ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ

ଦାରିଙ୍ଗବାଡି, ୨୪ା୧୦(ଅରୁଣ ସାହୁ )-ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକରେ ଏପରି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ସୁଯୋଗ ପାଇନାହାନ୍ତି। ସେଠାରେ ପ୍ରଶାସନ ପହଞ୍ଚତ୍ପାରିନି। ଏହି ଗ୍ରାମଟି ହେଲା ଶିର୍‌କାବର୍ଗ ପଞ୍ଚାୟତର ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ବିଦ୍ୟୁତ, ପାନୀୟଜଳ, ଅଙ୍ଗନୱାଡି କେନ୍ଦ୍ର ବିଦ୍ୟାଳୟ ନାହିଁ। ପକ୍କା ରାସ୍ତା, ନଳକୂପ, କୂପ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ରହିଛନ୍ତି। ୭ କି.ମି. ଲମ୍ବିଥିବା କେକେ ପାହାଡ ଚଢି ପାଦଚଲା ରାସ୍ତାରେ ଚାଲିଚାଲି ଯିବା ପରେ ପଡେ ଏହି ଆଦିବାସୀ ଅଧ୍ୟୁଷିତ ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ପାଖାପାଖି ୨୦ ପରିବାର ବସବାସ କରନ୍ତି। ଗ୍ରାମକୁ ସ୍ବାସ୍ଥ୍ୟସେବା ଅପହଞ୍ଚ ଯୋଗୁ ଗ୍ରାମବାସୀ ଗୁଣିଗାରେଡି ଉପରେ ଭରସା କରନ୍ତି। ଶିର୍‌କାବର୍ଗ ପଞ୍ଚାୟତର ପଡୋଶୀ ଦନେକବାଡି ଗ୍ରାମର କିଛି ଲୋକ ଏ ସମ୍ପର୍କରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କୁ ଅବଗତ କରାଇଥିଲେ। ତେବେ ବାତ୍ୟା ‘ଦାନା’ଆସୁଥିବାରୁ ପାହାଡ଼ ଉପରେ କିଭଳି ଲୋକେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ଅଭିଯୋଗ ଶୁଣିବାକୁ ଅଧ୍ୟକ୍ଷ ପ୍ରଧାନ ସାତାରୀପାଙ୍ଗା ଗ୍ରାମକୁ ଗୁରୁବାର ଗସ୍ତ କରିଥିଲେ। ପାହାଡ ଚଢି ପାଦଚଲା ରାସ୍ତାରେ ୭ କି.ମି. ଚାଲିଚାଲି ଯାଇ ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ଭେଟିଥିଲେ। ପାଦରେ ଚାଲି ଚାଲି ୭ କିଲୋମିଟର ପହଞ୍ଚିଲା ପରେ ସେଠାରେ ଯାହା ଦେଖିଲେ ବ୍ଲକ ଅଧ୍ୟକ୍ଷ ଚକିତ ହୋଇଯାଇଥିଲେ।ସେଠାରେ ସେମାନଙ୍କ ଅଭିଯୋଗ ଶୁଣିିଥିଲେ। ପ୍ରଥମେ ଏହି ଗ୍ରାମକୁ ରାସ୍ତା ସଂଯୋଗୀକରଣ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ବିଦ୍ୟୁତ୍‌, ପିଇବାପାଣି, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବାକୁ ସେ ଜିଲା ପ୍ରଶାସନକୁ ଜଣାଇ ପଦକ୍ଷେପ ନେବେ ବୋଲି ଲୋକଙ୍କୁ କହିଥିଲେ। ବ୍ଲକ ଅଧ୍ୟକ୍ଷଙ୍କ ସହ ଦାନେକବାଡି ଗ୍ରାମର ପ୍ରଦୀପ ବଳିୟାରସିଂ, ଦାସିଙ୍ଗବାଡିର ପୂର୍ବତନ ସମିତିସଭ୍ୟ ଧୀରେନ ପ୍ରଧାନ, ସୁଦର୍ଶନ ପ୍ରଧାନ, ବିକ୍ରମ ପ୍ରଧାନ, ଶିର୍‌କାବର୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁନସ ପ୍ରଧାନ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?