ଗୋଟିଏ ଚିନ୍ତା

ଦେଶ ଏବଂ ଦେଶବାସୀଙ୍କ ଲାଗି ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଗୋଟିଏ ଭାବନା ରହିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ନଭେମ୍ବର ସମ୍ବିଧାନ ଦିବସ ଅବସରରେ ଆହ୍ବାନ ଦେବା ପରେ ଏକ ନୂଆ ଧରଣର ଆଲୋଚନା ଆରମ୍ଭ ହୋଇଛି। ଗଣତନ୍ତ୍ରର ତିନୋଟି ଅଙ୍ଗ ସ୍ଵତନ୍ତ୍ର ଓ ସ୍ୱାଧୀନ ବୋଲି ଭାରତୀୟ ସମ୍ବିଧାନରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକର କାର୍ଯ୍ୟ ମଧ୍ୟ ସ୍ପଷ୍ଟ ଭାବେ ବର୍ଣ୍ଣନା ହୋଇଛି। କୌଣସି ଅଙ୍ଗ ନିଜ ଲକ୍ଷ୍ମଣରେଖା ଯେଭଳି ଅତିକ୍ରମ କରିପାରିବେ ନାହିଁ ସେହି ଦିଗରେ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଛି। ଏଭଳି ସ୍ଥିତିରେ ଏହି ଅଙ୍ଗଗୁଡ଼ିକର ଚିନ୍ତାଧାରା ବା ଭାବନା କଦାପି ସମାନ ହେବା ଉଚିତ ନୁହେଁ। ଏହା ବ୍ୟତୀତ ପ୍ରଶ୍ନ ଉଠିପାରେ ଯେ ଯେଉଁ ‘ଗୋଟିଏ ଚିନ୍ତା’ କୁହାଯାଉଛି ତାହାର ମୂଳ ଚିନ୍ତକ କିଏ ହେବେ। ଯଦି ଯୁକ୍ତି କରାଯାଏ ଯେ ଲୋକଙ୍କ ମଙ୍ଗଳ ଓ ଦେଶର ଏକତା ଏକମାତ୍ର ଚିନ୍ତା ହେବା ଦରକାର, ତେବେ ତାହାର ମଧ୍ୟ ଅନେକ ଦିଗ ରହିଛି। ଉଦାହରଣ ସ୍ବରୂପ ଭାରତର ଅସଂଖ୍ୟ ଗରିବଙ୍କ ସମସ୍ୟାକୁ ଗୋଟିଏ ଭାବନାରେ ସମାଧାନ କରିଦେଇ ହେବ ବୋଲି ବିଶ୍ୱାସ କରିହେଉ ନାହିଁ। ଜଣେ ଚାଷୀର ମଙ୍ଗଳ ଚିନ୍ତା କଲାବେଳକୁ ଅନ୍ୟଜଣେ ସହର ବାସିନ୍ଦା ମଧ୍ୟବିତ୍ତ ନାଗରିକର ଚିନ୍ତା କରିବା ଅସମ୍ଭବ। ସେହିଭଳି ଦେଶର ଅନେକ ଉଡ଼ାଜାହାଜ ପଡ଼ିଆ ଓ ବନ୍ଦରର ମାଲିକ ହୋଇଯାଇଥିବା ବ୍ୟକ୍ତିଙ୍କର ମଙ୍ଗଳ ଚିନ୍ତା କରୁଥିବା ବ୍ୟକ୍ତି କେବେହେଲେ ଏକ କାରଖାନାର ଖଟିଖିଆ ଶ୍ରମିକ କିମ୍ବା ଭୂମିହୀନ କୃଷି ଶ୍ରମିକର ସମସ୍ୟା ଚିନ୍ତା କରିବା କୌଣସି ଭାବେ ସମ୍ଭବପର ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଚକ୍ଷୁରେ ସୀମିତ ସତ୍ୟ ଦେଖିଥାଏ। ସମ୍ପୂର୍ଣ୍ଣ ସତ୍ୟ ଯିଏ ଦେଖିଲେ ସେ ହେଲେ ଠାକୁର। ଦୁଃଖର କଥା ଯେ ସ୍ବୟଂ ଭଗବାନ ଆସି ଭାରତୀୟ ଆଇନ ବ୍ୟବସ୍ଥା, କାର୍ଯ୍ୟପାଳିକା କିମ୍ବା ବିଧାୟକ/ସାଂସଦ ଏପର୍ଯ୍ୟନ୍ତ ହୋଇପାରି ନାହାନ୍ତି। ଏଠାରେ ଖୋଦ୍‌ ପ୍ରଭୁ ଆସି କଲେଜିୟମ୍‌ ବ୍ୟବସ୍ଥାରେ ପ୍ରଧାନ ବିଚାରପତି, ପରୀକ୍ଷା ଦେଇ ଆଇଏଏସ୍‌ ଅଫିସର କିମ୍ବା ନିର୍ବାଚନ ଲଢ଼ି ବିଧାୟକ ବା ସାଂସଦ ହୋଇପାରିବେ ବୋଲି ବିଶ୍ୱାସ ହେଉନାହିଁ। ତାଙ୍କୁ କୌଣସି ଦଳ ଟିକେଟ ମଧ୍ୟ ଦେଇ ନ ପାରେ। କାରଣ ଦଳର ମୁଖ୍ୟ ନେତା ନିଜକୁ ମହାପ୍ରଭୁଙ୍କ ସାମ୍ନାରେ ଦୁର୍ବଳ ଭାବିଲେ ଅସୁବିଧା ହୋଇଯିବ। ସେହିଭଳି କ୍ୟାବିନେଟ ସଚିବ କିମ୍ବା ଭାରତର ପ୍ରଧାନ ବିଚାରପତି କେବେହେଲେ, ନିଜ ବ୍ୟବସ୍ଥା ଭିତରେ, ମହାପ୍ରଭୁଙ୍କୁ ସ୍ଥାନ ଦେବାକୁ ଇଚ୍ଛୁକ ହେବେ ନାହିଁ। ତେଣୁ କୌଣସି ଜଣେ ବ୍ୟକ୍ତିବିଶେଷଙ୍କ ଏଭଳି ଦକ୍ଷତା ନାହିଁ, ଯାହାଦ୍ୱାରା କି ଗୋଟେ ଚିନ୍ତାରେ ଏତେବଡ଼ ଏକ ଦେଶର ସବୁ ବ୍ୟବସ୍ଥା ପରିଚାଳିତ ହୋଇପାରିବ।
ଦେଖିବାକୁ ଗଲେ ୧୫୦ କୋଟି ଜନସଂଖ୍ୟାବିଶିଷ୍ଟ ଭାରତରେ ସର୍ବନିମ୍ନ ୧୫୦ କୋଟି ଚିନ୍ତା ନିଶ୍ଚିତ ଭାବେ ଥିବ। ମୋ ଚିନ୍ତା ମୋ ପାଇଁ ବଡ଼। ଆପଣଙ୍କ ଚିନ୍ତା ଆପଣଙ୍କ ପାଇଁ ବଡ଼। ଆପଣ ମୋ ଚିନ୍ତାକୁ ସ୍ବୀକାର କରିପାରିବେ ନାହିଁ କିମ୍ବା ମୁଁ ମଧ୍ୟ ଆପଣଙ୍କ ଚିନ୍ତାକୁ ଗ୍ରହଣ ନ କରିପାରେ। ସେଥିପାଇଁ ‘ଗୋଟିଏ ଚିନ୍ତା’ ଏ ଦେଶ ଓ ସମାଜ ପାଇଁ ଅତ୍ୟନ୍ତ ମାରାତ୍ମକ ହେବ। ଏଭଳି ସ୍ଥିତିରେ କିଏ କାହାର କେମିତି ମଙ୍ଗଳ କାମନା କରିବେ ତାହା କୌଣସି ରାଜନୈତିକ ବ୍ୟକ୍ତି କହିପାରିବେ ନାହିଁ। ଉଦାହରଣ ସ୍ବରୂପ, ଖୋଦ୍‌ ରାଷ୍ଟ୍ରପତିଙ୍କ ନିଜ ଗ୍ରାମରେ ୨୦୨୨ ମସିହା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିଲା। ଆଜିର ରାଷ୍ଟ୍ରପତି ପୂର୍ବରୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ରହିଛନ୍ତି, ଦୀର୍ଘ ୫ ବର୍ଷ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତଥାପି