Posted inଜାତୀୟ

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’ (CJP)ର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଜନ୍ତର-ମନ୍ତରରେ ଅନଶନ ଯୋଗୁ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ୧୮ ଜୁଲାଇରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଶରୀରରେ ଜଳୀୟ ଅଂଶ କମିବା (ଡିହାଇଡ୍ରେସନ), ପୋଟାସିୟମ ସ୍ତର ବହୁତ କମିଯିବା ଏବଂ କିଟୋନ ସ୍ତର ବୃଦ୍ଧି ପାଇବା ନେଇ ଚିନ୍ତା ପ୍ରକଟ କରିଥିଲେ।

ୱାଙ୍ଗଚୁକ ନିଜର ବିଭିନ୍ନ ଦାବି ନେଇ ଗତ ୨୩ ଦିନ ଧରି ଭୋକ ହରତାଳରେ ଥିଲେ। ସ୍ବାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ହୋଇଥିବା ଆଲୋଚନା ପରେ ସେ ନିଜର ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିନିଧି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଂଗଠନର ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ସାମିଲ ଥିଲେ। ସାକ୍ଷାତ ସମୟରେ CJP ସରକାରଙ୍କ ଆଗରେ ପ୍ରମୁଖ ଭାବେ ତିନୋଟି ବଡ଼ ଦାବି ରଖିଥିଲା। ପ୍ରତିନିଧି ଦଳ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବା, କଥିତ NEET ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଏବଂ ଆତ୍ମହତ୍ୟା କରିଥିବା ସମସ୍ତ ପୀଡ଼ିତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ୧-୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି।

ସିଜେପି ପ୍ରତିନିଧି ଦଳ ସହ ସାକ୍ଷାତ ପରେ ଜେପି ନଡ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଜଣାଇଛନ୍ତି ଯେ, ଆଲୋଚନା ପାଇଁ ପ୍ରସ୍ତାବ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ଆସିଥିଲା। ସେ କହିଛନ୍ତି, “ଆଜି ସକାଳେ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା ଏବଂ ସକାଳ ୧୧:୫୦ ରୁ ଆମର ଆଲୋଚନା ଜାରି ରହିଛି। ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି। ସେମାନଙ୍କ ପ୍ରତିନିଧି ଦଳ ସହ ପ୍ରଥମେ ବିସ୍ତୃତ ମୌଖିକ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୪ଟା ବେଳେ ସେମାନଙ୍କ ଦ୍ୱାରା ମତେ ଏକ ଲିଖିତ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି। ମୁଁ ସମସ୍ତ ପ୍ରଦର୍ଶନକାରୀଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜର ଧାରଣା ଶେଷ କରନ୍ତୁ ଏବଂ ପରିସ୍ଥିତି ସୱାଭାବିକ କରିବାରେ ପ୍ରଶାସନକୁ ସହଯୋଗ କରନ୍ତୁ।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri