ବଜ୍ରପାତରେ ଜଣେ ମୃତ, ୩ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରେ ଉକ୍ତ ଗ୍ରାମର ଗୋଟିଏ ପରିବାର ୪ ଜଣ ସଦସ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଆହତ ହୋଇଛନ୍ତି। ଗାଁର ଆମରି ମାଝିଙ୍କର ପୁତ୍ର ଆକାଶ(୬)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ବୈଶାଳୀ ମାଝି (୧୩)ଗୁରୁତର ଅବସ୍ଥା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଆମରି ଓ ତାଙ୍କ ସ୍ତ୍ରୀ ଜିରିମେ ମଧ୍ୟ ଘଟଣାର ଅନେକ ସମୟ ପର୍ଯ୍ୟନ୍ତ ଅଚେତ ହୋଇଯାଇଥିବାବେଳେ ବର୍ତ୍ତମାନ ଉଭୟଙ୍କ ସ୍ଥିତି ସାମାନ୍ୟ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଆମରି ମାଝି ବଙ୍କାମ ଗ୍ରାମପଞ୍ଚାୟତର ମାଙ୍କଡ଼ଝୋଲା ଗ୍ରାମରେ ସପରିବାର ରୁହନ୍ତି। ଘର ଠାରୁ ଅଳ୍ପ ଦୂରରେ ତାଙ୍କର ଚାଷ ଜମି ରହିଛି। ପ୍ରତିଦିନ ଭଳି ଆଜି ଆମରି ତାଙ୍କ ସପରିବାର ଜମିକୁ ଯାଇଥିଲେ। ଦ୍ୱିପହର ସମୟରେ ଅଳ୍ପ ବର୍ଷା ସହିତ ଘଡଘଡି ଆରମ୍ଭ ହୋଇଯାଇଥିଲା। ବର୍ଷା ସମ୍ଭାବନା ଦେଖି ସପରିବାର ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଆମ୍ବ ଗଛ ମୂଳରେ ବର୍ଷା ଦାଉରୁ ରକ୍ଷା ପାଇବାକୁ ଆଶ୍ରୟ ନେଉଥିବାବେଳେ ହଠାତ୍‌ ବଜ୍ରପାତ ଘଟିଥିଲା। ଏଥିରେ ପରିବାର ସମସ୍ତ ୪ ଜଣ ସଦସ୍ୟ ଅଚେତ ହେଇଯାଇଥିଲେ। କିନ୍ତୁ କୌଣସି ପ୍ରକାରରେ ଆମରି ଓ ତାଙ୍କ ସ୍ତ୍ରୀ ଙ୍କର ଚେତା ଫେରିଲାବେଳେ ପୁଅ ଆକାଶ ଓ ଝିଅ ବୈଶାଳୀ ଚେତାଶୂନ୍ୟ ଥିବା ଦେଖିବାକୁ ପାଇଥିଲେ। ଆମରି କୌଣସି ପ୍ରକାର ଗାଁ ଲୋକଙ୍କୁ ଖବର ଦେଇଥିବାପରେ ଆକାଶ ଓ ବୈଶାଳୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଗୋବର ଲେପନ କରାଯାଇଥିଲା। ଏଥିରେ ବୈଶାଳୀଙ୍କ ଚେତା ଫେରିଲା ଥିବାବେଳେ ଆକାଶଙ୍କ ମୃତ୍ୟୁ ହୋଇଥିଲା। ତୁରନ୍ତ ବୈଶାଳୀଙ୍କୁ ପ୍ରଥମେ ଟିକିରି ଉପ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ସମୟରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri