୪୨ ୱାର୍ଡକୁ ଗୋଟିଏ ଟିଫା ମେଶିନ

ବ୍ରହ୍ମପୁର,୧୭।୭(ସ୍ମୃତି ରଞ୍ଜନ ମହାଲିକ): ବର୍ଷା ଦିନ ଆରମ୍ଭରୁ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି। ବିଶେଷକରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ ଓ ବାତଜ୍ୱର ମଧ୍ୟ ହେଉଛି। ମଶା ବଂଶ ନିପାତ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ନାନା ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ତାହା ସଫଳ ହେଉ ନାହିଁ। ନିଗମ ପକ୍ଷରୁ ବର୍ତ୍ତମାନ ଟିଫା ମେଶିନ ସାହାର୍ଯ୍ୟରେ ୱାର୍ଡ ଗୁଡିକରେ ମଶାମରା ଧୂଆଁ ଛଡା ଯାଉଛି। ନିଗମର ସାନିଟେଶନ ବିଭାଗ ପକ୍ଷରୁ ପ୍ରତିଦିନ ୨ଟି ୱାର୍ଡରେ ଟିଫା ମେଶିନ ବୁଲିବା ପାଇଁ ସ୍ଥିର କରାଯାଇଛି। ଏଭଳି ଭାବେ ଚଳିତ ମାସ ଶେଷ ସୁଦ୍ଧା ୪୨ଟି ୱାର୍ଡରେ ଟିଫା ବୁଲିବା ନେଇ ଲକ୍ଷ୍ୟ ରଖାଯାଇଛି। ଯାହାଦ୍ୱାରା ମଶା ବଂଶ ରୋକିବାରେ ସାମାନ୍ୟ ସଫଳତା ଆଣିବ ବୋଲି ନିଗମ ଆଶା ପ୍ରକଟ କରିଛି। ଗତ ବର୍ଷ ମଧ୍ୟ ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ସମସ୍ତ ୱାର୍ଡକୁ ଟିଫା ମେଶିନ ବୁଲିପାରି ନ ଥିଲା। ଫଳରେ ନିଗମର ଯୋଜନା ଫସର ପାଲଟିଥିଲା। ଏହାର ମୂଳ କାରଣ ହେଉଛି ଟିଫା ମେଶିନର ଅଭାବ। ବିଇଏମସି ନିକଟରେ ବର୍ତ୍ତମାନ ଗୋଟିଏ ଟିଫା ମେଶିନ ରହିଛି। ତାହା ବି ପୁଣି ଭଙ୍ଗା ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ଏକ ଟ୍ରାକ୍ଟର ସାହାର୍ଯ୍ୟରେ ସଂଯୋଗ କରାଯାଇ ୱାର୍ଡ ଗୁଡିକୁ ମଶା ଧୂଅଁା ଛଡାଯାଉଛି। ଏହି ମେଶିନରେ ମଶା ମରା ତେଲ ଓ ଡିଜେଲ ମିଶାଯାଉଛି।
ନିୟମାନୁଯାୟୀ, ବର୍ଷା ଆରମ୍ଭରୁ ଓ ପରେ ଟିଫା ମେସିନ ବୁଲାଇବାର ନିୟମ ରହିଛି। କିନ୍ତୁ ବିଇଏମସି ପକ୍ଷରୁ ଉକ୍ତ ନିୟମକୁ ପାଳନ କରାଯାଉ ନାହିଁ। ଗୋଟିଏ ଟିଫା ମେସିନ ଥିବା କାରଣରୁ ଏହା ସଫଳ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଉଛି। ମଶା ବଂଶ ରୋକିବାର ସଫଳ ରୂପାୟନ ପାଇଁ ଗତ ୨ ବର୍ଷ ତଳେ ସାନିଟେସନ ବିଭାଗ ପକ୍ଷରୁ ୪୦ଟି ୱାର୍ଡ ନିମନ୍ତେ ୪୦ଟି ହ୍ୟାଣ୍ଡ ଫଗିଂ ମେସିନ କିଣାଯାଇଥିଲା। ପ୍ରତି ୱାର୍ଡର ଏସଆଇ ଓ ଜମାଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଥିଲା। ଏହି ୨ ଅଧିକାରୀଙ୍କ ତତ୍ୱବଧାନରେ ନିୟୋଜିତ କର୍ମଚାରୀଙ୍କ ଦ୍ୱାରା ଡ୍ରେନ ଗୁଡିକରେ ଫଗିଂ କରାଯାଉଥିଲା। ଯେଉଁଥିରେ ମାଲାଥିନ ଓ ଡିଜେଲ ମିଶୁଥିଲା। କିନ୍ତୁ ଏଗୁଡିକର ଯାନ୍ତ୍ରିକ ତ୍ରୁଟି ଫଳରେ ଫଗିଂ ପ୍ରକିୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା। ଏହାର ମରାମତି ପାଇଁ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ସହରରେ ୱାର୍ଡ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ହେଲେ ସହରବାସୀଙ୍କୁ ଉତ୍ତମ ବାତାବରଣ ଓ ମଶା କାମୁଡା ଦାଉରୁ ରକ୍ଷା ପାଇଁ ସୁପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୪୨ଟି ୱାର୍ଡକୁ ଗୋଟିଏ ଟିଫା ମେଶିନ ମାଧ୍ୟମରେ କାମଚଳା ନୀତି ଜାରି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୬ଟି ହ୍ୟାଣ୍ଡ ଫଗିଂ ମେଶିନ ଓ ଆଉ ଗୋଟିଏ ଟିଫା ମେଶିନ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ଏହା କାଉନସିଲ ବୈଠକରେ ପାରିତ ହେବା ପରେ କିଣାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri