Posted inଫୁରସତ

ଜୀବନର ପ୍ରତିଟି ଅନୁଭୂତି ଗୋଟେ ଗୋଟେ ଗୀତ

ପିଲାଟିଦିନରୁ ତାଙ୍କର ମନରେ ଗୀତ ପ୍ରତି ଥିଲା ପ୍ରବଳ ଦୁର୍ବଳତା। ସ୍କୁଲ ବୟସରୁ ସେ ଗୀତ ଗାଇ ଆସୁଥିଲେ। ସମୟକ୍ରମେ ଗୀତ ଲେଖିବା ସହ ସଙ୍ଗୀତ ନିର୍ଦ୍ଦେଶନା ବି ଦେଲେ । ଏମିତିରେ ଅନେକ ଭଜନ, ଆଲବମ ଓ ସିନେମା ଗୀତ ଲେଖିସାରିଲେଣି। ଆଲବମ୍‌ ଗୀତ ମଧ୍ୟରେ – ‘ମେଘରେ ମେଘ…’ ‘ବୋଉ ହାତ ନାଲି ଚା’…ମାନନୀୟ ଶଶୁରେ… ଏବଂ ଭଜନରେ ‘ଯାହା ଦୁଃଖ ଦେଲ ସବୁ ମୁଁ ସହିଲି..’ ଆଦି ଲେଖିଛନ୍ତି। ସେ ଏକାଧାରରେ ଜଣେ ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଓଁକାରନାଥ ଲେଙ୍କା। ଜନ୍ମ ୧୯୭୨ ମେ ୧ତାରିଖରେ। ପିତା କେଶବଚରଣ ଲେଙ୍କା, ମାତା ଶଶିରେଖା ଲେଙ୍କା। ଘର ଜଗତ୍‌ସିଂହପୁର ଜିଲାର ମଣ୍ଡାସାହି ଅନ୍ତର୍ଗତ ପଳାସା ଗାଁରେ। ସେ କୁହନ୍ତି ଦେବୀନଦୀ କୂଳରେ ମୋ ଗାଁ । ପିଲାଟି ଦିନରୁ ମୋ ଗାଁର ପ୍ରାକୃତିକ ପରିବେଶରେ ଗୀତ ଗାଇବାକୁ ଭଲପାଉଥିଲି। ମାତ୍ର ଗୀତ କେମିତି ଲେଖନ୍ତି ତାହା ଜାଣି ନ ଥିଲି। ଘରେ ବାପାଙ୍କଠାରୁ ପୁରାଣ ଭଜନ ଶୁଣୁଥିଲି,ଏହା ମୋତେ ପ୍ରେରଣା ଦେଉଥିଲା। ବିଭିନ୍ନ ସ୍କୁଲରେ ଗୀତ ପ୍ରତିଯୋଗିତାରେ ଭାଗନେଉଥିଲି। ସପ୍ତମ ଶ୍ରେଣୀରେ ପଢିବାବେଳେ ଥରେ ମୁଁ ଜଗତ୍‌ସିଂହପୁର ଜିଲା, ବାଗଲପୁରର ଏକ ଅନୁଷ୍ଠାନକୁ ଯାଇ ଗୀତ ଗାଇବାର ଥିଲା। ସାର୍‌ ଏକ ଗୀତ ଦେଇଥିଲେ ଗାଇବାକୁ। ତାହା ଥିଲା ଏକ ସୁନ୍ଦର ଭଜନ। ତାକୁ ଗାଇ ସେଠି ଅନେକ ପ୍ରଶଂସା ସହ ପୁରସ୍କାର ବି ପାଇଲି। ପଛରେ ସାର୍‌ ମତେ କହିଲେ ଜାଣିଛୁ, ଏ ଗୀତଟି କିଏ ଲେଖିଛନ୍ତି? ମୁଁ କହିଲି, ନା। ସେ କହିଲେ ତୁମ ବାପା। ସେଦିନ ବହୁତ ଖୁସି ଲାଗିଥିଲା। ଆଉ ସେବେଠୁ ଗୀତ କିଭଳି ଛନ୍ଦରେ ଲେଖାଯାଏ ଜାଣିପାରିଥିଲି। ଆଉ ଗୀତ ଲେଖିବାର ନିଶା ମୋ ମନରେ ଜାଗ୍ରତ ହୋଇଥିଲା। କିଛି କିଛି ଲେଖାଲେଖି ବି କଲି। ତା’ସହ ବିଭିନ୍ନ ସ୍ଥାନରେ ଗୀତ ମଧ୍ୟ ଗାଉଥିଲି। ଏହା ଭିତରେ ସ୍କୁଲରୁ ପାଠପଢା ଶେଷ କଲି। ଏହାପରେ ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ କଟକରେ ଯୁକ୍ତ ୨ ପାଠପଢା ସାରିଲି। ପରେ ଦେବୀକନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ଏରଞ୍ଚରେ ପଢିଲି। କଲେଜ ସମୟରେ ମୁଁ ବହୁତ ଗୀତ ଲେଖିଛି। ୧୯୯୨ରେ ବି.ଏ. ପାସ୍‌ ପରେ କ’ଣ କରିବି ବୋଲି ଚିନ୍ତାକଲି। ଏଥିପାଇଁ ରାଉରକେଲା ଗଲି । ସେଠାରେ କେତେଜଣ ସ୍କୁଲପିଲାଙ୍କୁ ଟିଉସନ କରି କିଛି ରୋଜଗାର କଲି। ତଥାପି ଅଭାବ ଲାଗିରହିଲା। କିଛି ମାସପରେ ଗାଁକୁ ଫେରିଆସିଥିଲି। ଏହା ପରେ ୧୯୯୫ରେ ଭୁବନେଶ୍ୱର ଆସିଲି। ଏକ ଘରୋଇ ସଂସ୍ଥାରେ କିଛିଦିନ କାମ କଲି। ବଳକା ସମୟରେ ଏକ ପାନ ଦୋକାନ ଦେଇ ସେଥିରେ ଯାହା କିଛି ରୋଜଗାର ହେଲା ଚଳିଲି। ରାତିରେ ଷ୍ଟ୍ରିଟ୍‌ ଲାଇଟ୍‌ ତଳେ ବସି ଗୀତ ଲେଖୁଥିଲି। କ୍ୟାବିନ୍‌ ଭିତରେ ଶୋଉଥିଲି। ଥରେ ମୋ ପାନ ଦୋକାନକୁ ଆସିଥିବା ଜଣେ ଗ୍ରାହକଙ୍କୁ ମୁଁ ମୋ ଗୀତ ଲେଖାଥିବା କାଗଜରେ ପାନ ଗୁଡେଇ ଦେଇଥିଲି। ସେ ସେଇ କବିତା ପଢି ମତେ ପଚାରିଲେ ଏ ଗୀତ କିଏ ଲେଖିଛନ୍ତି? ମୁଁ ହଠାତ୍‌ କହିଦେଇଥିଲି ମୋ ବାପା ଲେଖିଛନ୍ତି। ହେଲେ ପରେ ତାଙ୍କୁ ମୁଁ ଲେଖିଛି ବୋଲି କହିଥିଲି। ସେ ବହୁତ ପ୍ରଂଶସା କଲେ। ଆଉ କହିଲେ ମୋର ଜଣେ ସାଙ୍ଗ କ୍ୟାସେଟ୍‌ କମ୍ପାନୀ(ଶିବମ୍‌ ପ୍ରଡକ୍ସନ) କରିଛନ୍ତି। ଚାଲ ତାଙ୍କ ସହ ଭେଟ କରାଇଦେବି। ତାଙ୍କ ସହ ଭେଟ ହେବା ପରେ ପ୍ରଥମେ ଏକ ଭଜନ କ୍ୟାସେଟ୍‌ ‘ତୋ ପାଦେ ଶରଣ’ ପାଇଁ କାମ କରିବାର ସୁଯୋଗ ପାଇଲି। ସେହି କ୍ୟାସେଟ୍‌ରେ ମୁଁ ୮ଟି ଗୀତ ଲେଖିବା ସହ ୩ଟି ଗୀତକୁ ନିଜେ ଗାଇଥିଲି। ଏହି କ୍ୟାସେଟ୍‌ର ଏକ ଗୀତ ”ଯଦି ପାପ କରି ଜଣେ ତରୁଛି, ମୁଁ ପାପ ନ କରିକି ମରୁଛି, ଏବେ ଜୀବନ ସାରା ପାପ କରିବି ମଲାବେଳେ ତୋ ନାଁ ଧରିବି, କେମିତି ବୈକୁଣ୍ଠ ନବୁ ମୁଁ ଦେଖିବି“
ବହୁତ ହିଟ୍‌ ହୋଇଥିଲା। ମୋର ଏଇ ଗୀତକୁ ମନ୍ମଥ ମିଶ୍ର ସ୍ବର ସଂଯୋଜନା ଦେଇଥିଲେ। ଏହାପରେ ‘ପ୍ରୀତି ଅର୍ପଣ’ ଥିଲା ମୋର ପ୍ରଥମ ଆଧୁନିକ ଗୀତ କ୍ୟାସେଟ୍‌। ଏମିତିରେ କାମ କରି ଚାଲିଲି। ଆଉ ଗୀତିକାରର ପରିଚୟ ପାଇଲି। ଏବେ ମୁଁ ଗାଇଥିବା କିଛି ଗୀତ ଯେମିତିକି ‘ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ’, ‘ଛଅ ଖଣ୍ଡ ବାଉଁଶକୁ ନଅ ଖଣ୍ଡ ବାନ୍ଧୁଣୀ’ ବହୁତ ହିଟ୍‌ ହେଇଛି। ପୁରସ୍କାର ଭାବେ ସ୍କୁଲ ବୟସରୁ ବିଭିନ୍ନ କାଯର୍‌ୟକ୍ରମରେ ଗୀତ ପାଇଁ ପୁରସ୍କାର ପାଇଥିଲି। ଜଗତ୍‌ସିଂହପୁର ଜିଲା ମହୋତ୍ସବରୁ କଲ୍ଲୋଳ ସମ୍ମାନ, ବରଗଡ଼ ସାଂସ୍କୃତିକ ଅନୁଷ୍ଠାନରୁ ସାଇ ସାଂସ୍କୃତିକ ସମ୍ମାନ, ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳିଙ୍ଗ ପ୍ରତିଭା ସମ୍ମାନ ଆଦି ଏକାଧିକ ପୁରସ୍କାର ମିଳିଛି। ପରିବାରରେ ଆମେ ତିନିଭାଇ, ବାପା, ବୋଉ, ମୋର ପତ୍ନୀ ଏବଂ ଗୋଟିଏ ପୁଅକୁ ନେଇ ମୋର ସଂସାର। ମହାପ୍ରଭୁଙ୍କ ଭଜନ ଗାଇବାରେ ମତେ ଆତ୍ମସନ୍ତୋଷ ମିଳେ । କିନ୍ତୁ ସାମ୍ପ୍ରତିକ ଘଟଣାରେ ଅନୁଭବ କରିଥିବା ସତ୍ୟକୁ ନେଇ ଗୀତ ଲେଖିବା ଓ ଗାଇବା ସବୁ ଇଚ୍ଛାମୟଙ୍କ ଇଚ୍ଛାରେ ହୁଏ ବୋଲି ଅନୁଭବ କରେ। ତେବେ ମୋ ଜୀବନର ପ୍ରତିଟି ଅନୁଭୂତି ଗୋଟେ ଗୋଟେ ଗୀତ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?