ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମୁଖ ଦଳର ୩ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଥମେ ସମର୍ଥକଙ୍କ ସହ ଆସି ଉପଜିଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ, ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ସମର୍ଥକଙ୍କ ସହ ଆସି ଉପଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ଭାଜପାର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏପରି କି ଶେଷରେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ମଧ୍ୟ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପଜିଲାପାଳଙ୍କ ଅଫିସରେ ପହଞ୍ଚତ୍ଥିଲେ। ପରେ ସେ ରିଟର୍ନିଂ ଅଫିସରଙ୍କ ନିକଟରେ ନିଜ ପ୍ରର୍ଥତ୍ପତ୍ର ଦାଖଲକରିଥିଲେ। ତାଙ୍କ ସହ ବହୁ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ପୂର୍ବରୁ ସିପିଆଇଏମ୍‌ ପ୍ରାର୍ଥୀ ରମେଶ ତ୍ରିପାଠୀ ମଧ୍ୟ ନିଜ ପ୍ରାର୍ଥତ୍ପତ୍ର ଦଖଲ କରିଥିଲେ। ସେହିପରି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଅନ୍ୟ ଜଣେ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ତିନି ପ୍ରମୁଖ ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ମେ ୩୧ରେ ବ୍ରଜରାଜନଗରରେ ୨୭୯ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ। ନିର୍ବାଚନରେ ୨୦ଟି ଆଦର୍ଶ ବୁଥ୍‌ କରାଯାଇଥିଲା ବେଳେ ୫ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳକୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri