ଦ୍ୱିତୀୟ ଦିନରେ ୬୦୩ ପ୍ରାର୍ଥୀଙ୍କ ନାମାଙ୍କନ

ଖୋର୍ଦ୍ଧା ଅଫିସ,୧୯।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି। ମଙ୍ଗଳବାର ନାମାଙ୍କନ ଦାଖଲର ଦ୍ୱିତୀୟ ଦିନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦରେ ମୋଟ ୬୦୩ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେଥିରୁ ଓ୍ବାର୍ଡମେମ୍ବର ୫୧୩, ସରପଞ୍ଚ ୫୭, ସମିତି ସଭ୍ୟ ୨୮ ଏବଂ ଜିଲା ପରିଷଦରେ ୫ଜଣ ରହିଛନ୍ତି। ତେବେ ପ୍ରଥମ ଓ ଦ୍ୱିତୀୟ ଦିନ ସୁଦ୍ଧା ଓ୍ବାର୍ଡମେମ୍ବରରେ ୭୯୧, ସରପଞ୍ଚ ୮୮, ସମିତି ସଭ୍ୟ ୪୩ ଏବଂ ଜିଲା ପରିଷଦରେ ୬ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
ବେଗୁନିଆ ନିର୍ବାଚନ ମଣ୍ଡଳୀ ଜିଲା ପରିଷଦ ଜୋନ୍‌ ୨୩ରୁ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ସମର୍ଥତ୍ତ ପ୍ରାର୍ଥୀ ଅବିନାଶ ପ୍ରଧାନ ଦଳୀୟ ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା ଉପଜିଲାପାଳ ଆଇ. ଗୌରବ ଶିବାଜୀଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଏସ୍‌ୟୁସିଆଇ ଜିଲା ସଭାପତି ଅଶୋକ ସାହୁ, ପ୍ରାର୍ଥୀ ସମର୍ଥକ ଭାବେ ସନ୍ଦୀପ ସାହୁ ଓ ପ୍ରସ୍ତାବକ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତାଙ୍କ ନାମରେ ପୂର୍ବରୁ ଥାନାରେ କୌଣସି ଆପରାଧିକ ମାମଲା ଏବଂ ସ୍ଥାବର, ଅସ୍ଥାବର ସମ୍ପତ୍ତି ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସମର୍ଥତ୍ତ ୭ ନଂ. ଜୋନ୍‌ରୁ ସସ୍ମିତା ଗୁମାନ୍‌ସିଂ, ୮ନଂ. ଜୋନ୍‌ରୁ ଜ୍ୟୋତିର୍ମୟୀ ଛୋଟରାୟ, ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ୨୮ନଂ. ଜୋନ୍‌ରୁ ଅଜୟ ପରିଡ଼ା ପ୍ରମୁଖ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାଲିଅନ୍ତା ବ୍ଲକ ଅନ୍ତର୍ଗତ ୨୧ନଂ. ଜୋନ୍‌ର ଜଣେ ପ୍ରାର୍ଥୀ ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ସମର୍ଥକ ଓ ପ୍ରସ୍ତାବକଙ୍କ ଉପସ୍ଥିତିରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୮ନମ୍ବର ପ୍ରାର୍ଥୀ ଜାମୁକୋଳି ସରପଞ୍ଚ ଥିବା ବେଳେ ୨୮ ନମ୍ବର ଜୋନ୍‌ ପ୍ରାର୍ଥୀଙ୍କ ବାପା ପୂର୍ବତନ ସରପଞ୍ଚ ଥିଲେ। ସସ୍ମିତାଙ୍କ ସ୍ବାମୀ ସମିତି ସଭ୍ୟ ରହିଥିବା ଜଣାପଡିଛି। ଜଟଣୀ ନିର୍ବାଚନ ମଣ୍ଡଳୀର ୪ଟି ଜୋନ୍‌ ମଧ୍ୟରୁ ୨ଟି ଆସନରେ କଂଗ୍ରେସ ବିଜୟ ଲାଭ କରିବ ବୋଲି ବିଧାୟକ ରାଉତରାୟ କହିଛନ୍ତି। ସେହିଭଳି ଜିଲାର ୧୦ଟି ବ୍ଲକରେ ଓ୍ବାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବୋଲଗଡ଼ ବ୍ଲକରେ ୱାର୍ଡମେମ୍ବର ୬୯, ସରପଞ୍ଚ ୩ ଓ ସମିତି ସଭ୍ୟ ଲାଗି ୨ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଟଣୀ ବ୍ଲକରେ ଓ୍ବାର୍ଡମେମ୍ବର ୪୮, ସରପଞ୍ଚ ୮ ଓ ସମିତି ସଭ୍ୟ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଣପୁର ବ୍ଲକରେ ଓ୍ବାର୍ଡମ୍ବେର୨୫, ସରପଞ୍ଚ ଲାଗି ୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଗୁନିଆ ବ୍ଲକରେ ଓ୍ବାର୍ଡମେମ୍ବର ୬୯, ସରପଞ୍ଚ ୧ ଓ ସମିତି ସଭ୍ୟ ନିମନ୍ତେ ୩ ନାମାଙ୍କନ ଦାଖଲ ହୋଇଛି। ଭୁବନେଶ୍ୱର ବ୍ଲକରେ ଓ୍ବାର୍ଡମେମ୍ବର ୭୭, ସରପଞ୍ଚ ୬ ଓ ସମିତି ସଭ୍ୟ ପଦବୀ ନିମନ୍ତେ ୬ଜଣ ନାମାଙ୍କନ ଦାଖଲ କରିଛନ୍ତି। ଚିଲିକା ବ୍ଲକରେ ଓ୍ବାର୍ଡମେମ୍ବର ଲାଗି ୧୮ ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଲିଅନ୍ତା ବ୍ଲକରେ ଓ୍ବାର୍ଡମେମ୍ବର ୩୯, ସରପଞ୍ଚ ୭ ଓ ସମିତି ସଭ୍ୟ ପାଇଁ ୨ ନାମାଙ୍କନ ଦାଖଲ କରିଛନ୍ତି। ଖୋର୍ଦ୍ଧା ବ୍ଲକରେ ଓ୍ବାର୍ଡମେମ୍ବର ୬୦, ସରପଞ୍ଚ ୧୨ ଓ ସମିତି ସଭ୍ୟ ନିମନ୍ତେ ୫ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଲିପାଟଣା ବ୍ଲକରେ ଓ୍ବାର୍ଡମେମ୍ବର ଲାଗି ୨୮, ସରପଞ୍ଚ ୩ ଓ ସମିତି ସଭ୍ୟ ପଦବୀ ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଟାଙ୍ଗୀ ବ୍ଲକରେ ଓ୍ବାର୍ଡମେମ୍ବର ୮୦, ସରପଞ୍ଚ ୧୪ ଓ ସମିତି ସଭ୍ୟ ଲାଗି ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri