Posted inଜାତୀୟ

ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା: ମୋଦି

ନୂଆଦିଲ୍ଲୀ,୨୬।୧୧: ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା। ଏହାଦ୍ୱାରା ସମୟ ଏବଂ ଅର୍ଥର ଅପଚୟ ରୋକା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବା ଉଚିତ ବୋଲି ସେ କହିଛନ୍ତି। ଦେଶର ଜନସାଧାରଣଙ୍କର ସମ୍ବିଧାନକୁ ଜାଣିବାର ଅଧିକାର ରହିଛି। ଏହା ସହିତ ସେ ‘ନୋ ୟୋର କନଷ୍ଟିଚ୍ୟୁଶନ’(କଓ୍ବୋଇସି) ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ବିଧାନ ସୁରକ୍ଷା କ୍ଷେତ୍ରରେ ନ୍ୟାୟପାଳିକାର ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ୭୦ ଦଶକରେ ଏହାକୁ ଭଙ୍ଗ କରାଯିବାର ଉଦ୍ୟମ ହୋଇଥିଲା। ତେବେ ଉଦ୍ୟମକାରୀଙ୍କୁ ଏହାର ଉଚିତ ଜବାବ ମିଳିଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରଠାରୁ ସ୍ଥିତିରେ ବହୁ ସୁଧାର ଆସିଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଡିଜିଟାଲୀକରଣ କାର୍ଯ୍ୟ ଜାରି ରହିଛି। ଏଥିରେ ସଭିଏଁ ମଳିିିମିଶି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ୧୨ ବର୍ଷ ତଳେ ୨୦୦୮ ନଭେମ୍ବରରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ମାତ୍ର ଏବେ ଆତଙ୍କବାଦୀ ବିରୋଧୀ ଅପରେଶନରେ ନୂଆ ନୀତି-ରୀତିକୁ ଗ୍ରହଣ କରାଯାଇଛି। ପ୍ରତିଟି ଆହ୍ବାନର ମୁକାବିଲା କରିବା ଲାଗି ଭାରତୀୟ ଯବାନ ଏବେ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ରାଜନୀତିରେ ଅଟଳ-ଆଡଭାନୀଙ୍କ ପରେ ମୋଦି-ଶାହଙ୍କ ଯୋଡିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ତାଙ୍କ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡି ପରେ ଏବେ ଆଉ ଏକ ଯୋଡି...

୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ…

ନୂଆଦିଲ୍ଲୀ, ୫।୪ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ତତ୍କାଳ...

ବାଇପାସ୍‌ ସର୍ଜରୀ ପରେ ଏମ୍ସରୁ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୪: ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଏମ୍ସରୁ ଫେରିଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚତ୍ବା ପରେ କୋବିନ୍ଦ ତାଙ୍କର ଆଶୁ...

ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର

ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି...

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପା ପାଇଛି ୨୫୫୫ କୋଟି

ନୂଆଦିଲ୍ଲୀ, ୧୦ା୮: ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୨୦୧୯-୨୦ ବର୍ଷରେ ଭାଜପା ୨,୫୫୫ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ମୋଟ ବଣ୍ଡ୍‌ର ୭୬ ପ୍ରତିଶତ।...

ଦେଶୀ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ବାନାର୍ଜୀ

ଷ୍ଟକହୋମ, ୧୧।୧୨: ସମ୍ପୂର୍ଣ୍ଣ ଭାରତୀୟ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ଭାରତୀୟ ମୂଳର ପ୍ରଫେସର ଅଭିଜିତ୍‌ ବାନାର୍ଜୀ। ସେ ଧୋତି ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ...

ଆସାମ ବନ୍ୟା ସ୍ଥିତି ସଙ୍ଗିନ: ୭ ମୃତ, ୧୫ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୪ା୭: ଆସାମରେ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି କ୍ଷତିଗ୍ରସ୍ତ ହୋଇଛି।...

ଜାଲିକାଟ୍ଟୁ ପ୍ରତିଯୋଗିତା ବେଳେ ୩୫ ଆହତ

ମଦୁରାଇ,୧୬ା୧(ପି.ଟି.): ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବାର୍ଷିକ ଷଣ୍ଢ କାବୁ କରିବା ପ୍ରତିଯୋଗିତା (ଜାଲିକାଟ୍ଟୁ)ରେ ଭାଗନେଇ ୩୫ ଜଣ ଆହତ ହୋଇଛନ୍ତି। ବୁଧବାର...

Advertisement
Archives

Model This Week