ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍‌ (କ୍ୱାଡ୍‌) ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଯୋଗ ଦେଇଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପୂର୍ବସ୍ଥିତିରେ ପରିବର୍ତ୍ତନ ଉଦ୍ୟମ, କୌଣସି ଏକପାଖିଆ କାର୍ଯ୍ୟ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପକୁ ଦୃଢ଼ ବିରୋଧ କରାଯିବ ବୋଲି ଏହି ସମ୍ମିଳନୀରେ ଚାଇନା ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଇଣ୍ଡୋ-ପାସିଫିକ୍‌ରେ ଅନ୍ତର୍ଜାତୀୟ ନିୟମ ଏବଂ ଶାନ୍ତି ବଜାୟ ପାଇଁ କ୍ୱାଡ୍‌ ସମ୍ମିଳନୀରେ ସଂକଳ୍ପ ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଅଳ୍ପ ସମୟ ମଧ୍ୟରେ କ୍ୱାଡ୍‌ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି। ଏହାର ପରିସର ବ୍ୟାପକ ହୋଇଛି। ପାରସ୍ପରିକ ବିଶ୍ୱାସ ଏବଂ ସଂକଳ୍ପ ଗଣତାନ୍ତ୍ରିକ ଶକ୍ତିକୁ ନୂତନ ଉତ୍ସାହ ଯୋଗାଉଛି। ମୁକ୍ତ ଓ ସ୍ବାଧୀନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍‌ ରଚନାତ୍ମକ ଏଜେଣ୍ଡାରେ ଆଗକୁ ବଢ଼ୁଛି, ଯାହାକି ‘ଭଲ ପାଇଁ କାର୍ଯ୍ୟ କରୁଥିବା ଶକ୍ତି’ ଭାବରେ ବିଶ୍ୱରେ ଏହାର ଛବିକୁ ଆହୁରି ମଜଭୁତ କରିବ ବୋଲି ମୋଦି କହିଥିଲେ। ଆମେରିକା ଉଦ୍ୟୋଗଜଗତକୁ ମୋଦି ଭାରତକୁ ନିମନ୍ତ୍ରଣ ଦେଇଥିଲେ। ଜୋ ବାଇଡେନ୍‌ ସମ୍ମିଳନୀରେ ୟୁକ୍ରେନ୍‌ ପ୍ରସଙ୍ଗ ଉଠାଇଥିଲେ। ୟୁକ୍ରେନ୍‌ରେ ଏକ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ବିଲୀନ କରିବାକୁ ରୁଷିଆ ଚାହୁଁଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଖାଦ୍ୟ ସଙ୍କଟ ଉତ୍କଟ ହେବାକୁ ଯାଉଛି ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ। ୟୁକ୍ରେନ୍‌ ସହ ରୁଷିଆ ଯେତେ ସମୟ ଧରି ଯୁଦ୍ଧ କଲେ ମଧ୍ୟ ଆମେରିକା ଏହାର ସହଯୋଗୀଙ୍କ ସହ ମିଶି କାମ କରିବ ବୋଲି ସେ କହିଥିଲେ। ଏହି ଅବସରରେ ବାଇଡେନ୍‌ ଗଣତାନ୍ତ୍ରିକ ଉପାୟରେ ସଫଳ କୋଭିଡ୍‌ ମୁକାବିଲା ପାଇଁ ଭାରତକୁ ପ୍ରଶଂସା କରିଥିଲେ। ଗଣତନ୍ତ୍ରରେ ସବୁକିଛି ସମ୍ଭବ ବୋଲି ବାଇଡେନ୍‌ କହିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜାତିସଂଘ ଚାର୍ଟର ଉଲ୍ଲଂଘନ ହେବା ଭଳି ଘଟଣା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଘଟିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଏଥିସହ ସମ୍ମିଳନୀରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ ସମେତ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ କ୍ୱାଡ୍‌ ଦେଶସମୂହ ନିନ୍ଦା କରିଥିଲେ। ଏଥିରେ କାର୍ବନ ନିର୍ଗମନ ହ୍ରାସ, ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri