ଜିଲାରେ ପ୍ରଥମ ଦିନରେ ୮୧୦ ପ୍ରାର୍ଥତ୍ପତ୍ର ଦାଖଲ

କେନ୍ଦ୍ରାପଡ଼ା ଅଫିସ, ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲା ପରିଷଦ ସଭ୍ୟ ପାଇଁ ୪ଟି ପ୍ରାର୍ଥିପତ୍ର ଦାଖଲ ସହ ୯ ବ୍ଲକ ଅଞ୍ଚଳରେ ୮୦୬ଟି ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ମନୋନୟନ ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ (ଡିପିଓ) ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୯୧ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେହିପରି ଡେରାବିଶ ବ୍ଲକରେ ୭୮ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୩ଟି ସରପଞ୍ଚ, ପଟ୍ଟାମୁଣ୍ଡାଇ ବ୍ଲକରେ ୯୩ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୧୬ଟି ସରପଞ୍ଚ, ଗରଦପୁର ବ୍ଲକରେ ୪୯ଟି ୱାର୍ଡ ସଭ୍ୟ, ୧ଟି ସମିତିସଭ୍ୟ ଓ ୯ଟି ସରପଞ୍ଚ, ମାର୍ଶାଘାଇ ବ୍ଲକରେ ୧୪୨ଟି ୱାର୍ଡ ସଭ୍ୟ, ୧୧ଟି ସମିତିସଭ୍ୟ ଓ ୧୨ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ଏଥିସହ ଆଳି ବ୍ଲକ ଅଞ୍ଚଳରେ ୭୦ଟି ୱାର୍ଡସଭ୍ୟ, ୨ଟି ସମିତିସଭ୍ୟ ଓ ୧୯ଟି ସରପଞ୍ଚ, ମହାକାଳପଡ଼ା ବ୍ଲକରେ ୮୨ଟି ୱାର୍ଡ ସଭ୍ୟ, ୩ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ, ରାଜନଗର ବ୍ଲକରେ ୨୮ଟି ୱାର୍ଡ ସଭ୍ୟ, ୧୦ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ଓ ରାଜକନିକା ବ୍ଲକରେ ୭୨ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ଆଳି ବ୍ଲକର ୪ ନଂ. ଜିଲା ପରିଷଦ ପାଇଁ କଂଗ୍ରେସର ମାନଗୋବିନ୍ଦ ଦାସ, ରାଜନଗରର ୩୧ ନଂ. ପାଇଁ କଂଗ୍ରେସର ସନ୍ତୋଷ ମହାନ୍ତି, ଆଳି ବ୍ଲକର ୨ ନଂ. ଜୋନ୍‌ ପାଇଁ ବିଜେଡିର ଭୀଷ୍ମ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଳିର ୧ ନଂ. ଜୋନ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ ଝରଣା ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦିଆଯାଇଥିବା ଉପଜିଲାପାଳ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା...

ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri