ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ: ବିଚିତ୍ରପୁର ଇକୋ ଟୁରିଜମ୍‌

ଭୋଗରାଇ, ୧୦।୯ (ଡି.ଏନ.ଏ.)-ଇକୋ ଟୁରିଜମ୍‌ସ୍ଥଳୀ ଭାବେ ମାନ୍ୟତା ପାଇଛି ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଚିତ୍ରପୁର। ୮କି.ମି. ଲମ୍ବ ଓ ୫ କି.ମି. ପରିଧି ମଧ୍ୟରେ ଏଠାରେ ରହିଛି ୪ଟି ଛୋଟ ଛୋଟ ଆକର୍ଷଣୀୟ ଦୀପପୁଞ୍ଜ। ଜଙ୍ଗଲ ବିଭାଗ ପକ୍ଷରୁ ୫୦ ଏକର ଜାଗାରେ ବନୀକରଣ କରାଯାଇ ବିରଳ ପ୍ରଜାତିର ଗଛଲତା ସୃଷ୍ଟି କରାଯାଇଛି। ଗୋଟିଏ ଦିଗରେ ନୀଳଦରିଆର ଆକର୍ଷଣ, ଅନ୍ୟ ଦିଗରେ ପ୍ରକୃତିରାଣୀର ଶୋଭା, ପକ୍ଷୀଙ୍କ କାକଳିରେ ପରିବେଶ ମୁଖରିତ ହୋଇଉଠୁଛି। ଜଳକ୍ରୀଡ଼ା ସାଙ୍ଗକୁ ମନଲୋଭା ପରିବେଶ ବିଶେଷ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ଦୀପଗୁଡ଼ିକରେ ଗେଣ୍ଡାଳିଆ, ଦାବେଣ୍ଟିଆ, ସାରସ, ଧଳା, କଳା ବଗ ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବରେ ପରିବେଶ ଗୁଞ୍ଜରିତ ହୋଇଥାଏ। ଏହାବ୍ୟତୀତ ଅରଣା ମହିଷୀ, ବାର୍‌ହା, ବାଘ ଭଳି ଦେଖାଯାଉଥିବା ପଶୁ, ଘୁଷୁରି ଆଦି ବନ୍ୟପ୍ରାଣୀ ଦେଖାଯାନ୍ତି। ଶୀତ ଋତୁରେ ବିଦେଶାଗତ ନାନାଦି ପକ୍ଷୀ ଏହି ନିଃଶବ୍ଦ ବନାନୀରେ ଅତିଥି ଭାବେ ସାମିଲ ହୋଇଥାନ୍ତି। ଜଳରାଶିରେ ନାଲି କଙ୍କଡ଼ାର ଲୁଚକାଳି ଖେଳ, ସମୁଦ୍ର କୂଳରେ ଅଲିଭରିଡ୍‌ଲେ କଇଁଛର ଅଣ୍ଡାଦାନ, ଡଲଫିନ୍‌ର ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ବିମୋହିତ କରେ।
ସାମୁଦ୍ରିକ ଝଡ଼ ଓ ସମୁଦ୍ରର ଉତ୍ତାଳ ଢ଼େଉ କୂଳଆଡ଼କୁ ମାଡ଼ି ଆସି ମୃତ୍ତିକା କ୍ଷୟ କରୁଥିବାରୁ ବିଶାଳ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇ କୂଳକୁ ସୁରକ୍ଷା କରାଯାଇପାରୁଛି। ଝାଉଁ ଜଙ୍ଗଲର ସୁଲୁସୁଲିଆ ପବନ ସାଙ୍ଗକୁ ସୁ ସୁ ଶବ୍ଦ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭା ପର୍ଯ୍ୟଟକଙ୍କୁ ବାନ୍ଧି ରଖେ। ଏଠାରେ ପର୍ଯ୍ୟଟକଙ୍କ ଆଗମନ ଓ ରହଣି ନିମନ୍ତେ ସବୁଜ ବନାନୀ ମଧ୍ୟରେ ନିର୍ମାଣ ହୋଇଛି ପ୍ରକୃତି ନିବାସ। ଶୀତତାପ ନିୟନ୍ତ୍ରିତ ୬ଟି ଟେଣ୍ଟ ଓ ୪ଟି କଟେଜ କରାଯାଇଛି। ଏଠାରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ୩୬ଶହରୁ ଊର୍ଦ୍ଧ୍ୱ ଶୁଳ୍କ ଦେବାକୁ ପଡ଼ିଥାଏ। ଟ୍ୟୁରିଜମ୍‌ ସ୍ପଟରୁ ବିଭିନ୍ନ ଦ୍ୱୀପପୁଞ୍ଜ ଉପଭୋଗ କରିବାକୁ ଜଳରାଶିରେ ୨ଟି ସୌଖୀନ ଯନ୍ତ୍ରଚାଳିତ ଡଙ୍ଗା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ଡଙ୍ଗାରେ ୪ରୁ ୮ଜଣ ପର୍ଯ୍ୟଟକ ଟିକେଟ କାଟି ଦ୍ୱୀପପୁଞ୍ଜ ବୁଲି ମଜା ନେବାର ସୁବିଧା କରାଯାଇଛି। ୨୦୧୩ରେ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଅଫିସ୍‌ ଗୃହ ସମେତ ପରିଧି ମଧ୍ୟରେ ଗୋଟିଏ ସଙ୍କୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ଭିତ୍ତିଭୂମି ସୁଦୃଢ଼ ଥିବା ଓ ଅନେକ ଆକର୍ଷଣ ଥିବା ପର୍ଯ୍ୟଟକଙ୍କ ସକାଶେ ରାସ୍ତାଘାଟକୁ ଆଲୋକୀକରଣ କରି ସଜେଇ ରଖିବା ସହ ପାନୀୟ ଜଳ ସଙ୍କଟକୁ ଦୂରୀଭୂତ କରିବାକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଗତ ୟାସ୍‌ ବାତ୍ୟାରେ ବହୁ ମୂଲ୍ୟବାନ ଗଛ ଧରାଶାୟୀ ହୋଇଛି। ୧୩ରୁ ୧୪ଫୁଟ୍‌ ଉଚ୍ଚରେ ଜୁଆର ମାଡ଼ିଆସି ବହୁ କ୍ଷତି କରିଥିବାରୁ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ରାଜ୍ୟ ସରକାର ସଚେତନ ରହି ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ ମତ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି ବନପାଳ ଅଜୟ ଜେନା ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହଁି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରତିକ୍ରିୟାରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri