ଦେବୀଘାଟରେ ବରଯାତ୍ରୀ ବସ୍‌-ଟ୍ରେଲର ମୁହାଁମୁହିଁ : ୨ ମୃତ, ୫ରୁ ଊର୍ଦ୍ଧ୍ୱ ଗୁରୁତର

କୋରାପୁଟ,୧୧।୫(ସ୍ବ.ପ୍ର.): କୋରାପୁଟ ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେବୀଘାଟ ନିକଟରେ ବୁଧବାର ସକାଳେ ଏକ ଘରୋଇ ବସ୍‌ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛିି। ଏଥିରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ଜୟପୁର ଅଞ୍ଚଳରୁ ପ୍ରାୟ ୪୦ ଜଣ ବରଯାତ୍ରୀଙ୍କୁ ନେଇ ଆର୍‌ ଉଦୟଗିରି ଯାଉଥିବା ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍‌ କୋରାପୁଟ ଆଡ଼କୁ ଆସୁଥିବାବେଳେ ବିପରୀତ ଦିଗରୁ ଯାଉଥିବା ଏକ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରେଲର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ବସ୍‌ଟି ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ଏ ନେଇ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀଙ୍କ ସମେତ କୋରାପୁଟ ଓ କୋଲାବ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତକ ଓ ଗୁରୁତରମାନଙ୍କୁ ମେଡିକାଲ କଲେଜକୁ ପଠାଇଥିଲେ। ବର୍ତ୍ତମାନ ରାସ୍ତା ଉପରୁ ଗାଡ଼ି ହଟାଯିବା ପାଇଁ ପ୍ରୟାସ ଜାରି ରହିଥିବା ଏସ୍‌ଡିପିଓ ପୂଜାରୀ ସୂଚନା ଦେଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ପରିଚୟ ମିଳିପାରା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ବଳୟ ହେବ ଚକ୍ରତୀର୍ଥ ବେଳାଭୂମି

ପୁରୀ ଅଫିସ,୨୫।୮: ଚକ୍ରତୀର୍ଥ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପରିଣତ କରାଯିବ ନାହିଁ। ପ୍ରସ୍ତାବିତ ସ୍ଥାନରେ ଏକ ସବୁଜ ବଳୟ ତିଆରି କରାଯିବ। ବିନା ମୂଲ୍ୟରେ...

ଲୁହା ସାମଗ୍ରୀ ଚୋରି କରି ୨ ଗିରଫ

ବଡ଼ବିଲ,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନ ରୋଡ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆର ଏକ ଓ୍ବାର୍କଶପ୍‌ରୁ ବିଭିନ୍ନ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ବୁଧବାର ଦୁଇ...

ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ...

ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି...

ନାବାଳିକାଙ୍କୁ ବଳାକତ୍ାର ଘଟଣା:ଅଭିଯୁକ୍ତଙ୍କୁ ପାଉନି ପୋଲିସ

ଚିକିଟି,୧୭ା୯(ଡି.ଏନ.ଏ.): କେ.ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାକତ୍ାର ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ୨ମାସରୁ ଉର୍ଦ୍ଧ୍ୱ ଦିନ ପରେ ବି ଗିରଫ କରିପାରିନି।...

ଆଇଆଇଏମ୍‌ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’

ଢେଙ୍କାନାଳ ଅଫିସ, ୨୦ା୧୦ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

କେପିଙ୍କୁ କରୋନା

ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ...

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ: ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ

ପୁରୀଅଫିସ,୨୬।୧୦:ଶ୍ରୀମନ୍ଦିରରେ ସୋମବାର ପବିତ୍ର ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ। ଏହି...

Advertisement
Archives

Model This Week