Posted inଜାତୀୟ

କୋଭିଡ୍‌ ଟେଷ୍ଟ ଡରରେ ଷ୍ଟେଶନରୁ ଦୌଡ଼ିଲେ ଶହ ଶହ ଯାତ୍ରୀ

ଗୁଆହାଟି, ୨୩।୫ : ଲୋକେ ଏବେ ବି ସଜାଗ ନାହାନ୍ତି। କୋଭିଡ୍‌-୧୯ ଭାଇରସକୁ ନୁହେଁ ଲୋକେ ଟେଷ୍ଟକୁ ଡରୁଛନ୍ତି। ଆସାମର ଯୋଗୀ ରୋଡ଼ ଷ୍ଟେଶନରୁ ଆସିଥିବା ଭିଡିଓରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ମହିଳା ଓ ଛୁଆଙ୍କ ସମେତ ପ୍ରାୟ ୪୦୦ ପ୍ରବାସୀ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ ଯୋଗେ ପହଞ୍ଚିଥିଲେ ଆସାମରେ। ତାମିଲନାଡୁର କନ୍ୟାକୁମାରୀରୁ ୫ ଦିନ ତଳେ ବାହାରିଥିବା ଏକ୍ସପ୍ରେସ କେରଳ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଏଠାରେ ପହଞ୍ଚିଥିଲା।

ଆସାମରେ ଟ୍ରେନ ଯାତ୍ରୀଙ୍କ ଲାଗି କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଗୁଆହାଟିଠାରୁ ପ୍ରାୟ ୬୦ କିମି ଦୂର ଯୋଗୀ ରୋଡ଼ ଷ୍ଟେଶନରେ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ ପହଞ୍ଚିବା ପରେ ଯାତ୍ରୀମାନେ କୋଭିଡ୍‌ ଟେଷ୍ଟରୁ ବର୍ତ୍ତିବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଏପରି କି ନିରୁପାୟ ହୋଇପଡ଼ିଥିଲେ ଷ୍ଟେଶନରେ ଉପସ୍ଥିତ ଥିବା ପୋଲିସ ଓ ରେଲଓ୍ବେ ଅଧିକାରୀ। ଘଟଣା ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri