ଦ୍ୱିତୀୟ ଦିନରେ ୬୦୩ ପ୍ରାର୍ଥୀଙ୍କ ନାମାଙ୍କନ

ଖୋର୍ଦ୍ଧା ଅଫିସ,୧୯।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି। ମଙ୍ଗଳବାର ନାମାଙ୍କନ ଦାଖଲର ଦ୍ୱିତୀୟ ଦିନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦରେ ମୋଟ ୬୦୩ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେଥିରୁ ଓ୍ବାର୍ଡମେମ୍ବର ୫୧୩, ସରପଞ୍ଚ ୫୭, ସମିତି ସଭ୍ୟ ୨୮ ଏବଂ ଜିଲା ପରିଷଦରେ ୫ଜଣ ରହିଛନ୍ତି। ତେବେ ପ୍ରଥମ ଓ ଦ୍ୱିତୀୟ ଦିନ ସୁଦ୍ଧା ଓ୍ବାର୍ଡମେମ୍ବରରେ ୭୯୧, ସରପଞ୍ଚ ୮୮, ସମିତି ସଭ୍ୟ ୪୩ ଏବଂ ଜିଲା ପରିଷଦରେ ୬ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
ବେଗୁନିଆ ନିର୍ବାଚନ ମଣ୍ଡଳୀ ଜିଲା ପରିଷଦ ଜୋନ୍‌ ୨୩ରୁ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ସମର୍ଥତ୍ତ ପ୍ରାର୍ଥୀ ଅବିନାଶ ପ୍ରଧାନ ଦଳୀୟ ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା ଉପଜିଲାପାଳ ଆଇ. ଗୌରବ ଶିବାଜୀଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଏସ୍‌ୟୁସିଆଇ ଜିଲା ସଭାପତି ଅଶୋକ ସାହୁ, ପ୍ରାର୍ଥୀ ସମର୍ଥକ ଭାବେ ସନ୍ଦୀପ ସାହୁ ଓ ପ୍ରସ୍ତାବକ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତାଙ୍କ ନାମରେ ପୂର୍ବରୁ ଥାନାରେ କୌଣସି ଆପରାଧିକ ମାମଲା ଏବଂ ସ୍ଥାବର, ଅସ୍ଥାବର ସମ୍ପତ୍ତି ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସମର୍ଥତ୍ତ ୭ ନଂ. ଜୋନ୍‌ରୁ ସସ୍ମିତା ଗୁମାନ୍‌ସିଂ, ୮ନଂ. ଜୋନ୍‌ରୁ ଜ୍ୟୋତିର୍ମୟୀ ଛୋଟରାୟ, ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ୨୮ନଂ. ଜୋନ୍‌ରୁ ଅଜୟ ପରିଡ଼ା ପ୍ରମୁଖ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାଲିଅନ୍ତା ବ୍ଲକ ଅନ୍ତର୍ଗତ ୨୧ନଂ. ଜୋନ୍‌ର ଜଣେ ପ୍ରାର୍ଥୀ ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ସମର୍ଥକ ଓ ପ୍ରସ୍ତାବକଙ୍କ ଉପସ୍ଥିତିରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୮ନମ୍ବର ପ୍ରାର୍ଥୀ ଜାମୁକୋଳି ସରପଞ୍ଚ ଥିବା ବେଳେ ୨୮ ନମ୍ବର ଜୋନ୍‌ ପ୍ରାର୍ଥୀଙ୍କ ବାପା ପୂର୍ବତନ ସରପଞ୍ଚ ଥିଲେ। ସସ୍ମିତାଙ୍କ ସ୍ବାମୀ ସମିତି ସଭ୍ୟ ରହିଥିବା ଜଣାପଡିଛି। ଜଟଣୀ ନିର୍ବାଚନ ମଣ୍ଡଳୀର ୪ଟି ଜୋନ୍‌ ମଧ୍ୟରୁ ୨ଟି ଆସନରେ କଂଗ୍ରେସ ବିଜୟ ଲାଭ କରିବ ବୋଲି ବିଧାୟକ ରାଉତରାୟ କହିଛନ୍ତି। ସେହିଭଳି ଜିଲାର ୧୦ଟି ବ୍ଲକରେ ଓ୍ବାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବୋଲଗଡ଼ ବ୍ଲକରେ ୱାର୍ଡମେମ୍ବର ୬୯, ସରପଞ୍ଚ ୩ ଓ ସମିତି ସଭ୍ୟ ଲାଗି ୨ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଟଣୀ ବ୍ଲକରେ ଓ୍ବାର୍ଡମେମ୍ବର ୪୮, ସରପଞ୍ଚ ୮ ଓ ସମିତି ସଭ୍ୟ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଣପୁର ବ୍ଲକରେ ଓ୍ବାର୍ଡମ୍ବେର୨୫, ସରପଞ୍ଚ ଲାଗି ୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଗୁନିଆ ବ୍ଲକରେ ଓ୍ବାର୍ଡମେମ୍ବର ୬୯, ସରପଞ୍ଚ ୧ ଓ ସମିତି ସଭ୍ୟ ନିମନ୍ତେ ୩ ନାମାଙ୍କନ ଦାଖଲ ହୋଇଛି। ଭୁବନେଶ୍ୱର ବ୍ଲକରେ ଓ୍ବାର୍ଡମେମ୍ବର ୭୭, ସରପଞ୍ଚ ୬ ଓ ସମିତି ସଭ୍ୟ ପଦବୀ ନିମନ୍ତେ ୬ଜଣ ନାମାଙ୍କନ ଦାଖଲ କରିଛନ୍ତି। ଚିଲିକା ବ୍ଲକରେ ଓ୍ବାର୍ଡମେମ୍ବର ଲାଗି ୧୮ ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଲିଅନ୍ତା ବ୍ଲକରେ ଓ୍ବାର୍ଡମେମ୍ବର ୩୯, ସରପଞ୍ଚ ୭ ଓ ସମିତି ସଭ୍ୟ ପାଇଁ ୨ ନାମାଙ୍କନ ଦାଖଲ କରିଛନ୍ତି। ଖୋର୍ଦ୍ଧା ବ୍ଲକରେ ଓ୍ବାର୍ଡମେମ୍ବର ୬୦, ସରପଞ୍ଚ ୧୨ ଓ ସମିତି ସଭ୍ୟ ନିମନ୍ତେ ୫ଜଣ ନାମାଙ୍କନ ଦାଖଲ କରିଛନ୍ତି। ବାଲିପାଟଣା ବ୍ଲକରେ ଓ୍ବାର୍ଡମେମ୍ବର ଲାଗି ୨୮, ସରପଞ୍ଚ ୩ ଓ ସମିତି ସଭ୍ୟ ପଦବୀ ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଟାଙ୍ଗୀ ବ୍ଲକରେ ଓ୍ବାର୍ଡମେମ୍ବର ୮୦, ସରପଞ୍ଚ ୧୪ ଓ ସମିତି ସଭ୍ୟ ଲାଗି ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri