Posted inଜାତୀୟ

ଉଡ଼ାଣ ସମୟରେ ରନ୍‌ଓ୍ବେରେ ଘଟିଲା ଏମିତି, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଏହି ଏମ୍‌ପିଙ୍କ ସହ ୧୫୧ ଯାତ୍ରୀ

ଲକ୍ଷ୍ନୌ,୧୪ା୯: ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଟଳିଯାଇଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନଓ୍ବେରେ ଅଟକି ଯାଇଥିଲା। କ୍ୟାପ୍ଟେନ୍‌ ସଠିକ୍‌ ସମୟରେ ବିମାନକୁ ଅଟକାଇ ଦେଇଥିଲେ। ଫଳରେ ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ସମାଜବାଦୀ ପାର୍ଟି ଏମ୍‌ପି ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ମଧ୍ୟ ଏହି ବିମାନରେ ଥିଲେ।

ସୂଚନା ଅନୁଯାୟୀ, ବିମାନଟି ରନ୍‌ଓ୍ବେରେ ଗତି ବଢ଼ାଇଥିଲେ ମଧ୍ୟ ଉପରକୁ ଉଠିପାରିଲା ନାହିଁ। ବିମାନର କ୍ୟାପ୍ଟେନ ରନ୍‌ଓ୍ବେ ଶେଷ ହେବା ପୂର୍ବରୁ ଚତୁରତାର ସହିତ ବିମାନକୁ ଅଟକାଇ ଦେଇଥିଲେ। ଏହି ଘଟଣା ଯୋଗୁ୍‌ ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ପରେ ବିମାନ କମ୍ପାନୀ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇଥିଲା।

ପୂର୍ବରୁ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସୁରଟରୁ ଦୁବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ଏହି ବିମାନରେ ମୋଟ୍‌ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଏହା ଏକ ଜରୁରୀକାଳିନ ଅବତରଣ ନୁହେଁ, କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁ ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri