କଥା ହେବାକୁ ୩ କି.ମି.ପାହାଡ଼ ଚଢ଼ିବାକୁ ପଡ଼େ

ସେମିଳିଗୁଡ଼ା/ ସୁନାବେଡ଼ା ୨୪ା୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କାଣ୍ଟି ପଞ୍ଚାୟତ ଦେଓମାଳି ପର୍ବତର ପାଦ ଦେଶରେ ରହିଛି। ଏହି ପଞ୍ଚାୟତ ସର୍ବଦା ଅବହେଳିତ ହୋଇ ରହି ଆସିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସରକାର ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର ପ୍ରସାର ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ସେହି ପାହାଡ଼ ପାଦଦେଶରେ ରହୁଥିବା ଶତାଧିକ ଆଦିବାସୀଙ୍କ ଉନ୍ନତି ଲାଗି କୌଣସି ପଦକ୍ଷେପ ନେଉନାହାନ୍ତି। ଏଠାରେ ଥିବା ଉପରକାଣ୍ଟି ଗ୍ରାମରେ ୨୦୦ ପରିବାରର ୮୦୦ ଲୋକ ବାସ କରନ୍ତି। ତେବେ ଗ୍ରାମବାସୀଙ୍କୁ ଏଯାଏ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ନୁଆଁଳିଆ ଚାଳ ଛପର ଘରେ ସେମାନେ ଜୀବନ ଅତିବାହିତ କରୁଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଗ୍ରାମବାସୀଙ୍କ ପାଇଁ ଯୋଗାଯୋଗର କୌଣସି ସାଧନ ନାହିଁ। ମୋବାଇଲ ନେଟୱାର୍କ ନଥିବାରୁ ଲୋକେ ଜରୁରୀ ପରିସ୍ଥିତିରେ ବହୁ ହଇରାଣ ହେଉଛନ୍ତି। ଏଠାକୁ ଆସୁଥିବା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାରୁ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେବାକୁ ହନ୍ତସନ୍ତ ହେଉଛନ୍ତି। ଏଠାରେ କଥାବାର୍ତ୍ତା ହେବା ପାଇଁ ସେମାନଙ୍କୁ ମୋବାଇଲ ଧରି ୩ କି.ମି.ପାହାଡ ଉପରକୁ ଚଢିବାକୁ ପଡେ। ଶିକ୍ଷା,ଗମନାଗମନ ବିଭିନ୍ନ ସମସ୍ୟା ଭୋଗୁଥିବା ଗ୍ରାମବାସୀଙ୍କ ପିଲାମାନଙ୍କ ପାଠ ପଢିବା ଲାଗି କେବଳ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସେବାଶ୍ରମ ବିଦ୍ୟାଳୟ ରହିଛି । ମାତ୍ର ପିଲାଙ୍କ ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକ ନାହାନ୍ତି। ୧୦୦ ପିଲାଙ୍କୁ ୩ ଜଣ ଶିକ୍ଷକ ରହିଛନ୍ତି। ବହୁ ସମୟରେ ସେମାନେ ଟ୍ରେନିଂ ଯାଉଥିବାରୁ ଜଣେ ମାତ୍ର ଶିକ୍ଷକ ପଢ଼ାଉଥିବା କହିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ହାଇସ୍କୁଲ ପଢିବାକୁ ହେଲେ ବଣ ପାହାଡ ରାସ୍ତାରେ ୧୨ରୁ ୧୪ କି.ମି. ଥୁରିଆ ଗ୍ରାମକୁ ଯିବାକୁ ପଡେ। ସେହିପରି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଏଠାରେ ଲାଗିରହିଛି। ୮୦୦ ଲୋକଙ୍କ ପାଇଁ ଗୋଟିଏ ହେଲଥ ଆଣ୍ଡ ୱେଲନେସ ସେଣ୍ଟର ରହିଛଇ। ଏହା ମାସରେ ଥରେ କିମ୍ବା ଦୁଇ ଥର ଖୋଲେ। ଏବେ କିଛି ମାସ ହେଲା ଏହି ସେଣ୍ଟର ଆଉ ଖୋଲୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମର ଏସବୁ ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ସେହିପରି ସେହି ପଞ୍ଚାୟତର ୧ ଓ ୨ ନଂ ୱାର୍ଡ ଟାଙ୍କୁବେଢାରେ ୨୫୦ ପରିବାର ର ପ୍ରାୟ ୧୦୦୦ ଲୋକ ରହୁଥିବା ବେଳେ ଗୋଟିଏ ମଧ୍ୟ ପରିବାରକୁ ପକ୍କାଘର ମିଳିନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳରେ କୌଣସି ଜନସେବା କେନ୍ଦ୍ର ନଥିବାରୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ଗ୍ରାମବାସୀଙ୍କୁ ୩୦ କିମି ସେମିଳିଗୁଡାକୁ ଯିବାକୁ ପଡୁଛି। ଏ ନେଇସରପଞ୍ଚ ପାଲ ସାଆନ୍ତାଙ୍କୁ ପଚାରିବାରୁ ସେ କହିଥିଲେ ଚଳିତ ବର୍ଷ ମୋଟ ୧୧୧ଟି ଆବାସ ପଞ୍ଚାୟତକୁ ଆସିଥିଲେ ହେଁ ଏପର୍ଯ୍ୟନ୍ତ କାହାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନାହିଁ। ଏସମ୍ପର୍କରେ ସେମିଳିଗୁଡା ବିଡିଓ ସବ୍ୟସାଚୀ ବେହେରାଙ୍କୁ ପଚାରିବା ଲାଗି ତାଙ୍କୁ ବାରମ୍ବାର ଫୋନ (୭୦୦୮୦୧୬୮୦୦) କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri