ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା

ତୁଷାରକାନ୍ତ

ଗାନ୍ଧିଜୀଙ୍କର ଯଥାର୍ଥ ଅନୁଗାମୀ, ସ୍ବାଧୀନତା ସଂଗ୍ରାମୀ, ଗଡ଼ଜାତ ଆନ୍ଦୋଳନର ଅନ୍ୟତମ କାଣ୍ଡାରି, ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଗୌରାଙ୍ଗ ଚରଣ ଦାସଙ୍କର ଆଜି ୫୦ତମ ପୁଣ୍ୟତିଥି। (ଜନ୍ମ-୨୭.୦୧.୧୮୯୯, ମୃତ୍ୟୁ-୧୯.୦୨.୧୯୭୨)। ଏସବୁ ଛଡ଼ା ସେ ମଧ୍ୟ ଓଡ଼ିଶାରେ ପ୍ରଥମଥର ପାଇଁ ୧୯୪୬ ମସିହାରେ ତାଙ୍କ ନିଜ ଗ୍ରାମ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ତତ୍କାଳୀନ ଅପନ୍ତରା ଗ୍ରାମ ବାଗଲପୁରର ଶ୍ରୀ ଦଧିବାମନଜୀଉ ମନ୍ଦିରରେ ଦଳିତମାନଙ୍କର ପ୍ରବେଶ କରାଇଥିଲେ। ମାଳତୀ ଚୌଧୁରୀଙ୍କ ଠାରୁ ଏ ଖବର ପାଇ ମହାମତ୍ା ଗାନ୍ଧୀ ‘ହରିଜନ ପତ୍ରିକା’ରେ ଲେଖିଥିଲେ ‘ମୁଁ ଏପରି କାର୍ଯ୍ୟକ୍ରମକୁ ସ୍ବାଗତ କରୁଛି ଓ ସମୟ ମିଳିଲେ ସେହି ଗ୍ରାମକୁ ଯିବି।’ ଅବଶ୍ୟ ହତ୍ୟାର ଶିକାର ହେବାରୁ ସେ ଆସିପାରି ନ ଥିଲେ। ଦାସଙ୍କ ଆହ୍ବାନରେ ସେହି ଗ୍ରାମର ଆଉ ୧୬ଜଣ ଯୁବକ ଓ ଜଣେ ମହିଳା ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ (ସମୁଦାୟ ୧୮ଜଣ)।
୧୯୪୬ ମସିହା ଗ୍ରୀଷ୍ମଋତୁର କୌଣସି ଏକ ତାରିଖରେ ଓଡ଼ିଶାର ସଂଖ୍ୟାଧିକ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ‘ମନ୍ଦିରରେ ଦଳିତଙ୍କ ପ୍ରବେଶ’ ଉପରେ ବିଶିଷ୍ଟ ଦାର୍ଶନିକ, ସ୍ବାଧୀନତା ସଂଗ୍ରାମୀ ତଥା ଲେଖକ ଓ ସେହି ଗ୍ରାମରେ ଜନ୍ମିତ ଚିତ୍ତରଞ୍ଜନ ଦାସ, ତାଙ୍କର ୧୯.୦୨.୨୦୦୪ରେ ଗୌରାଙ୍ଗ ଚରଣ ଦାସଙ୍କ ପୁଣ୍ୟତିଥିରେ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗୌରୀଭାଇ’ (ଗୌରାଙ୍ଗ ଚରଣ ଦାସଙ୍କୁ ସମସ୍ତେ ଗୌରୀଭାଇ ବୋଲି ଡାକୁଥିଲେ) ଶୀର୍ଷକ ଏକ ଲେଖା ଲେଖିଥିଲେ। ସେହି ଲେଖାଟି ଏହିପରି। ‘୧୯୪୬ ମସିହାର ସେହି ଖରାଦିନର ମାସଟି ଭାରି ମନେପଡୁଛି। ସେହି ମାସରେ ଦିନେ ଓଡ଼ିଶାର କେତେ ନା କେତେ ବରିଷ୍ଠ ନେତା ବାଗଲପୁର ଗାଁରେ ଆସି ସମବେତ ହୋଇଥିଲେ। ସେତେବେଳେ ନେତା କହିଲେ, ମନ୍ତ୍ରୀମାନଙ୍କୁ ମୋଟେ ବୁଝାଉ ନ ଥିଲା। ସେମାନେ ସମସ୍ତେ ସେତେବେଳର ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ଥିଲେ, ଅଗ୍ରଣୀ ଥିଲେ। ଅର୍ଥାତ୍‌, ସେମାନେ ଆଗେ ଆଗେ ଯାଉଥିଲେ। ଆମେ ସମସ୍ତେ ସେମାନଙ୍କ ସାଙ୍ଗରେ ଯାଉଥିଲୁ। ଆଗରେ ରହିଥିବା ଲକ୍ଷ୍ୟଟି ସତେ ଅବା କ୍ରମେ ପାଖେଇ ଆସୁଥିଲା। ଏ ଦେଶରୁ ବିଦେଶୀ ରାଜତ୍ୱ ହଟିବ ଏବଂ ଭାରତବର୍ଷ ନୂତନ ଧାରାରେ ଗଢାହେବ। ଏକ ନୂଆ ବ୍ୟବସ୍ଥା, ନୂଆ ଶାସନ, ନୂଆ ବୁଝାମଣା, ଯେଉଁଥିରେ କି ଆମେ ସମସ୍ତେ ରହିଥିବା ଅର୍ଥାତ୍‌ ସଭିଏ ଆପଣାକୁ ଏହି ଦେଶକୁ ଆମ ସମସ୍ତଙ୍କର ଘର ବୋଲି ଅନୁଭବ କରୁଥିବା।
ସେଦିନ ଦଧିବାମନ ଠାକୁରଙ୍କ ମନ୍ଦିରକୁ ସମସ୍ତେ ଯାଇ ପାରିଲେ। ଗାଁଟା ସତେ ଅବା ଗୋଟାଏ ଏକାବେଳକେ ଅଲଗା ଆମତ୍ୀୟତାରେ ଉଦ୍‌ଭାସିତ ହୋଇ ରହିଥିଲା। ସାରା ଓଡ଼ିଶାରେ ଏଇଟି ସର୍ବପ୍ରଥମ ଘଟଣା ବୋଲି ଆଗନ୍ତୁକ ଅତିଥିମାନେ ମତ ଦେଲେ। ଆମେ ଯେଉଁମାନେ ପୂରା ଗୋଟାଏ ମାସ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲୁ, ସେମାନେ କେତେ ଖୁସି ହୋଇ ଯାଇଥିଲେ। ବାହାରେ ଖୁସି, ଭିତରେ ଖୁସି। କୋଉ ଖୁସିଟା ଆଗ, କୋଉଟା ପଛ, ସେକଥାଟିକୁ ହିସାବ କରି ମୋଟେ କୁହାଯାଇ ପାରିବ ନାହିଁ।
ତା’ପରେ ଇତି ମଧ୍ୟରେ ୫୮ ବର୍ଷ ବିତିଗଲାଣି ( ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଲିଖିତ ୨୦୦୪ ଯାଏ)। ବର୍ତ୍ତମାନ ଏହି ଗାଁରେ ହାତ ପାହାନ୍ତାରେ କଲେଜ ହେଲାଣି। ସେ କାଳର କାଦୁଅମୟ ରାସ୍ତାଗୁଡ଼ାକ ପକ୍କା ହୋଇଗଲାଣି। କେତେ ଘରେ ବିଜୁଳି ଆଲୁଅ, ଦୂରଦର୍ଶନ, ଟେଲିଭିଜନ। ଘରେ ଘରେ ଶିକ୍ଷିତ ପୁଅ ଓ ଝିଅ ଉଭୟ। କିନ୍ତୁ କ’ଣ ପାଇଁ ମଝିରେ କ’ଣ ଘଟିଲା ଏବଂ କ୍ରମେ ଠାକୁରଙ୍କର ଥାନଟା ସେହି ଆଗ ପରି ଥୋକେ ମଣିଷଙ୍କ ସକାଶେ ନିଷିଦ୍ଧ ହୋଇ ରହିଲା। ଉତ୍ସବର ସେହି ଦିନଟି ତୁଚ୍ଛା ଗୋଟିଏ ଦିନ ପାଇଁ ଆସି ପାସୋର ହୋଇ ରହିଗଲା। ଭାରତବର୍ଷ ସ୍ବାଧୀନ ହେଲା, ଦେଶର ଆଇନ ଅନୁସାରେ ଆଉ ଛୁଆଁ ଅଛୁଆଁ ଭେଦ ରହିଲା ନାହିଁ। ତଥାପି ଆମ ମନ୍ଦିରର ଠାକୁରେ ଆମ ଗାଁର ପ୍ରାୟ ଅଧେ ସରିକି ମଣିଷଙ୍କ ନିମନ୍ତେ ମନା ହୋଇ ରହିଗଲେ କେମିତି କେଜାଣି? ଏକଥା ପୁନର୍ବାର ଆଲୋଚିତ ହେଉ। ତୋଡ଼ ଦେଖାଇ ନୁହେଁ, ପରସ୍ପରର ପାଖରେ ବସି, ପରସ୍ପରକୁ ଲୋଡ଼ି ଏବଂ ଯେଉଁମାନେ ସ୍କୁଲ୍‌ ଓ କଲେଜରେ ପଢୁଛନ୍ତି, ସେମାନେ ପ୍ରଥମେ ଏହି ଆଲୋଚନା ଲାଗି ଆଗଭର ହୁଅନ୍ତୁ।
ଗୌରୀଭାଇ ଯେଉଁ ଗାନ୍ଧିଜୀଙ୍କର ନେତୃତ୍ୱ ଦ୍ୱାରା ପରିଚାଳିତ ହୋଇ ଦେଶର ସଂଗ୍ରାମରେ ସେତେବେଳେ ନିଜକୁ ସମ୍ମିଳିତ କରିଥିଲେ ଏବଂ ଗାଁର ଆମ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରୁଥିଲେ, ସେହି ଗାନ୍ଧୀ କେତେ ଦୃଢ଼ ହୋଇ ବାରମ୍ବାର କହି ଯାଇଛନ୍ତି ଯେ ”ବିଦେଶୀ ଶାସନକୁ ହଟାଇବା ସିନା ଆମର ପ୍ରଥମ କାମ, ମାତ୍ର ସେହି ଶାସନ ହଟିଯିବା ପରେ ସମାଜର ପରିବର୍ତ୍ତନ ହେଉଛି ତା’ର ପରବର୍ତ୍ତୀ ଦ୍ୱିତୀୟ ସଂଗ୍ରାମ।“ ସେହି ବାର୍ତ୍ତାଟି ସହରମାନଙ୍କରେ ବହିରେ ଲେଖା ହୋଇ ରହିଥିବ ନା ଆମ ଗାଁମାନଙ୍କରୁ ହିଁ ଆଗ ସେଥିଲାଗି ଅସଲ ଉଦ୍‌ବେଳନ ଆରମ୍ଭ ହେବ?
ଚିତ୍ତରଞ୍ଜନ ଦାସ ତାଙ୍କ ଲେଖା ଶେଷରେ ଯେଉଁ ପ୍ରଶ୍ନଟି ପଚାରିଥିଲେ ତାହାର ଉତ୍ତର ମିଳୁନାହିଁ ବା ମିଳିବାର ନାହିଁ। ଗୌରାଙ୍ଗ ଚରଣ ଦାସଙ୍କ ବର୍ଗଟି ସେମାନଙ୍କର ଦାୟିତ୍ୱ ତୁଲାଇ ସାରିଛନ୍ତି। ତାଙ୍କର ଆଜିର ପୁଣ୍ୟତିଥିରେ ତାଙ୍କୁ ତଥା ତାଙ୍କ ଜରିଆରେ ସବୁ ଦିବଂଗତ ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ମୋ :୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri