କଥା ହେବାକୁ ୩ କି.ମି.ପାହାଡ଼ ଚଢ଼ିବାକୁ ପଡ଼େ

ସେମିଳିଗୁଡ଼ା/ ସୁନାବେଡ଼ା ୨୪ା୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କାଣ୍ଟି ପଞ୍ଚାୟତ ଦେଓମାଳି ପର୍ବତର ପାଦ ଦେଶରେ ରହିଛି। ଏହି ପଞ୍ଚାୟତ ସର୍ବଦା ଅବହେଳିତ ହୋଇ ରହି ଆସିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସରକାର ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର ପ୍ରସାର ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ସେହି ପାହାଡ଼ ପାଦଦେଶରେ ରହୁଥିବା ଶତାଧିକ ଆଦିବାସୀଙ୍କ ଉନ୍ନତି ଲାଗି କୌଣସି ପଦକ୍ଷେପ ନେଉନାହାନ୍ତି। ଏଠାରେ ଥିବା ଉପରକାଣ୍ଟି ଗ୍ରାମରେ ୨୦୦ ପରିବାରର ୮୦୦ ଲୋକ ବାସ କରନ୍ତି। ତେବେ ଗ୍ରାମବାସୀଙ୍କୁ ଏଯାଏ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ନୁଆଁଳିଆ ଚାଳ ଛପର ଘରେ ସେମାନେ ଜୀବନ ଅତିବାହିତ କରୁଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଗ୍ରାମବାସୀଙ୍କ ପାଇଁ ଯୋଗାଯୋଗର କୌଣସି ସାଧନ ନାହିଁ। ମୋବାଇଲ ନେଟୱାର୍କ ନଥିବାରୁ ଲୋକେ ଜରୁରୀ ପରିସ୍ଥିତିରେ ବହୁ ହଇରାଣ ହେଉଛନ୍ତି। ଏଠାକୁ ଆସୁଥିବା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାରୁ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେବାକୁ ହନ୍ତସନ୍ତ ହେଉଛନ୍ତି। ଏଠାରେ କଥାବାର୍ତ୍ତା ହେବା ପାଇଁ ସେମାନଙ୍କୁ ମୋବାଇଲ ଧରି ୩ କି.ମି.ପାହାଡ ଉପରକୁ ଚଢିବାକୁ ପଡେ। ଶିକ୍ଷା,ଗମନାଗମନ ବିଭିନ୍ନ ସମସ୍ୟା ଭୋଗୁଥିବା ଗ୍ରାମବାସୀଙ୍କ ପିଲାମାନଙ୍କ ପାଠ ପଢିବା ଲାଗି କେବଳ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସେବାଶ୍ରମ ବିଦ୍ୟାଳୟ ରହିଛି । ମାତ୍ର ପିଲାଙ୍କ ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକ ନାହାନ୍ତି। ୧୦୦ ପିଲାଙ୍କୁ ୩ ଜଣ ଶିକ୍ଷକ ରହିଛନ୍ତି। ବହୁ ସମୟରେ ସେମାନେ ଟ୍ରେନିଂ ଯାଉଥିବାରୁ ଜଣେ ମାତ୍ର ଶିକ୍ଷକ ପଢ଼ାଉଥିବା କହିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ହାଇସ୍କୁଲ ପଢିବାକୁ ହେଲେ ବଣ ପାହାଡ ରାସ୍ତାରେ ୧୨ରୁ ୧୪ କି.ମି. ଥୁରିଆ ଗ୍ରାମକୁ ଯିବାକୁ ପଡେ। ସେହିପରି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଏଠାରେ ଲାଗିରହିଛି। ୮୦୦ ଲୋକଙ୍କ ପାଇଁ ଗୋଟିଏ ହେଲଥ ଆଣ୍ଡ ୱେଲନେସ ସେଣ୍ଟର ରହିଛଇ। ଏହା ମାସରେ ଥରେ କିମ୍ବା ଦୁଇ ଥର ଖୋଲେ। ଏବେ କିଛି ମାସ ହେଲା ଏହି ସେଣ୍ଟର ଆଉ ଖୋଲୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମର ଏସବୁ ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ସେହିପରି ସେହି ପଞ୍ଚାୟତର ୧ ଓ ୨ ନଂ ୱାର୍ଡ ଟାଙ୍କୁବେଢାରେ ୨୫୦ ପରିବାର ର ପ୍ରାୟ ୧୦୦୦ ଲୋକ ରହୁଥିବା ବେଳେ ଗୋଟିଏ ମଧ୍ୟ ପରିବାରକୁ ପକ୍କାଘର ମିଳିନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳରେ କୌଣସି ଜନସେବା କେନ୍ଦ୍ର ନଥିବାରୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ଗ୍ରାମବାସୀଙ୍କୁ ୩୦ କିମି ସେମିଳିଗୁଡାକୁ ଯିବାକୁ ପଡୁଛି। ଏ ନେଇସରପଞ୍ଚ ପାଲ ସାଆନ୍ତାଙ୍କୁ ପଚାରିବାରୁ ସେ କହିଥିଲେ ଚଳିତ ବର୍ଷ ମୋଟ ୧୧୧ଟି ଆବାସ ପଞ୍ଚାୟତକୁ ଆସିଥିଲେ ହେଁ ଏପର୍ଯ୍ୟନ୍ତ କାହାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନାହିଁ। ଏସମ୍ପର୍କରେ ସେମିଳିଗୁଡା ବିଡିଓ ସବ୍ୟସାଚୀ ବେହେରାଙ୍କୁ ପଚାରିବା ଲାଗି ତାଙ୍କୁ ବାରମ୍ବାର ଫୋନ (୭୦୦୮୦୧୬୮୦୦) କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ...

କଟକରେ ଏନକାଉଣ୍ଟର: ଅଭିଯୁକ୍ତ ବୁଦ୍ଧିଆ ଆହତ

କଟକ ଅଫିସ,୧୧ା୯: ପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବୁଧବାର ପୂର୍ବାହ୍ନରେ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଅଭିଯୁକ୍ତ...

ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି।...

ଅସରାଏ ବର୍ଷାରେ ସ୍କୁଲ ପରିସର ବେହାଲ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ସହର ସୌନ୍ଦର୍ଯ୍ୟକରଣ ଓ ୫-ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭିତର ଓ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ...

ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା

ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା...

ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ

କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍‌.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି...

ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ଉଦ୍‌ଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଦାରିଙ୍ଗବାଡ଼ି,୧୧।୧୨(ଡି.ଏନ୍‌.ଏ.):କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବୁଧବାର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଗସ୍ତକରି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ...

ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ସେମିଳିଗୁଡା, ୧୫।୮(ସ୍ବ.ପ୍ର.)- ସେମିଳିଗୁଡ଼ାସ୍ଥିତ ସାଉଥ୍‌-କୋ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ପ୍ରଥମେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଏହି ଅବସରରେ...

Advertisement
Archives

Model This Week