ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍‌ (କ୍ୱାଡ୍‌) ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଯୋଗ ଦେଇଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପୂର୍ବସ୍ଥିତିରେ ପରିବର୍ତ୍ତନ ଉଦ୍ୟମ, କୌଣସି ଏକପାଖିଆ କାର୍ଯ୍ୟ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପକୁ ଦୃଢ଼ ବିରୋଧ କରାଯିବ ବୋଲି ଏହି ସମ୍ମିଳନୀରେ ଚାଇନା ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଇଣ୍ଡୋ-ପାସିଫିକ୍‌ରେ ଅନ୍ତର୍ଜାତୀୟ ନିୟମ ଏବଂ ଶାନ୍ତି ବଜାୟ ପାଇଁ କ୍ୱାଡ୍‌ ସମ୍ମିଳନୀରେ ସଂକଳ୍ପ ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଅଳ୍ପ ସମୟ ମଧ୍ୟରେ କ୍ୱାଡ୍‌ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି। ଏହାର ପରିସର ବ୍ୟାପକ ହୋଇଛି। ପାରସ୍ପରିକ ବିଶ୍ୱାସ ଏବଂ ସଂକଳ୍ପ ଗଣତାନ୍ତ୍ରିକ ଶକ୍ତିକୁ ନୂତନ ଉତ୍ସାହ ଯୋଗାଉଛି। ମୁକ୍ତ ଓ ସ୍ବାଧୀନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍‌ ରଚନାତ୍ମକ ଏଜେଣ୍ଡାରେ ଆଗକୁ ବଢ଼ୁଛି, ଯାହାକି ‘ଭଲ ପାଇଁ କାର୍ଯ୍ୟ କରୁଥିବା ଶକ୍ତି’ ଭାବରେ ବିଶ୍ୱରେ ଏହାର ଛବିକୁ ଆହୁରି ମଜଭୁତ କରିବ ବୋଲି ମୋଦି କହିଥିଲେ। ଆମେରିକା ଉଦ୍ୟୋଗଜଗତକୁ ମୋଦି ଭାରତକୁ ନିମନ୍ତ୍ରଣ ଦେଇଥିଲେ। ଜୋ ବାଇଡେନ୍‌ ସମ୍ମିଳନୀରେ ୟୁକ୍ରେନ୍‌ ପ୍ରସଙ୍ଗ ଉଠାଇଥିଲେ। ୟୁକ୍ରେନ୍‌ରେ ଏକ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ବିଲୀନ କରିବାକୁ ରୁଷିଆ ଚାହୁଁଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଖାଦ୍ୟ ସଙ୍କଟ ଉତ୍କଟ ହେବାକୁ ଯାଉଛି ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ। ୟୁକ୍ରେନ୍‌ ସହ ରୁଷିଆ ଯେତେ ସମୟ ଧରି ଯୁଦ୍ଧ କଲେ ମଧ୍ୟ ଆମେରିକା ଏହାର ସହଯୋଗୀଙ୍କ ସହ ମିଶି କାମ କରିବ ବୋଲି ସେ କହିଥିଲେ। ଏହି ଅବସରରେ ବାଇଡେନ୍‌ ଗଣତାନ୍ତ୍ରିକ ଉପାୟରେ ସଫଳ କୋଭିଡ୍‌ ମୁକାବିଲା ପାଇଁ ଭାରତକୁ ପ୍ରଶଂସା କରିଥିଲେ। ଗଣତନ୍ତ୍ରରେ ସବୁକିଛି ସମ୍ଭବ ବୋଲି ବାଇଡେନ୍‌ କହିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜାତିସଂଘ ଚାର୍ଟର ଉଲ୍ଲଂଘନ ହେବା ଭଳି ଘଟଣା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଘଟିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଏଥିସହ ସମ୍ମିଳନୀରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ ସମେତ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ କ୍ୱାଡ୍‌ ଦେଶସମୂହ ନିନ୍ଦା କରିଥିଲେ। ଏଥିରେ କାର୍ବନ ନିର୍ଗମନ ହ୍ରାସ, ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ସମ୍ପର୍କ ସୁଦୃଢ ପାଇଁ ଆଗେଇ ଆସିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲମାବାଦ୍‌,୩୧।୩: ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି।ଦୁଇ ବର୍ଷ ଧରି...

କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ

ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ...

୭୦ରୁ ଊର୍ଦ୍ଧ୍ୱ ମିଶାଇଲ ମାଡ଼ କଲା ରୁଷିଆ: ସହରକୁ ବ୍ଲାକ୍‌ଆଉଟ୍‌ ଘୋଷଣା କଲା କିଭ୍‌

କିଭ୍‌,୧୭।୧୨: ଗତ କିଛି ମାସରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ରାଜଧାନୀ କିଭ୍‌ରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ୍‌ ଆକ୍ରମଣ କରାଯାଇଛି।...

ପାଲେଷ୍ଟାଇନ୍‌ ସପକ୍ଷରେ ରାଲି ବେଳେ ବିସ୍ଫୋରଣ

ଇସ୍‌ଲାମାବାଦ,୨୧ା୫: ପାକିସ୍ତାନର ବେଲୁଚିସ୍ତାନରେ ଶୁକ୍ରବାର ପାଲେଷ୍ଟାଇନ୍‌ ସପକ୍ଷରେ ରାଲି କରାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ...

ଟୁଇଟରକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ, ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ

ୱାଶିଂଟନ,୬ ।୧: ଟୁଇଟର ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ୟୁଜର୍ସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି...

ଇସ୍ତଫାପତ୍ର ଲେଖିଛନ୍ତି ପୋପ୍‌

ରୋମ୍‌,୧୯।୧୨: ୨୦୧୩ରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍‌କାରରେ କହିଛନ୍ତି। ଆଗାମୀ...

ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର

ଇସ୍‌ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ...

ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବାକୁ ପାକିସ୍ତାନ ସରକାରଙ୍କ ଯୋଜନା…

ଇସଲାମାବାଦ,୧୯।୩ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଥିବା ପୋଲିସ ଦାବି କରିବା ପରେ ପାକିସ୍ତାନ...

Advertisement
Archives

Model This Week