୍ପର୍କରେ ଏନ୍‌ବିସିସିର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ କହିଲେ, ଚିପାକୁର-କାଉକୁଣ୍ଡ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ବିହାରୀ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯାଇଛନ୍ତି। ଅନ୍ୟ ଜଣେ ଠିକାଦାର ଏହି କାମ କରିବେ। ତେବେ କେବେ ତାହା ହେବ ସେନେଇ ସେ ଠିକ୍‌ ଭାବେ କିଛି କହିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri