ଜିଲାରେ ପ୍ରଥମ ଦିନରେ ୮୧୦ ପ୍ରାର୍ଥତ୍ପତ୍ର ଦାଖଲ

କେନ୍ଦ୍ରାପଡ଼ା ଅଫିସ, ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲା ପରିଷଦ ସଭ୍ୟ ପାଇଁ ୪ଟି ପ୍ରାର୍ଥିପତ୍ର ଦାଖଲ ସହ ୯ ବ୍ଲକ ଅଞ୍ଚଳରେ ୮୦୬ଟି ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ମନୋନୟନ ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ (ଡିପିଓ) ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୯୧ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେହିପରି ଡେରାବିଶ ବ୍ଲକରେ ୭୮ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୩ଟି ସରପଞ୍ଚ, ପଟ୍ଟାମୁଣ୍ଡାଇ ବ୍ଲକରେ ୯୩ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୧୬ଟି ସରପଞ୍ଚ, ଗରଦପୁର ବ୍ଲକରେ ୪୯ଟି ୱାର୍ଡ ସଭ୍ୟ, ୧ଟି ସମିତିସଭ୍ୟ ଓ ୯ଟି ସରପଞ୍ଚ, ମାର୍ଶାଘାଇ ବ୍ଲକରେ ୧୪୨ଟି ୱାର୍ଡ ସଭ୍ୟ, ୧୧ଟି ସମିତିସଭ୍ୟ ଓ ୧୨ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ଏଥିସହ ଆଳି ବ୍ଲକ ଅଞ୍ଚଳରେ ୭୦ଟି ୱାର୍ଡସଭ୍ୟ, ୨ଟି ସମିତିସଭ୍ୟ ଓ ୧୯ଟି ସରପଞ୍ଚ, ମହାକାଳପଡ଼ା ବ୍ଲକରେ ୮୨ଟି ୱାର୍ଡ ସଭ୍ୟ, ୩ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ, ରାଜନଗର ବ୍ଲକରେ ୨୮ଟି ୱାର୍ଡ ସଭ୍ୟ, ୧୦ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ଓ ରାଜକନିକା ବ୍ଲକରେ ୭୨ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ଆଳି ବ୍ଲକର ୪ ନଂ. ଜିଲା ପରିଷଦ ପାଇଁ କଂଗ୍ରେସର ମାନଗୋବିନ୍ଦ ଦାସ, ରାଜନଗରର ୩୧ ନଂ. ପାଇଁ କଂଗ୍ରେସର ସନ୍ତୋଷ ମହାନ୍ତି, ଆଳି ବ୍ଲକର ୨ ନଂ. ଜୋନ୍‌ ପାଇଁ ବିଜେଡିର ଭୀଷ୍ମ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଳିର ୧ ନଂ. ଜୋନ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ ଝରଣା ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦିଆଯାଇଥିବା ଉପଜିଲାପାଳ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri