Posted inଜାତୀୟ

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା ନେଇ ସମସ୍ତ ରାଜନୈତିକ ଦଳର ସହମତି ଆବଶ୍ୟକ। ଏହାଦ୍ୱାରା ଦେଶର ଅଯଥା ଖର୍ଚ୍ଚ କମ୍‌ ହେବ ବୋଲି ଭାଜପା ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟ ସଭା ଏମ୍‌ପି ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ଏବେ ଭାଜପା ପକ୍ଷରୁ ଏହା ଉପରେ ଗୁରୁତ୍ୱାରୋପ କରାଯାଉଛି। ସହମତି ନ ହେଲେ ଏହାକୁ ଶୀଘ୍ର ଲାଗୁ କରାଯାଇ ପାରିବ ନାହିଁ। ତେବେ ଏହା ପୂର୍ବରୁ କଂଗ୍ରେସ ଶାସନ ସମୟରେ ଏକ ଦେଶ, ଏକ ନିର୍ବାଚନ ପ୍ରକ୍ରିୟା ହୋଇସାରିଛି। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମିଳିତ ଭାବେ ହୋଇଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ହୋଇଛି। ଏହାର ରିପୋର୍ଟ ପାର୍ଲାମେଣ୍ଟର ଷ୍ଟାଣ୍ଡିଙ୍ଗ୍‌ କମିଟିରୁ ଆସି ସାରିଛି। ଏହାଦ୍ୱାରା ଦେଶରେ ରାଜନୈତିକ ସ୍ଥିରତା ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ...

ସାମ୍ନାକୁ ଆସିଲା ହାଥରସ୍‌ ଘଟଣାସ୍ଥଳର ଭିଡିଓ

ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି।...

ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ

ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହାକୁ...

ପେଟ୍ରୋଲ ଭରିବା ସମୟରେ କିଛି ଘଟିଲା ଏଭଳି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବେମତେରା,୨୮।୭: ପେଟ୍ରୋଲ ଭରିବା ସମୟରେ କେତେକ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ। ଟିକିଏ ବି ଅସର୍ତକତା ଦୁର୍ଘଟଣା ଘଟାଇପାରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...

ପରମେଶ୍ୱରନ ନୀତି ଆୟୋଗର ସିଇଓ

ନୂଆଦିଲ୍ଲୀ,୨୪।୬: ପରମେଶ୍ୱରନ ଆୟର ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ପରମେଶ୍ୱରନକୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି। ବର୍ତ୍ତମାନ ଯିଏ...

ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ଫଳାଫଳ: ଭାଜପା ଆଗୁଆ

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନର ୨୮ଟି ଆସନ ପାଇଁ ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଧାରାରେ ଭାଜପା ଆଗରେ ରହିଛି।ଭାଜପା ୧୮, କଂଗ୍ରେସ ୮ ଏବଂ...

ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାଙ୍କ ଏମିତି କାଣ୍ଡ: ସମସ୍ତଙ୍କ ଉଡିଲା ହୋଶ୍‌

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମାତାପିତା ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଅତିଥିମାନେ ପହଞ୍ଚିଥିଲେ, ଘର ସଜାଯାଇଥିଲା। କିନ୍ତୁ ଶେଷ...

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର...

Advertisement
Archives

Model This Week