ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍‌ (କ୍ୱାଡ୍‌) ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଯୋଗ ଦେଇଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପୂର୍ବସ୍ଥିତିରେ ପରିବର୍ତ୍ତନ ଉଦ୍ୟମ, କୌଣସି ଏକପାଖିଆ କାର୍ଯ୍ୟ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପକୁ ଦୃଢ଼ ବିରୋଧ କରାଯିବ ବୋଲି ଏହି ସମ୍ମିଳନୀରେ ଚାଇନା ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଇଣ୍ଡୋ-ପାସିଫିକ୍‌ରେ ଅନ୍ତର୍ଜାତୀୟ ନିୟମ ଏବଂ ଶାନ୍ତି ବଜାୟ ପାଇଁ କ୍ୱାଡ୍‌ ସମ୍ମିଳନୀରେ ସଂକଳ୍ପ ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଅଳ୍ପ ସମୟ ମଧ୍ୟରେ କ୍ୱାଡ୍‌ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି। ଏହାର ପରିସର ବ୍ୟାପକ ହୋଇଛି। ପାରସ୍ପରିକ ବିଶ୍ୱାସ ଏବଂ ସଂକଳ୍ପ ଗଣତାନ୍ତ୍ରିକ ଶକ୍ତିକୁ ନୂତନ ଉତ୍ସାହ ଯୋଗାଉଛି। ମୁକ୍ତ ଓ ସ୍ବାଧୀନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍‌ ରଚନାତ୍ମକ ଏଜେଣ୍ଡାରେ ଆଗକୁ ବଢ଼ୁଛି, ଯାହାକି ‘ଭଲ ପାଇଁ କାର୍ଯ୍ୟ କରୁଥିବା ଶକ୍ତି’ ଭାବରେ ବିଶ୍ୱରେ ଏହାର ଛବିକୁ ଆହୁରି ମଜଭୁତ କରିବ ବୋଲି ମୋଦି କହିଥିଲେ। ଆମେରିକା ଉଦ୍ୟୋଗଜଗତକୁ ମୋଦି ଭାରତକୁ ନିମନ୍ତ୍ରଣ ଦେଇଥିଲେ। ଜୋ ବାଇଡେନ୍‌ ସମ୍ମିଳନୀରେ ୟୁକ୍ରେନ୍‌ ପ୍ରସଙ୍ଗ ଉଠାଇଥିଲେ। ୟୁକ୍ରେନ୍‌ରେ ଏକ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ବିଲୀନ କରିବାକୁ ରୁଷିଆ ଚାହୁଁଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଖାଦ୍ୟ ସଙ୍କଟ ଉତ୍କଟ ହେବାକୁ ଯାଉଛି ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ। ୟୁକ୍ରେନ୍‌ ସହ ରୁଷିଆ ଯେତେ ସମୟ ଧରି ଯୁଦ୍ଧ କଲେ ମଧ୍ୟ ଆମେରିକା ଏହାର ସହଯୋଗୀଙ୍କ ସହ ମିଶି କାମ କରିବ ବୋଲି ସେ କହିଥିଲେ। ଏହି ଅବସରରେ ବାଇଡେନ୍‌ ଗଣତାନ୍ତ୍ରିକ ଉପାୟରେ ସଫଳ କୋଭିଡ୍‌ ମୁକାବିଲା ପାଇଁ ଭାରତକୁ ପ୍ରଶଂସା କରିଥିଲେ। ଗଣତନ୍ତ୍ରରେ ସବୁକିଛି ସମ୍ଭବ ବୋଲି ବାଇଡେନ୍‌ କହିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜାତିସଂଘ ଚାର୍ଟର ଉଲ୍ଲଂଘନ ହେବା ଭଳି ଘଟଣା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଘଟିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଏଥିସହ ସମ୍ମିଳନୀରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ ସମେତ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ କ୍ୱାଡ୍‌ ଦେଶସମୂହ ନିନ୍ଦା କରିଥିଲେ। ଏଥିରେ କାର୍ବନ ନିର୍ଗମନ ହ୍ରାସ, ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri