Posted inଜାତୀୟ

ପ୍ରତି ୩ରୁ ଗୋଟିଏ ଯୌନ ହିଂସା

ନୂଆଦିଲ୍ଲୀ, ୩୧ା୧୦: ଭାରତରେ ଶିଶୁ ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ୨୦୨୧ରେ କେବଳ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ୫୩,୮୭୪ ମାମଲା ରୁଜୁ ହୋଇଥିବା ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ କହୁଛି। ଚିନ୍ତାର ବିଷୟ ହେଉଛି ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧ ମଧ୍ୟରେ ପ୍ରତି ୩ରୁ ଗୋଟିଏ ହେଉଛି ଯୌନ ସମ୍ପର୍କିତ। ଅର୍ଥାତ ଅପରାଧର ଶିକାର ହେଉଥିବା ପିଲାଙ୍କ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ଯୌନ ନିର୍ଯାତନା ଭୋଗୁଛନ୍ତି ବୋଲି ଏନ୍‌ସିଆର୍‌ବି ଡାଟାରୁ ଜଣାପଡ଼ିଛି।

ଅନୁସାରେ, ୨୦୨୧ରେ ମୋଟ ୧,୪୯,୪୦୪ ଶିଶୁ ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ୨୦୨୦ରେ ଏହି ସଂଖ୍ୟା ୧,୨୮,୫୩୧ ରହିଥିଲା। ଅର୍ଥାତ ବର୍ଷକରେ ଏହି ମାମଲା ୧୬.୨% ବଢ଼ିଛି। ଏହାକୁ ଦେଖିଲେ ପିଲାଙ୍କ ବିରୋଧରେ ପ୍ରତି ତୃତୀୟ ଅପରାଧ ସମ୍ପର୍କିତ ମାମଲା ପୋକ୍ସୋ ଆଇନ ବଳରେ ରୁଜୁ ହୋଇଛି। ଗତବର୍ଷ ପୋକ୍ସୋ ଆଇନର ଧାରା ୪ ଏବଂ ୬ ଅଧୀନରେ ୩୩,୩୪୮ ମାମଲା ରହିଛି। ସେଥିମଧ୍ୟରେ ୩୩,୦୩୬ ଅପରାଧ ଝିଅଙ୍କ ବିରୋଧରେ ହୋଇଥିବାବେଳେ ୩୧୨ ପୁଅ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିପରି ୬୭,୨୪୫ ଅପହରଣ ମାମଲା ଦେଶରେ ପୋଲିସ ସକ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୧ରେ ରୁଜୁ ହୋଇଥିବା ଶିଶୁ ବିରୋଧୀ ମାମଲାରେ ଦିଲ୍ଲୀ ସର୍ବାଗ୍ରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳରେ ଏପରି କେସ୍‌ ସର୍ବନିମ୍ନ ରହିଛି। ନାଗାଲାଣ୍ଡରେ ସବୁଠାରୁ କମ୍‌ ଶିଶୁ ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିବା ଏନ୍‌ସିଆର୍‌ବି ଡାଟା କହୁଛି। ୨୦୨୦ରେ ଏପରି ଅପରାଧ ହାର ୨୮.୯% ଥିବାବେଳେ ୨୦୨୧ରେ ତାହା ୩୩.୬କୁ ବୃଦ୍ଧି ପାଇଛି।
ଆହୁରି ଜଣାପଡ଼ିଛି, ଗତ ବର୍ଷ ୧୪୦ ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି।

ସେହିପରି ଆଉ ୧,୪୦୨ ଶିଶୁ ହତ୍ୟାର ଶିକାର ହୋଇଛନ୍ତି। ଏପରି ମାମଲା ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ରହିଛି। ଶିଶୁ ଅପହରଣ ମାମଲାରେ ମହାରାଷ୍ଟ୍ର (୯,୪୧୫) ଶୀର୍ଷରେ ରହିଛି। ଏହା ତଳକୁ ମଧ୍ୟପ୍ରଦେଶ (୮,୨୨୪), ଦିଲ୍ଲୀ (୫,୩୪୫), ଓଡ଼ିଶା (୫,୧୩୫) ଏବଂ ପଶ୍ଚିମବଙ୍ଗ (୪,୦୨୬) ରହିଛି। ୨୯,୩୬୪ ଶିଶୁଙ୍କୁ ନିଖୋଜ ଘୋଷଣା କରାଯାଇଛି। ସେହିପରି ଗତବର୍ଷ ୧,୦୪୬ ଶିଶୁଙ୍କୁ ଚାଲାଣ କରାଯାଇଛି। ଶିଶୁ ଶ୍ରମ ଆଇନରେ ୨୦୨୧ରେ ୯୮୨ ମାମଲା ରହିଛି। ଏହି ମାମଲାରେ ତେଲଙ୍ଗାନାରେ ସର୍ବାଧିକ ରୁଜୁ ହୋଇଛି।

ଗତବର୍ଷ ବାଲ୍ୟବିବାହ ୧,୦୬୨ ମାମଲା ରହିଥିବାବେଳେ ଏହି ତାଲିକାର ଶୀର୍ଷରେ କର୍ନାଟକ, ତାମିଲନାଡ଼ୁ ଏବଂ ଆସାମ ରହିଛି। ଅନ୍ୟପକ୍ଷରେ ଗତ ୫ବର୍ଷରେ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଜାତୀୟ ଆୟୋଗ (ଏନ୍‌ସିପିସିଆର୍‌) ନିକଟରେ ପ୍ରାୟ ୫୧,୦୦୦ ଶିଶୁ ନିର୍ଯାତନା ଅଭିଯୋଗ ଆସିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?