ଓ୍ବାନ୍‌ ଶୋଲ୍ଡର ଟପ୍ସ

ଅଫିସ୍‌ ହେଉ ଅବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଅନେକେ ଜିନ୍ସ ଓ ଟପ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ କମ୍ଫର୍ଟେବଲ୍‌ ଲାଗିଥାଏ। ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଟପ୍ସ ମିଳିଲାଣି, ତନ୍ମଧ୍ୟରୁ ଓ୍ବାନ୍‌ ଶୋଲ୍ଡର ଟପ୍ସ ହେଉଛି ଅନ୍ୟତମ। ଖାସ୍‌କରି ଏହାକୁ ଶଟର୍‌ସ ହେଉ ଅବା ଜିନ୍ସ ପ୍ୟାଣ୍ଟ କିମ୍ବା ସ୍କର୍ଟ ଅଥବା ଅନ୍ୟ ଯେକୌଣସି ଲୋୟର୍ସ ସହ ପେୟାର୍‌ କରି ପିନ୍ଧିଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ବିଭିନ୍ନ ଡିଜାଇନ୍‌ର ଓ୍ବାନ୍‌ ଶୋଲ୍ଡର ଟପ୍ସ ସମ୍ପର୍କରେ…

ଷ୍ଟ୍ରାଇପ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଷ୍ଟ୍ରାଇପ୍‌ ପ୍ରିଣ୍ଟ୍‌ର ଯେ କୌଣସି ଆଉଟ୍‌ଫିଟ୍‌ ହେଉନା କାହିଁକି, ତାହାକୁ ପିନ୍ଧିଲେ ଲୁକ୍‌ ଟିକେ ଡିଫ୍‌ରେଣ୍ଟ ଲାଗେ। ଖାସ୍‌ କରି ଏହି ପ୍ରିଣ୍ଟର ଓ୍ବାନ୍‌ ଶୋଲ୍ଡର ଟପ୍ସ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ଲାଗିଥାଏ। ବିଶେଷକରି ମିଡି ସ୍କର୍ଟ କିମ୍ବା ଶଟର୍‌ସ ସହ ଏହି ଟପ୍ସକୁ ପେୟାର୍‌ କରି ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ। ସେହିପରି ଏହା ସହିତ ଆପଣ ଚାହିଁଲେ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ବି ଟ୍ରାଏ କରିପାରିବେ।

ବ୍ଲାକ୍‌ ଲେସ୍‌ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଲେସ୍‌ କାମ ହୋଇଥିବା କଳା ରଙ୍ଗର ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ଇଭିନିଂ କିମ୍ବା ନାଇଟ୍‌ ପାର୍ଟିରେ ପିନ୍ଧିଲେ ଗର୍ଜିୟସ୍‌ ଦେଖାଯାଇଥାଏ। ଏହା ସହିତ ଫିଟେଡ୍‌ ଡେନିମ୍‌ ଓ ହିଲ୍‌ ମଧ୍ୟ ବେଶ୍‌ ଭଲ ମାନିଥାଏ।

ଫ୍ଲୋରାଲ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଫ୍ଲୋରାଲ୍‌ ପ୍ରିଣ୍ଟ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏନାହିଁ। ଖାସ୍‌ କରି ଖରାଦିନେ ଏହି ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଫ୍ରେଶ୍‌ ଅନୁଭବ ହୁଏ। ତେବେ ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ପ୍ଲାଜୋ ପ୍ୟାଣ୍ଟ ସହ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।

ଚେକ୍‌ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଅଲ୍‌ ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଚେକ୍‌ ପ୍ରିଣ୍ଟ ବାଲା ଆଉଟ୍‌ଫିଟ୍‌। ଏହି ପ୍ରିଣ୍ଟ ଥିବା ଓ୍ବାନ୍‌ ଶୋଲ୍ଡର ଟପ୍ସ ବି ଯୁବତୀଙ୍କୁ ପ୍ରେଟ୍ଟି ଲୁକ୍‌ ଦେଇଥାଏ। ଖାସ୍‌ କରି ଆଙ୍କେଲ୍‌ ଲେଙ୍ଗ୍‌ଥ ପ୍ୟାଣ୍ଟ ସହ ଏହି ଧରଣର ଟପ୍ସ ବେଶ୍‌ ଭଲ ମାନିଥାଏ।

ରଫଲ୍ସ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଆଜିକାଲି ରଫଲ୍ସ ଫ୍ୟାଶନ୍‌ର ଚଳଣି ମଧ୍ୟ ବେଶ୍‌ ଚାଲିଛି। ଏହାର ଟପ୍ସ ବି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଖାସ୍‌ କରି ଡେନିମ୍‌୍‌ ସହ ଏହି ଟପ୍ସକୁ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ।

ଆନିମଲ ପ୍ରିଣ୍ଟ ଓ୍ବାନ୍‌ ଶୋଲ୍ଡର ଟପ୍ସ: ଆନିମଲ ପ୍ରିଣ୍ଟ ଫ୍ୟାଶନ୍‌କୁ ବି ଅନେକେ ଏଭର୍‌ଗ୍ରୀନ୍‌ ଫ୍ୟାଶନ୍‌ ବୋଲି କହିଥାନ୍ତି। ଏହି ପ୍ରିଣ୍ଟ ଥିବା ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗିଥାଏ। ବିଶେଷକରି ଏହି ପ୍ରିଣ୍ଟର ଓ୍ବାନ୍‌ ଶୋଲ୍ଡର ଟପ୍ସକୁ ଜିନ୍ସ କିମ୍ବା ଶଟର୍‌ସ ସହ ପେୟାର୍‌ କରି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri