Posted inଜାତୀୟ

ପ୍ରତି ୩ରୁ ଗୋଟିଏ ଯୌନ ହିଂସା

ନୂଆଦିଲ୍ଲୀ, ୩୧ା୧୦: ଭାରତରେ ଶିଶୁ ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ୨୦୨୧ରେ କେବଳ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ୫୩,୮୭୪ ମାମଲା ରୁଜୁ ହୋଇଥିବା ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ କହୁଛି। ଚିନ୍ତାର ବିଷୟ ହେଉଛି ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧ ମଧ୍ୟରେ ପ୍ରତି ୩ରୁ ଗୋଟିଏ ହେଉଛି ଯୌନ ସମ୍ପର୍କିତ। ଅର୍ଥାତ ଅପରାଧର ଶିକାର ହେଉଥିବା ପିଲାଙ୍କ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ଯୌନ ନିର୍ଯାତନା ଭୋଗୁଛନ୍ତି ବୋଲି ଏନ୍‌ସିଆର୍‌ବି ଡାଟାରୁ ଜଣାପଡ଼ିଛି।

ଅନୁସାରେ, ୨୦୨୧ରେ ମୋଟ ୧,୪୯,୪୦୪ ଶିଶୁ ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୨୦୨୦ରେ ଏହି ସଂଖ୍ୟା ୧,୨୮,୫୩୧ ରହିଥିଲା। ଅର୍ଥାତ ବର୍ଷକରେ ଏହି ମାମଲା ୧୬.୨% ବଢ଼ିଛି। ଏହାକୁ ଦେଖିଲେ ପିଲାଙ୍କ ବିରୋଧରେ ପ୍ରତି ତୃତୀୟ ଅପରାଧ ସମ୍ପର୍କିତ ମାମଲା ପୋକ୍ସୋ ଆଇନ ବଳରେ ରୁଜୁ ହୋଇଛି। ଗତବର୍ଷ ପୋକ୍ସୋ ଆଇନର ଧାରା ୪ ଏବଂ ୬ ଅଧୀନରେ ୩୩,୩୪୮ ମାମଲା ରହିଛି। ସେଥିମଧ୍ୟରେ ୩୩,୦୩୬ ଅପରାଧ ଝିଅଙ୍କ ବିରୋଧରେ ହୋଇଥିବାବେଳେ ୩୧୨ ପୁଅ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିପରି ୬୭,୨୪୫ ଅପହରଣ ମାମଲା ଦେଶରେ ପୋଲିସ ସକ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୧ରେ ରୁଜୁ ହୋଇଥିବା ଶିଶୁ ବିରୋଧୀ ମାମଲାରେ ଦିଲ୍ଲୀ ସର୍ବାଗ୍ରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳରେ ଏପରି କେସ୍‌ ସର୍ବନିମ୍ନ ରହିଛି। ନାଗାଲାଣ୍ଡରେ ସବୁଠାରୁ କମ୍‌ ଶିଶୁ ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିବା ଏନ୍‌ସିଆର୍‌ବି ଡାଟା କହୁଛି। ୨୦୨୦ରେ ଏପରି ଅପରାଧ ହାର ୨୮.୯% ଥିବାବେଳେ ୨୦୨୧ରେ ତାହା ୩୩.୬କୁ ବୃଦ୍ଧି ପାଇଛି।
ଆହୁରି ଜଣାପଡ଼ିଛି, ଗତ ବର୍ଷ ୧୪୦ ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି।

ସେହିପରି ଆଉ ୧,୪୦୨ ଶିଶୁ ହତ୍ୟାର ଶିକାର ହୋଇଛନ୍ତି। ଏପରି ମାମଲା ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ରହିଛି। ଶିଶୁ ଅପହରଣ ମାମଲାରେ ମହାରାଷ୍ଟ୍ର (୯,୪୧୫) ଶୀର୍ଷରେ ରହିଛି। ଏହା ତଳକୁ ମଧ୍ୟପ୍ରଦେଶ (୮,୨୨୪), ଦିଲ୍ଲୀ (୫,୩୪୫), ଓଡ଼ିଶା (୫,୧୩୫) ଏବଂ ପଶ୍ଚିମବଙ୍ଗ (୪,୦୨୬) ରହିଛି। ୨୯,୩୬୪ ଶିଶୁଙ୍କୁ ନିଖୋଜ ଘୋଷଣା କରାଯାଇଛି। ସେହିପରି ଗତବର୍ଷ ୧,୦୪୬ ଶିଶୁଙ୍କୁ ଚାଲାଣ କରାଯାଇଛି। ଶିଶୁ ଶ୍ରମ ଆଇନରେ ୨୦୨୧ରେ ୯୮୨ ମାମଲା ରହିଛି। ଏହି ମାମଲାରେ ତେଲଙ୍ଗାନାରେ ସର୍ବାଧିକ ରୁଜୁ ହୋଇଛି।

ଗତବର୍ଷ ବାଲ୍ୟବିବାହ ୧,୦୬୨ ମାମଲା ରହିଥିବାବେଳେ ଏହି ତାଲିକାର ଶୀର୍ଷରେ କର୍ନାଟକ, ତାମିଲନାଡ଼ୁ ଏବଂ ଆସାମ ରହିଛି। ଅନ୍ୟପକ୍ଷରେ ଗତ ୫ବର୍ଷରେ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଜାତୀୟ ଆୟୋଗ (ଏନ୍‌ସିପିସିଆର୍‌) ନିକଟରେ ପ୍ରାୟ ୫୧,୦୦୦ ଶିଶୁ ନିର୍ଯାତନା ଅଭିଯୋଗ ଆସିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri