ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ୩ ହଜାର ୨୦୫ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ରହିଛି। ଏହି ସମୟରେ ସକ୍ରିୟ ମାମଲା୧୯ ହଜାର ଟପିଛି। ଏହା ୧୯ ହଜାର ୫୦୯ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୮୦୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୯୨୦ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୮୮ ହଜାର ୧୧୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୪୪ ହଜାର ୬୮୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୯ କୋଟି ୫୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୧ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୪୧୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୦୫ ଜଣ, କେରଳରେ ୨୯୬ ଜଣ, ଉତ୍ତରପ୍ରଦେଶରେ ୩୩୧ ଜଣ, ମହାରାଷ୍ଟ୍ରରେ ୧୮୨ ଜଣ କର୍ନାଟକରେ ୧୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲକୁ ଖସିଲା ବସ୍‌: ଚାଲିଗଲା ୫ ଜୀବନ, ୨୫ ଆହତ

ଶ୍ରୀନଗର,୧୫।୯: ୨୫ ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀରରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜୋରିରେ ଏକ ବସ ଖାଲରେ ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା...

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ...

ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ

ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର। ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ।...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ...

ଆଗରେ ଖଟ୍ଟର

ହରିୟାଣା,୨୪।୧୦:ହରିୟାଣା ବିଧାନସଭା ନିର୍ବାଚନର ଫଳଫଳ ପାଇଁ ଗୁରୁବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଥମ...

ଲିଭ୍‌ ଇନ୍‌ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ

ପ୍ରୟାଗରାଜ୍‌,୨୮।୧୧: ଲିଭ୍‌ ଇନ୍‌ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ...

ଦିଲ୍ଲୀରେ କରୋନା ନୁହେଁ ଅନ୍ୟ କାରଣରୁ ହୋଇଛି ୭୦ ପ୍ରତିଶତ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀ ଦିଲ୍ଲୀରେ ଅଧିକାଂଶ ମୃତ୍ୟୁ ପଛରେ କରୋନା ଏକ ସଂଯୋଗ ଥିଲା । ଡେଥ ଅଡିଟ କମିଟିର ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର...

Advertisement
Archives

Model This Week