Posted inଜାତୀୟ

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’ (CJP)ର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଜନ୍ତର-ମନ୍ତରରେ ଅନଶନ ଯୋଗୁ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ୧୮ ଜୁଲାଇରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଶରୀରରେ ଜଳୀୟ ଅଂଶ କମିବା (ଡିହାଇଡ୍ରେସନ), ପୋଟାସିୟମ ସ୍ତର ବହୁତ କମିଯିବା ଏବଂ କିଟୋନ ସ୍ତର ବୃଦ୍ଧି ପାଇବା ନେଇ ଚିନ୍ତା ପ୍ରକଟ କରିଥିଲେ।

ୱାଙ୍ଗଚୁକ ନିଜର ବିଭିନ୍ନ ଦାବି ନେଇ ଗତ ୨୩ ଦିନ ଧରି ଭୋକ ହରତାଳରେ ଥିଲେ। ସ୍ବାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ହୋଇଥିବା ଆଲୋଚନା ପରେ ସେ ନିଜର ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିନିଧି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଂଗଠନର ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ସାମିଲ ଥିଲେ। ସାକ୍ଷାତ ସମୟରେ CJP ସରକାରଙ୍କ ଆଗରେ ପ୍ରମୁଖ ଭାବେ ତିନୋଟି ବଡ଼ ଦାବି ରଖିଥିଲା। ପ୍ରତିନିଧି ଦଳ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବା, କଥିତ NEET ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଏବଂ ଆତ୍ମହତ୍ୟା କରିଥିବା ସମସ୍ତ ପୀଡ଼ିତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ୧-୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି।

ସିଜେପି ପ୍ରତିନିଧି ଦଳ ସହ ସାକ୍ଷାତ ପରେ ଜେପି ନଡ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଜଣାଇଛନ୍ତି ଯେ, ଆଲୋଚନା ପାଇଁ ପ୍ରସ୍ତାବ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ଆସିଥିଲା। ସେ କହିଛନ୍ତି, “ଆଜି ସକାଳେ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା ଏବଂ ସକାଳ ୧୧:୫୦ ରୁ ଆମର ଆଲୋଚନା ଜାରି ରହିଛି। ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି। ସେମାନଙ୍କ ପ୍ରତିନିଧି ଦଳ ସହ ପ୍ରଥମେ ବିସ୍ତୃତ ମୌଖିକ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୪ଟା ବେଳେ ସେମାନଙ୍କ ଦ୍ୱାରା ମତେ ଏକ ଲିଖିତ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି। ମୁଁ ସମସ୍ତ ପ୍ରଦର୍ଶନକାରୀଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜର ଧାରଣା ଶେଷ କରନ୍ତୁ ଏବଂ ପରିସ୍ଥିତି ସୱାଭାବିକ କରିବାରେ ପ୍ରଶାସନକୁ ସହଯୋଗ କରନ୍ତୁ।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?