Posted inଜାତୀୟ

ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ

ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍‌ ସମୟରେ ଡ୍ରେନ ସଫା ନ କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା ବିଧାୟକ କହିଛନ୍ତି।

ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଉତ୍ତର ମୁମ୍ବାଇର କାନ୍ଦିଭଲି ବିଧାୟକ ଦୀଲିପ ଲାଣ୍ଡେ ଅନ୍ୟମାନଙ୍କ ସହ କଣ୍ଟ୍ରାକ୍ଟରଙ୍କୁ ରାସ୍ତାରେ ଜମା ହୋଇଥିବା ପାଣିରେ ବାଧ୍ୟକରି ବସାଉଛନ୍ତି। ଏହାପରେ ବିଧାୟକ ଅନ୍ୟମାନଙ୍କୁ କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ କଣ୍ଟ୍ରାକ୍ଟର ଠିକ୍‌ ସମୟରେ ଡ୍ରେନ ସଫା କରି ନ ଥିଲେ। ଯାହା ଦ୍ୱାରା ଗତ କିଛି ଦିନ ହେଲା ଲାଗି ରହିଥିବା ପ୍ରବଳ ବର୍ଷାରେ ମୁମ୍ବାଇ ଭଳି ମହାନଗର ଅବସ୍ଥା ବେହାଲ ହୋଇପଡ଼ିଛି। ଡ୍ରେନ ଚୋକ ହୋଇଯିବାରୁ ରାସ୍ତାରେ ଅଳିଆ ଭାଷୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଜାରି କରି ଭାଜପା ଉପରେ ଅଭିଯୋଗ ଆଣିଲେ ଡିମ୍ପଲ

ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ଆସନରେ ସମାଜବାଦୀ ପାର୍ଟି ମେଣ୍ଟ...

ଦୈନିକ ସଂକ୍ରମଣ ପୁଣି ଟପିଲା ୪୦ ହଜାର…

ନୂଆଦିଲ୍ଲୀ,୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ କ’ଣ, ଯାହାକୁ କ୍ୟାବିନେଟରେ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ,୬।୭: ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ଅର୍ଥାତ୍‌ ପର୍ସନାଲ ଡାଟା ପ୍ରେଟେକ୍ସନ ବିଲ ୨୦୨୩ର ଡ୍ରାଫ୍ଟକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଂସଦର ମୌସୁମୀ...

ଗାଈ ମାରିଲେ ବାଘକୁ ବି ଦିଆଯାଉ ଦଣ୍ଡ: ଗୋଆ ବିଧାୟକ

ପଣଜୀ,୬।୨: ଗୋଆ ବିଧାନସଭାରେ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ବୁଧବାର ବିଧାନସଭା ଅଧିବେଶନରେ ବାଘ ଶିକାରକୁ ନେଇ ଆଲୋଚନା ହେଉଥିବା ସମୟରେ...

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର...

୨୦ ବର୍ଷରେ ଝାଡ଼ଖଣ୍ଡ: ମୋଦି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୫।୧୧: ଝାଡ଼ଖଣ୍ଡକୁ ରବିବାର ୨୦ ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ରାଜ୍ୟବାସୀଙ୍କ ସୁଖ...

Advertisement
Archives

Model This Week