୨୪ରେ ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ ୟାସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ ନେଇ ଆଇଏମ୍‌ଡିର ପୂର୍ବ ଆକଳନ ଠିକ୍‌ ହୋଇଛି। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟା ରୂପ ନେବ।
ଆଇଏମ୍‌ଡି ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, ଏହି ବାତ୍ୟା କ୍ରମେ ଅତି ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୬ ତାରିଖ ସା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଆମେ ଆକଳନ କରିନାହୁଁ। ତେବେ ଗୋଟିଏ ପାଦ ଆଗକୁ ଯାଇ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରିଛୁ। ତେବେ ରବିବାର ଏହା ଅବପାତର ରୂପ ନେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ଆକଳନ କରାଯାଇପାରିବ। ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳ ଅଶାନ୍ତ ରହିବ। ପରେ ଉତ୍ତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ ରୁ ୨୭ ତାରିଖ ଯାଏ ଅଶାନ୍ତ ରହିବ। ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ସକାଳୁ ରାତି ମାତୁଛନ୍ତି ଅପରାଧୀ। କମିଶନରେଟ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ କିଛିଦିନ ହେବ ସହରରେ ବଡ଼...

ଏସ୍‌ସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ, ଗୁରୁବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର...

କଣ୍ଟାବାଞ୍ଜିରେ କଂଗ୍ରେସ ଆଗୁଆ

କଣ୍ଟାବାଞ୍ଜି,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କଣ୍ଟାବାଞ୍ଜି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ୪୩୧୫ ଭୋଟ ପାଇଥିବାବେଳେ କଂଗ୍ରେସ...

ସରିଥିଲା ୫୦ % ମତଦାନ: ବୁଥ୍‌ ଭିତରେ ପଶି ବାଲାଟ୍‌ ବକ୍ସ ଟେକି ନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି,୧୬।୨( ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପୁଣି ଆଉ ଏକ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟ ବେଳେ ଦୁର୍ବୃତ୍ତ ବାଲାଟ୍‌ ବକ୍ସ ଟେକି...

CORONAVIRUS UPDATE: ରାଜ୍ୟରେ ପୁଣି ୧୧୦ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୩, ୨୦୦ ଟପିଲା

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ରେ ପହଞ୍ଚିଛି।...

ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସାଉଥ୍‌ ସୁପରଷ୍ଟାର୍‌ ତଥା ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କ ସହ ବଡ଼ ପରଦାରେ ଅଭିନୟ କରିବେ ଓଡ଼ିଶାର ଦେବୋସ୍ମିତା ପଟ୍ଟନାୟକ। ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ...

ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ...

୨୬ରୁ ୫ ଦିନ ସ୍କୁଲ୍‌ ଛୁଟି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲ୍‌ ମଙ୍ଗଳବାରଠାରୁ ୫ ଦିନ ଛୁଟି। ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ...

Advertisement
Archives

Model This Week