୧୩ରେ ଏନ୍‌ଇଇଟି, ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗୁରୁବାର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତା କରି କହିଲେ, ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ଏନ୍‌ଇଇଟି ପରୀକ୍ଷା ଦେବେ। ବର୍ତ୍ତମାନ କରୋନା ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଜିଲା ବାହାରର ଛାତ୍ରୀଛାତ୍ରଙ୍କ ମାଗଣା ଯିବାଆସିବା, ରହଣି ସହ ଅନ୍ୟ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଛି। ସହରରେ ଥିବା ୫ଟି ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ରହଣିର ବ୍ୟବସ୍ଥା ହୋଇଛି। ସେଗୁଡ଼ିକ ହେଲା ମଦନପୁରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଡ୍‌ଭାନ୍ସମେଣ୍ଟ, ଇନ୍‌ଫୋସିଟିସ୍ଥିତ ସିଲିକନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ପିତାପଲ୍ଲୀସ୍ଥିତ ମହାବୀର ଇଞ୍ଜିନିୟରିଂ କଲେଜ, ମଞ୍ଚେଶ୍ୱରସ୍ଥିତ ସିପେଟ ଓ ଯାଁଳାସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି। ପଞ୍ଜୀକୃତ ଛାତ୍ରୀଛାତ୍ରମାନେ ସେମାନଙ୍କ ମାତାପିତାଙ୍କ ସହ ସେଠାରେ ନିରାପଦରେ ରହିବେ। କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରାଯାଇ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଥିବା ଚୌଧାରୀ କହିଛନ୍ତି। ତେବେ କୋଭିଡ୍‌ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି ହୋଇଛି। ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ ସମ୍ବନ୍ଧୀୟ ସୂଚନା ପ୍ରଦର୍ଶିତ/ପ୍ରସାରିତ ହେବ। ଏସବୁ ସ୍ଥାନରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣଙ୍କୁ ବିଏମ୍‌ସି ଅନୁରୋଧ କରିଛି। ପ୍ରତ୍ୟେକ ହଷ୍ଟେଲରେ ପର୍ଯ୍ୟାପ୍ତ ପରିମଳ ସୁବିଧା ରହିବ। ସେହିଭଳି ସେଠାରେ ଏକ ଡାକ୍ତରୀ ଟିମ୍‌ ଓ ସ୍ବତନ୍ତ୍ର କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ। ଅତିରିକ୍ତ ଜିଲା ସହର ଜନସ୍ବାସ୍ଥ୍ୟ ଅଧିକାରୀ (ଏଡିୟୁପିଏଚ୍‌ଓ) ଡା.ସି.ଭି.ଏସ୍‌.ଏନ୍‌ ରାଓ ପରୀକ୍ଷାର୍ଥୀଙ୍କ କୌଣସି ଅସୁସ୍ଥତା ଓ ସାମଗ୍ରିକ କୋଭିଡ୍‌ ସମ୍ବନ୍ଧୀୟ ସୁବିଧାଗୁଡ଼ିକ ପ୍ରଦାନ କ୍ଷେତ୍ରରେ ଯତ୍ନବାନ ରହିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌...

କଟକଣାରେ ହେବ ବଳଦଯାତ୍ରା

ଭୁବନ, ୧୦।୧୦(ଡି.ଏନ.ଏ.) କଟକଣା ମଧ୍ୟରେ ପାଳିତ ହେବ ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା। କରୋନା ସଂକ୍ରମଣ ବଢୁଥିବାରୁ ଚଳିତବର୍ଷ କେବଳ ୨ ସମାଜର ବଳଦକୁ...

ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ...

ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...

ରାଜ୍ୟରେ ପୁଣି ୧୩୭୨ ପଜିଟିଭ୍‌ ଚିହ୍ନଟ: ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ତାହା ବି ସନ୍ତୋଷଜନକ ନୁହେଁ। ଶନିବାର...

ଘୁଞ୍ଚିଲା ଏଏସ୍‌ଓ ଲିଖିତ ପରୀକ୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ...

ହେପାଜତ ମୃତ୍ୟୁ ନେଇ ୨ ଏସିଏଫ୍‌ ଅଟକ

ବଡ଼ମ୍ବା,୬ା୨(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀକୁ ହତ୍ୟା କରିଥିବା ସନ୍ଦେହରେ ଅଟକ ରଖି ଜେରା ବେଳେ ଜଣେ ବ୍ୟକ୍ତିଙ୍କ...

ରାଜ୍ୟରୁ ପୁଣି ୬୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୭ଜଣଙ୍କ ଜୀବନ ନେଇଛି। ଏଥିସହ...

Advertisement
Archives

Model This Week