ଓଁର ବିଜ୍ଞାନ ତଥ୍ୟ

ଡ. ନରେନ୍ଦ୍ର ସେଠୀ

ସନାତନ ହିନ୍ଦୁ ଧର୍ମରେ କୌଣସି ମନ୍ତ୍ର ପୂର୍ବରୁ ଓଁ ଉଚ୍ଚାରଣ କରାଯାଇଥାଏ। ବୌଦ୍ଧ, ଜୈନ, ଶିଖ୍‌ ଇତ୍ୟାଦି ଧର୍ମରେ ମଧ୍ୟ ଓଁ ଶବ୍ଦକୁ ଧାର୍ମିକ ମହତ୍ତ୍ୱ ଦିଆଯାଇଛି। ଓଁର ଆକ୍ଷରିକ ଅର୍ଥ ହେଲା ‘ସବୁକିଛି ଓ ସମସ୍ତେ’। ଅର୍ଥାତ୍‌ ଓଁ ମାନେ ସମଗ୍ର ବ୍ରହ୍ମାଣ୍ଡକୁ ସୂଚାଇ ଥାଏ। ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ମୁନି ଋଷିମାନେ ଏହି ପ୍ରାଚୀନତମ ମନ୍ତ୍ରକୁ ମାନବ ସମାଜର କଲ୍ୟାଣ ପାଇଁ ଦେଇ ଯାଇଛନ୍ତି। ଏହାର ମର୍ମ ଜାଣିବା ପାଇଁ ବୈଜ୍ଞାନିକମାନେ ପରିମାଣ ଭୌତିକ ବିଜ୍ଞାନ ବା କ୍ୱାଣ୍ଟମ ଫିଜିକ୍ସ ସାହାଯ୍ୟରେ ଚେଷ୍ଟା କରିଛନ୍ତି। ଏହି ବୈଜ୍ଞାନିକ ତଥ୍ୟ ଅନୁଯାୟୀ ବିଶ୍ୱର ସବୁ ଟିକି ନିକି ପଦାର୍ଥ ସୂକ୍ଷ୍ମ ସ୍ତରରେ ଭାଓଲିନର ଛୋଟ କମ୍ପନ ତାର ତରଙ୍ଗ ସଦୃଶ ଗଠିତ। ସେହି ଛୋଟ ତରଙ୍ଗ ତାରଗୁଡ଼ିକ ବିଭିନ୍ନ ପ୍ରକାର କମ୍ପନ କରି ଭିନ୍ନ ଭିନ୍ନ ପଦାର୍ଥର ଓଜନ ଓ ଆକାର ଦେଇ ସୂକ୍ଷ୍ମ କଣିକାକୁ ଆକାର ଦିଅନ୍ତି; ଯାହାକୁ ଅଣୁ ପରମାଣୁ କୁହାଯାଏ। ସେହି ସମାନ ତରଙ୍ଗ ଥିବା ସୂକ୍ଷ୍ମ କଣିକାଗୁଡ଼ିକ ମିଶି ପଦାର୍ଥକୁ ତିଆରି କରନ୍ତି। ସୂକ୍ଷ୍ମରୁ ସ୍ଥୂଳ ଦୁନିଆରେ ଆସିଲେ ସେହି ତରଙ୍ଗ ବା କମ୍ପନ ସାରା ବିଶ୍ୱରେ ଗୁଞ୍ଜରିତ ହେଉଥାଏ। ତେଣୁ ଆଧୁନିକ ବିଜ୍ଞାନରେ ଷ୍ଟ୍ରିଙ୍ଗ ଥିଓରିକୁ ସର୍ବୋଚ୍ଚ ମାନ୍ୟତା ଦିଆଯାଇଛି; ଯାହାକୁ ନେଇ ସାରା ବିଶ୍ୱ ପରସ୍ପର ସହ ଏକ ସନ୍ତୁଳନ ରକ୍ଷା କରି ରହିଛି। ଓଁ ଶବ୍ଦର ତରଙ୍ଗକୁ ପରୀକ୍ଷା କରି ଦେଖାଗଲା ଯେ ଏହି ଶବ୍ଦର ତରଙ୍ଗ ପ୍ରତ୍ୟେକ ପଦାର୍ଥର ଅଣୁ ପରମାଣୁରେ ଅଛି। ଓଁର କମ୍ପନ ତରଙ୍ଗ ବ୍ରହ୍ମାଣ୍ଡୀୟ ତରଙ୍ଗ ସହ ମେଳ ଖାଇ ସାରା ବିଶ୍ୱ ସହ ଆମକୁ ଆମ ଅଜାଣତରେ ସମ୍ପର୍କରେ ରଖେ; ଯୋଉଥିପାଇଁ ହିନ୍ଦୁ ଧର୍ମରେ ଓଁକୁ ଶବ୍ଦ ବ୍ରହ୍ମର ଆଖ୍ୟା ଦିଆଯାଇଛି।
ଓଁ ଶବ୍ଦର ଆଉ ଏକ ବୈଜ୍ଞାନିକ ବ୍ୟାଖ୍ୟାନ ହେଲା ଏହାର ଧ୍ୱନି। ବର୍ଣ୍ଣମାଳାର ଭିନ୍ନ ଭିନ୍ନ ଅକ୍ଷର ଉଚ୍ଚାରଣ କଲେ ଭିନ୍ନ ଭିନ୍ନ ଶବ୍ଦ ତରଙ୍ଗ ବାହାରେ ଏହା ଶରୀରର ଏକ ବିଶିଷ୍ଟ ଅଙ୍ଗ ସହ ସନ୍ତୁଳନ କରି କମ୍ପନ କରିଥାଏ। ସେହିପରି ଓଁ ଉଚ୍ଚାରଣରେ ଏକ ଅଲଗା ଶବ୍ଦ ତରଙ୍ଗ ବାହାରି ଥାଏ, ଯାହାର ଶବ୍ଦ ଆବୃତ୍ତି 432 Hz; ଯାହା ମନୁଷ୍ୟର ଶୁଣିବା ସୀମା 20Hz ରୁ 20000 Hz ଭିତରେ ଓ ଖୁବ୍‌ ନିମ୍ନ ସ୍ତରରେ। ଏହାର ଅର୍ଥ ହେଲା ଓଁ ଶବ୍ଦର ଧ୍ୱନି ତରଙ୍ଗ ବହୁତ ଲମ୍ବା ଓ ଏହା ଶୁଣା ନ ଗଲେ ମଧ୍ୟ ବ୍ୟାପକ ପରିସୀମା ପର୍ଯ୍ୟନ୍ତ ପ୍ରଭାବ ପକାଇ ଥାଏ। ତେଣୁ ଓଁ ର ଠିକ୍‌ ଉଚ୍ଚାରଣ କରି ଶରୀରକୁ ଅଦୃଶ୍ୟ ଭାବରେ ସମଗ୍ର ବିଶ୍ୱ ସହିତ ଯୋଡ଼ି ଦିଏ। ଏଠାରେ କହି ରଖିବା ଉଚିତ ହେବ ଯେ ଓଁ ଶବ୍ଦର ତରଙ୍ଗ ଆବୃତ୍ତି ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥିବା ବେଳର ତରଙ୍ଗ ଆବୃତ୍ତିି ସହ ସମାନ। ଅନ୍ୟ ଅର୍ଥରେ ପୃଥିବୀ ମଧ୍ୟ ସର୍ବଦା ଓଁ ଉଚ୍ଚାରଣ କରୁଛି ବୋଲି କହିଲେ ଭୁଲ୍‌ ହେବନି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭେଷଜ ଶାସ୍ତ୍ରରେ ଶବ୍ଦ ଓ ଶବ୍ଦ ତରଙ୍ଗ ବ୍ୟବହାର କରି ଉପଚାର କରିବାର ଉଦାହରଣ ରହିଛି। ସେହିପରି ଓଁ ଶବ୍ଦ ଉଚ୍ଚାରଣ ଦ୍ୱାରା ଶରୀର ଭିତରେ ଆଶ୍ଚର୍ଯ୍ୟଜନକ ପ୍ରଭାବ ପଡ଼ିଥିବାର ପ୍ରାମାଣିକ ତଥ୍ୟ ରହିଛି। ଆଧୁନିକ ବିଜ୍ଞାନ ସାହାଯ୍ୟରେ ଶବ୍ଦ ତରଙ୍ଗର ତର୍ଜମା ଏବଂ ଓଁ ଜପ ବେଳେ ମସ୍ତିଷ୍କର ଚୁମ୍ବକୀୟ ଚିତ୍ର ଅଧ୍ୟୟନ କରି ଅନେକ ତଥ୍ୟ ଜଣାପଡ଼ିଛି। ଏହା ମଧ୍ୟରେ ମନ ଶାନ୍ତ ହେବା, ହୃତ୍‌ପିଣ୍ଡର ବେଗ ସନ୍ତୁଳିତ ହେବା ଓ ସର୍ବୋପରି ମସ୍ତିଷ୍କକୁ ଶାନ୍ତି ଓ ଶୀତଳତା ପ୍ରଦାନ କଲା ଭଳି ପ୍ରଭାବ ପଡ଼ିଥାଏ। ଓଁ ଶବ୍ଦର ସମୟ ତରଙ୍ଗ ଗବେଷଣା କରି ଦୁଇଜଣ ବୈଜ୍ଞାନିକ ଏକ ଖ୍ୟାତିସମ୍ପନ୍ନ ବିଜ୍ଞାନ ପତ୍ରିକାରେ କିଛି ବର୍ଷ ତଳେ ତାଙ୍କର ଗଣେଷଣା ପ୍ରକାଶ କରିଥିଲେ। ଗାଣିତିକ ମଡେଲ ସାହାଯ୍ୟରେ ସେମାନେ ଓଁ ଜପ କରୁଥିବା ଲୋକ ମାନଙ୍କ ଭିତରେ ଗବେଷଣା କରି ଅତି ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ। ସେହି ଗବେଷଣା ଅନୁସାରେ ଓଁ ଶବ୍ଦର ଜପ ସମୟ ସୀମା ଅନୁସାରେ ମନୁଷ୍ୟର ଧୈର୍ଯ୍ୟ ଓ ଏକାଗ୍ରତା ବଢ଼ିଥାଏ। ଏହା ସହିତ ଓଁ ଉଚ୍ଚାରଣ କଲେ ମନରୁ ଅଯଥା ଶୋଚନା ଓ କ୍ଳେଶ ଦୂର ହୋଇଥାଏ ବୋଲି ପ୍ରମାଣିତ କରିଥିଲେ। ଓଁ ଶବ୍ଦର ବୈଜ୍ଞାନିକ ଅର୍ଥ ଓ ତର୍ଜମା କଲେ ଏହାକୁ କୌଣସି ଧର୍ମ ସହ ଯୋଡ଼ିବା ଭୁଲ୍‌ ହେବ। ବରଂ ଓଁ ଏକ ଭୌଗୋଳିକ ଶବ୍ଦ ତରଙ୍ଗ ସୃଷ୍ଟି କରୁଥିବା ଶବ୍ଦ, ଯାହା ଆମକୁ ବିଶ୍ୱ ସହ ଯୋଡ଼ିଦିଏ। ମନକୁ ଶାନ୍ତ ଓ ମସ୍ତିଷ୍କକୁ ବିଶ୍ରାମ ଦେଇ ଚରମ ଆନନ୍ଦ ପ୍ରଦାନ କରିଥାଏ। ଓଁ ପ୍ରାଚୀନ ଭାରତୀୟ ମୁନି ଋଷିମାନଙ୍କର ଅଧ୍ୟୟନ ଓ ଗବେଷଣାର ଫଳ, ଯାହା ବିଶ୍ୱକୁ ଉପହାର ସ୍ବରୂପ ମିଳିଛି। ଓଁ ଶବ୍ଦ ଉଚ୍ଚାରଣ କଲେ କୌଣସି ବ୍ୟକ୍ତି କିମ୍ବା ଦେବତା ବିଶେଷକୁ ଦର୍ଶାଇ ନ ଥାଏ। ଗୁରୁ ଗ୍ରନ୍ଥ ସାହିବରେ ଏକ ସୁନ୍ଦର ପଙ୍‌କ୍ତି କହେ ‘ଏକ ଓଁକାର ଶତ ନାମ, କରତା ପୁରଖ…’ ଅର୍ଥାତ୍‌ କେବଳ ଓଁ ଭିତରେ ସବୁ କିଛି। ହଜାର ହଜାର ବର୍ଷ ତଳେ ଓଁ ପରି ଏକ ଅଦ୍ଭୁତ ଶବ୍ଦ ଭାରତର ମୁନି ଋଷିମାନେ ଉପହାର ଦେଇ ଯାଇଛନ୍ତି; ଯାହାର ଉଚ୍ଚାରଣରେ ଏକ ବୈଶ୍ୱିକ ଧ୍ୱନି ତରଙ୍ଗ ତିଆରି ହୁଏ ଓ ଆମକୁ ସାରା ବିଶ୍ୱ ସହ ଅଦୃଶ୍ୟ ସମ୍ପର୍କର ସୂତା ଖିଅରେ ଯୋଡ଼ି ଦିଏ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri