୧୩ରେ ଏନ୍‌ଇଇଟି, ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗୁରୁବାର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତା କରି କହିଲେ, ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ଏନ୍‌ଇଇଟି ପରୀକ୍ଷା ଦେବେ। ବର୍ତ୍ତମାନ କରୋନା ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଜିଲା ବାହାରର ଛାତ୍ରୀଛାତ୍ରଙ୍କ ମାଗଣା ଯିବାଆସିବା, ରହଣି ସହ ଅନ୍ୟ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଛି। ସହରରେ ଥିବା ୫ଟି ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ରହଣିର ବ୍ୟବସ୍ଥା ହୋଇଛି। ସେଗୁଡ଼ିକ ହେଲା ମଦନପୁରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଡ୍‌ଭାନ୍ସମେଣ୍ଟ, ଇନ୍‌ଫୋସିଟିସ୍ଥିତ ସିଲିକନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ପିତାପଲ୍ଲୀସ୍ଥିତ ମହାବୀର ଇଞ୍ଜିନିୟରିଂ କଲେଜ, ମଞ୍ଚେଶ୍ୱରସ୍ଥିତ ସିପେଟ ଓ ଯାଁଳାସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି। ପଞ୍ଜୀକୃତ ଛାତ୍ରୀଛାତ୍ରମାନେ ସେମାନଙ୍କ ମାତାପିତାଙ୍କ ସହ ସେଠାରେ ନିରାପଦରେ ରହିବେ। କୋଭିଡ୍‌ ନିର୍ଦ୍ଦେଶାବଳୀକୁ ପାଳନ କରାଯାଇ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଥିବା ଚୌଧାରୀ କହିଛନ୍ତି। ତେବେ କୋଭିଡ୍‌ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି ହୋଇଛି। ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ ସମ୍ବନ୍ଧୀୟ ସୂଚନା ପ୍ରଦର୍ଶିତ/ପ୍ରସାରିତ ହେବ। ଏସବୁ ସ୍ଥାନରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣଙ୍କୁ ବିଏମ୍‌ସି ଅନୁରୋଧ କରିଛି। ପ୍ରତ୍ୟେକ ହଷ୍ଟେଲରେ ପର୍ଯ୍ୟାପ୍ତ ପରିମଳ ସୁବିଧା ରହିବ। ସେହିଭଳି ସେଠାରେ ଏକ ଡାକ୍ତରୀ ଟିମ୍‌ ଓ ସ୍ବତନ୍ତ୍ର କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ। ଅତିରିକ୍ତ ଜିଲା ସହର ଜନସ୍ବାସ୍ଥ୍ୟ ଅଧିକାରୀ (ଏଡିୟୁପିଏଚ୍‌ଓ) ଡା.ସି.ଭି.ଏସ୍‌.ଏନ୍‌ ରାଓ ପରୀକ୍ଷାର୍ଥୀଙ୍କ କୌଣସି ଅସୁସ୍ଥତା ଓ ସାମଗ୍ରିକ କୋଭିଡ୍‌ ସମ୍ବନ୍ଧୀୟ ସୁବିଧାଗୁଡ଼ିକ ପ୍ରଦାନ କ୍ଷେତ୍ରରେ ଯତ୍ନବାନ ରହିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?