Posted inଜାତୀୟ

‘ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ବିଲ୍‌କୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଚଣ୍ଡିଗଡ଼,୧୩।୮: ପଞ୍ଜାବରେ ଦଶନ୍ଧି ଧରି ଏକରୁ ଅଧିକ ପେନ୍‌ସନ ପ୍ରଦାନ କରାଯାଉଥିବା ଆଇନ ଏବେ ଶେଷ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବରେ ମାନ ସରକାରଙ୍କ ପକ୍ଷରୁ ପାସ୍‌ ହୋଇଥିବା ବିଲ୍‌କୁ ଶନିବାର ରାଜ୍ୟପାଳ ଅନୁମୋଦନ କରିବା ପରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନଠାରୁ ବିଧାୟକଙ୍କୁ କେବଳ ଏକ କାର୍ଯ୍ୟକାଳ ଅବଧି ପାଇଁ ପେନ୍‌ସନ୍‌ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବବାସୀଙ୍କୁ ଏହି ଖବର ଜଣାଇ ବହୁତ ଖୁସି ଯେ, ମାନ୍ୟବର ରାଜ୍ୟପାଳ ‘ଜଣେ ବିଧାୟକ-ଗୋଟିଏ ପେନ୍‌ସନ୍‌’ ବିଲ୍‌କୁ ଅନୁମୋଦନ କରିଛନ୍ତି। ଏହାପରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଅନେକ ଟିକସ ସଞ୍ଚୟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବାଜି ମାରିଲା ଭାଜପା

ନୂଆଦିଲ୍ଲୀ,୧୦ ।୧୧: ମଣିପୁରରେ ୫ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସିଂଘଟ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି...

ରାଜ୍ୟ ସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୯: ରାଜ୍ୟ ସଭାରେ ଉତ୍ତେଜନା ମଧ୍ୟରେ ରବିବାର ଦୁଇଟି କୃଷି ବିଲ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଏମ୍‌ପିମାନେ ରାଜ୍ୟ ସଭାର ଉପାଧ୍ୟକ୍ଷ...

ରାଜଧାନୀରେ ଲୋକଙ୍କୁ ଘରେ ଯୋଗାଇ ଦିଆଯିବ ମଦ: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲୋକଙ୍କ ଘରେ ମଦ ପହଞ୍ଚାଇବା ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ମଞ୍ଜୁରୀ...

ସକ୍ରିୟ ମାମଲା ୫୧ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ...

ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ...

ଉତ୍ତରାଖଣ୍ଡ ସରକାରୀ ହସ୍ପିଟାଲକୁ ଯିବାକୁ ଡରିଲେଣି ରୋଗୀ

ହଲଦଓ୍ବାନି,୨୮।୭: ଉତ୍ତରାଖଣ୍ଡର ସରକାରୀ ହସ୍ପିଟାଲରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୩ହଜାର ୧୮୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଆର୍‌ଟିଆଇ କର୍ମୀ...

‘ରୋଗର ଉପହାସ କରି ହୀନ ରାଜନୀତି କରୁଛି ଭାଜପା’: ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୯ ।୧୧: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏକ ପ୍ରେସ କନଫରେନ୍ସ ଜରିଆରେ ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କ ମସାଜ ବାଲା ଭିଡିଓ ମାମଲାରେ...

ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…

ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ...

Advertisement
Archives

Model This Week