ନକଲି ଔଷଧ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର,୧୩।୬: ରାଜ୍ୟରେ ହେଉଥିବା ନକଲି ଔଷଧ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରବିବାର ଏଭଳି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଅଭିଯୋଗ ପରେ ନିର୍ଦ୍ଧିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ଟି ପେଟି ଫାବିପିରାର୍ଭି ଜବତ କରାଯାଇଥିଲା। ସେଥିରେ ୨୭ ପେଟି ଅନ୍ୟ ଔଷଧ ମଧ୍ୟ ରହିଛି। ଜବତ ହୋଇଥିବା ଔଷଧକୁ ଭୁବନେଶ୍ୱର ସମେତ କୋଲକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠାଯାଇଛି। ଏପରି କି ରାଜ୍ୟର ବିଭିନ୍ନ ଜିଲାର ଔଷଧ ଦୋକାନ ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଯାଞ୍ଚ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି। ଶିଶୁଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଭାବେ ୧୬୧୦ ସାଧାରଣ ବେଡ଼ ଏବଂ ୬୧୦ ଆଇସିୟୁ ବେଡ ବ୍ୟବସ୍ଥା କରାଯାଇଛି। ଶିଶୁ ଭବନରେ କୋଭିଡ ଓ୍ବାର୍ଡ ପାଇଁ ପ୍ରସ୍ତାବ ରହିଛି। ସେହିପରି ନବଜାତ କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ କେୟାର ସେଣ୍ଟର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ।

୨ ଦିନ ତଳେ କଟକର କନିକା ଛକ ନିକଟରେ ଥିବା ଏକ ଦୋକାନରୁ ନକଲି କରୋନା ମେଡିସିନ ଜବତ ହୋଇଥିଲା। ଏହି ଲିଙ୍କରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ବାର୍ଡ ରାଉରକେଲାରେ ୩ଟି ଔଷଧ ଦୋକାନରେ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରାଯାଇଛି। ସେହିପରି ବଲାଙ୍ଗୀର ସହର ସୁଦପଡ଼ା ସ୍ଥିତ ଏକ ଔଷଧ ଗୋଦାମ ଉପରେ ସ୍କ୍ବାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ଥଣ୍ଡା କାଶ ପାଇଁ ବ୍ୟବହୃତ ଔଷଧ ମିଳିଥିଲା। ଏହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ସୋମବାର ଏହା ଅବପାତ...

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ୨ ବର୍ଷ ବୟସ୍କା ଶିଶୁକନ୍ୟା ପିହୁ ଓରଫ ଲକ୍ଷ୍ମୀନାରାୟଣ ନାୟକ ନିଖୋଜ...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା...

କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର...

୬୩, ୫୦୦ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଏଣିକି ଜିଲା ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ଜିଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟା ତଦାରଖ କରିବେ। ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ। ବିଦ୍ୟାଳୟ...

ରେମ୍‌ଡେସିଭିର୍‌ ଅଭାବ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏବେ ଦୁଇଟି ଔଷଧ ବ୍ୟବହାର କରାଯାଉଛି। ଗୋଟିଏ ହେଉଛି ଫାବିପିରାଭିର୍‌ ୨୦୦ଏମ୍‌ଜି ଟାବ୍‌ଲେଟ୍‌ ଓ ଅନ୍ୟଟି ହେଉଛି ରେମ୍‌ଡେସିଭିର୍‌...

୨୦ ପରିବାରର ଆତ୍ମାହୁତି ଚେତାବନୀ

କୁଜଙ୍ଗ, ୯।୭ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକର ଚଟୁଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଜମିକୁ ନେଇ ବିବାଦ ଦେଖାଦେଇଛି। ନିକଟସ୍ଥ ବଳରାମପୁର ଗ୍ରାମର ୨୦ଟି...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

Advertisement
Archives

Model This Week