ଏହି ଛୋଟିଆ କାର୍ଯ୍ୟଟିଏ କରିପାରି ନ ଥିବା ହେତୁ ନିଜ ଉପରେ ତାଙ୍କର ଭାବନା ନିଶ୍ଚିତ ଭାବେ ନକାରାତ୍ମକ ଦିଗକୁ ଯାଇଥିବ। ସେଥିପାଇଁ ଏହା ମଧ୍ୟ କୁହାଯାଇପାରେ ଯେ, ଧନୀ କିମ୍ବା ଶକ୍ତିଶାଳୀ ଲୋକଙ୍କର ମଧ୍ୟ ବିଭିନ୍ନ ପ୍ରକାର ଚିନ୍ତା ଥାଏ।
ସାଧାରଣ ଭାରତୀୟଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, କେଉଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେବାକୁ ପସନ୍ଦ କଲେ। ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ଏକ ଦେଶ ଏକ ପତାକା’, ‘ଏକ ରାଷ୍ଟ୍ର ଏକ ଭାଷା’, ‘ଏକ ଦେଶ ଏକ ରାଶନ କାର୍ଡ’ ଆଦି ସ୍ଲୋଗାନ ଓ ପଦକ୍ଷେପ ଧାରାରେ ରାଷ୍ଟ୍ରପତି ବିନା ଚିନ୍ତା କରି ଚାଲିଯାଇଛନ୍ତି। ସମସ୍ତେ ଜାଣନ୍ତି ଯେ, ଭାରତର ରାଷ୍ଟ୍ରପତି ନିଜ ବିବେକ କିମ୍ବା ବୁଦ୍ଧି ଅନୁଯାୟୀ ଭାଷଣ ଦିଅନ୍ତି ନାହିଁ। ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଏପିଜେ ଅବଦୁଲ କଲାମଙ୍କ ବାଟ ଦେଇ ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ଯେତେ ଭାଷଣ ହୋଇଛି, ସରକାରୀ ସ୍ତରରେ ଅମଲାତନ୍ତ୍ରୀମାନେ ତାହାକୁ ଲେଖିଥାନ୍ତି। ରାଷ୍ଟ୍ରପତିମାନେ କେବଳ ସେହି ଲେଖାଗୁଡ଼ିକୁ ପାଠ କରିଆସିଥାନ୍ତି, ଯାହାଫଳରେ ରାଷ୍ଟ୍ରପତି ପଦବୀକୁ ଯେତେ ସମ୍ମାନ ଦିଆଗଲେ ମଧ୍ୟ ତାହା ଏକ ଆଳଙ୍କାରିକ ପଦବୀ। ସେଥିରେ କିଏ ବସିଲେ କିଏ ଉଠିଲେ ଦେଶବାସୀଙ୍କ ପାଇଁ କୌଣସି ଗୁରୁତ୍ୱ ରଖେ ନାହିଁ। ଦ୍ରୌପଦୀ ମୁର୍ମୁଙ୍କ ପଦବୀ ହାସଲ କରିବାରେ ଆମେ ଓଡ଼ିଆ ସମସ୍ତେ ଅତ୍ୟନ୍ତ ଖୁସି। ଆଶା କରିବା ଯେ ଆମ ଗହଣରୁ ଯାଇଥିବା ଏହି ବ୍ୟକ୍ତିତ୍ୱ ଭାରତର ରାଷ୍ଟ୍ରପତି ଭାବେ ନିଜର ସ୍ୱାଧୀନ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାକୁ ଆଣି ନିଜର ଗରିମା ପ୍ରମାଣିତ କରିବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?