ଗୋଟିଏ ଚିନ୍ତା

ଦେଶ ଏବଂ ଦେଶବାସୀଙ୍କ ଲାଗି ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଗୋଟିଏ ଭାବନା ରହିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ନଭେମ୍ବର ସମ୍ବିଧାନ ଦିବସ ଅବସରରେ ଆହ୍ବାନ ଦେବା ପରେ ଏକ ନୂଆ ଧରଣର ଆଲୋଚନା ଆରମ୍ଭ ହୋଇଛି। ଗଣତନ୍ତ୍ରର ତିନୋଟି ଅଙ୍ଗ ସ୍ଵତନ୍ତ୍ର ଓ ସ୍ୱାଧୀନ ବୋଲି ଭାରତୀୟ ସମ୍ବିଧାନରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକର କାର୍ଯ୍ୟ ମଧ୍ୟ ସ୍ପଷ୍ଟ ଭାବେ ବର୍ଣ୍ଣନା ହୋଇଛି। କୌଣସି ଅଙ୍ଗ ନିଜ ଲକ୍ଷ୍ମଣରେଖା ଯେଭଳି ଅତିକ୍ରମ କରିପାରିବେ ନାହିଁ ସେହି ଦିଗରେ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଛି। ଏଭଳି ସ୍ଥିତିରେ ଏହି ଅଙ୍ଗଗୁଡ଼ିକର ଚିନ୍ତାଧାରା ବା ଭାବନା କଦାପି ସମାନ ହେବା ଉଚିତ ନୁହେଁ। ଏହା ବ୍ୟତୀତ ପ୍ରଶ୍ନ ଉଠିପାରେ ଯେ ଯେଉଁ ‘ଗୋଟିଏ ଚିନ୍ତା’ କୁହାଯାଉଛି ତାହାର ମୂଳ ଚିନ୍ତକ କିଏ ହେବେ। ଯଦି ଯୁକ୍ତି କରାଯାଏ ଯେ ଲୋକଙ୍କ ମଙ୍ଗଳ ଓ ଦେଶର ଏକତା ଏକମାତ୍ର ଚିନ୍ତା ହେବା ଦରକାର, ତେବେ ତାହାର ମଧ୍ୟ ଅନେକ ଦିଗ ରହିଛି। ଉଦାହରଣ ସ୍ବରୂପ ଭାରତର ଅସଂଖ୍ୟ ଗରିବଙ୍କ ସମସ୍ୟାକୁ ଗୋଟିଏ ଭାବନାରେ ସମାଧାନ କରିଦେଇ ହେବ ବୋଲି ବିଶ୍ୱାସ କରିହେଉ ନାହିଁ। ଜଣେ ଚାଷୀର ମଙ୍ଗଳ ଚିନ୍ତା କଲାବେଳକୁ ଅନ୍ୟଜଣେ ସହର ବାସିନ୍ଦା ମଧ୍ୟବିତ୍ତ ନାଗରିକର ଚିନ୍ତା କରିବା ଅସମ୍ଭବ। ସେହିଭଳି ଦେଶର ଅନେକ ଉଡ଼ାଜାହାଜ ପଡ଼ିଆ ଓ ବନ୍ଦରର ମାଲିକ ହୋଇଯାଇଥିବା ବ୍ୟକ୍ତିଙ୍କର ମଙ୍ଗଳ ଚିନ୍ତା କରୁଥିବା ବ୍ୟକ୍ତି କେବେହେଲେ ଏକ କାରଖାନାର ଖଟିଖିଆ ଶ୍ରମିକ କିମ୍ବା ଭୂମିହୀନ କୃଷି ଶ୍ରମିକର ସମସ୍ୟା ଚିନ୍ତା କରିବା କୌଣସି ଭାବେ ସମ୍ଭବପର ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଚକ୍ଷୁରେ ସୀମିତ ସତ୍ୟ ଦେଖିଥାଏ। ସମ୍ପୂର୍ଣ୍ଣ ସତ୍ୟ ଯିଏ ଦେଖିଲେ ସେ ହେଲେ ଠାକୁର। ଦୁଃଖର କଥା ଯେ ସ୍ବୟଂ ଭଗବାନ ଆସି ଭାରତୀୟ ଆଇନ ବ୍ୟବସ୍ଥା, କାର୍ଯ୍ୟପାଳିକା କିମ୍ବା ବିଧାୟକ/ସାଂସଦ ଏପର୍ଯ୍ୟନ୍ତ ହୋଇପାରି ନାହାନ୍ତି। ଏଠାରେ ଖୋଦ୍‌ ପ୍ରଭୁ ଆସି କଲେଜିୟମ୍‌ ବ୍ୟବସ୍ଥାରେ ପ୍ରଧାନ ବିଚାରପତି, ପରୀକ୍ଷା ଦେଇ ଆଇଏଏସ୍‌ ଅଫିସର କିମ୍ବା ନିର୍ବାଚନ ଲଢ଼ି ବିଧାୟକ ବା ସାଂସଦ ହୋଇପାରିବେ ବୋଲି ବିଶ୍ୱାସ ହେଉନାହିଁ। ତାଙ୍କୁ କୌଣସି ଦଳ ଟିକେଟ ମଧ୍ୟ ଦେଇ ନ ପାରେ। କାରଣ ଦଳର ମୁଖ୍ୟ ନେତା ନିଜକୁ ମହାପ୍ରଭୁଙ୍କ ସାମ୍ନାରେ ଦୁର୍ବଳ ଭାବିଲେ ଅସୁବିଧା ହୋଇଯିବ। ସେହିଭଳି କ୍ୟାବିନେଟ ସଚିବ କିମ୍ବା ଭାରତର ପ୍ରଧାନ ବିଚାରପତି କେବେହେଲେ, ନିଜ ବ୍ୟବସ୍ଥା ଭିତରେ, ମହାପ୍ରଭୁଙ୍କୁ ସ୍ଥାନ ଦେବାକୁ ଇଚ୍ଛୁକ ହେବେ ନାହିଁ। ତେଣୁ କୌଣସି ଜଣେ ବ୍ୟକ୍ତିବିଶେଷଙ୍କ ଏଭଳି ଦକ୍ଷତା ନାହିଁ, ଯାହାଦ୍ୱାରା କି ଗୋଟେ ଚିନ୍ତାରେ ଏତେବଡ଼ ଏକ ଦେଶର ସବୁ ବ୍ୟବସ୍ଥା ପରିଚାଳିତ ହୋଇପାରିବ।
ଦେଖିବାକୁ ଗଲେ ୧୫୦ କୋଟି ଜନସଂଖ୍ୟାବିଶିଷ୍ଟ ଭାରତରେ ସର୍ବନିମ୍ନ ୧୫୦ କୋଟି ଚିନ୍ତା ନିଶ୍ଚିତ ଭାବେ ଥିବ। ମୋ ଚିନ୍ତା ମୋ ପାଇଁ ବଡ଼। ଆପଣଙ୍କ ଚିନ୍ତା ଆପଣଙ୍କ ପାଇଁ ବଡ଼। ଆପଣ ମୋ ଚିନ୍ତାକୁ ସ୍ବୀକାର କରିପାରିବେ ନାହିଁ କିମ୍ବା ମୁଁ ମଧ୍ୟ ଆପଣଙ୍କ ଚିନ୍ତାକୁ ଗ୍ରହଣ ନ କରିପାରେ। ସେଥିପାଇଁ ‘ଗୋଟିଏ ଚିନ୍ତା’ ଏ ଦେଶ ଓ ସମାଜ ପାଇଁ ଅତ୍ୟନ୍ତ ମାରାତ୍ମକ ହେବ। ଏଭଳି ସ୍ଥିତିରେ କିଏ କାହାର କେମିତି ମଙ୍ଗଳ କାମନା କରିବେ ତାହା କୌଣସି ରାଜନୈତିକ ବ୍ୟକ୍ତି କହିପାରିବେ ନାହିଁ। ଉଦାହରଣ ସ୍ବରୂପ, ଖୋଦ୍‌ ରାଷ୍ଟ୍ରପତିଙ୍କ ନିଜ ଗ୍ରାମରେ ୨୦୨୨ ମସିହା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିଲା। ଆଜିର ରାଷ୍ଟ୍ରପତି ପୂର୍ବରୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ରହିଛନ୍ତି, ଦୀର୍ଘ ୫ ବର୍ଷ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତଥାପି ଏହି ଛୋଟିଆ କାର୍ଯ୍ୟଟିଏ କରିପାରି ନ ଥିବା ହେତୁ ନିଜ ଉପରେ ତାଙ୍କର ଭାବନା ନିଶ୍ଚିତ ଭାବେ ନକାରାତ୍ମକ ଦିଗକୁ ଯାଇଥିବ। ସେଥିପାଇଁ ଏହା ମଧ୍ୟ କୁହାଯାଇପାରେ ଯେ, ଧନୀ କିମ୍ବା ଶକ୍ତିଶାଳୀ ଲୋକଙ୍କର ମଧ୍ୟ ବିଭିନ୍ନ ପ୍ରକାର ଚିନ୍ତା ଥାଏ।
ସାଧାରଣ ଭାରତୀୟଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, କେଉଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେବାକୁ ପସନ୍ଦ କଲେ। ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ଏକ ଦେଶ ଏକ ପତାକା’, ‘ଏକ ରାଷ୍ଟ୍ର ଏକ ଭାଷା’, ‘ଏକ ଦେଶ ଏକ ରାଶନ କାର୍ଡ’ ଆଦି ସ୍ଲୋଗାନ ଓ ପଦକ୍ଷେପ ଧାରାରେ ରାଷ୍ଟ୍ରପତି ବିନା ଚିନ୍ତା କରି ଚାଲିଯାଇଛନ୍ତି। ସମସ୍ତେ ଜାଣନ୍ତି ଯେ, ଭାରତର ରାଷ୍ଟ୍ରପତି ନିଜ ବିବେକ କିମ୍ବା ବୁଦ୍ଧି ଅନୁଯାୟୀ ଭାଷଣ ଦିଅନ୍ତି ନାହିଁ। ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଏପିଜେ ଅବଦୁଲ କଲାମଙ୍କ ବାଟ ଦେଇ ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ଯେତେ ଭାଷଣ ହୋଇଛି, ସରକାରୀ ସ୍ତରରେ ଅମଲାତନ୍ତ୍ରୀମାନେ ତାହାକୁ ଲେଖିଥାନ୍ତି। ରାଷ୍ଟ୍ରପତିମାନେ କେବଳ ସେହି ଲେଖାଗୁଡ଼ିକୁ ପାଠ କରିଆସିଥାନ୍ତି, ଯାହାଫଳରେ ରାଷ୍ଟ୍ରପତି ପଦବୀକୁ ଯେତେ ସମ୍ମାନ ଦିଆଗଲେ ମଧ୍ୟ ତାହା ଏକ ଆଳଙ୍କାରିକ ପଦବୀ। ସେଥିରେ କିଏ ବସିଲେ କିଏ ଉଠିଲେ ଦେଶବାସୀଙ୍କ ପାଇଁ କୌଣସି ଗୁରୁତ୍ୱ ରଖେ ନାହିଁ। ଦ୍ରୌପଦୀ ମୁର୍ମୁଙ୍କ ପଦବୀ ହାସଲ କରିବାରେ ଆମେ ଓଡ଼ିଆ ସମସ୍ତେ ଅତ୍ୟନ୍ତ ଖୁସି। ଆଶା କରିବା ଯେ ଆମ ଗହଣରୁ ଯାଇଥିବା ଏହି ବ୍ୟକ୍ତିତ୍ୱ ଭାରତର ରାଷ୍ଟ୍ରପତି ଭାବେ ନିଜର ସ୍ୱାଧୀନ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାକୁ ଆଣି ନିଜର ଗରିମା ପ୍ରମାଣିତ କରିବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri