ଅଲିଭ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଆରମ୍ଭ: ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ଅଗରନାସୀ, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ କଇଁଛମାନେ ଅଣ୍ଡାଦାନ ପରେ ସମୁଦ୍ରକୁ ଫେରି ଯାଇଥାନ୍ତି। ଗୋଟିଏ ଅଲିଭ ରିଡ୍‌ଲେ ୮୦ରୁ ୧୨୦ ପର୍ଯ୍ୟନ୍ତ ବାଲିରେ ଅଣ୍ଡାଦାନ କରିଥାନ୍ତି। ତେବେ ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ପୂର୍ଣ୍ଣ ଜୀବନ ବଞ୍ଚତ୍ଥାନ୍ତି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି। ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଓ ବନ୍ୟ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏହି ବିରଳ କଇଁଛ ହ୍ରାସ ପାଉଥିବା ସେ ଦର୍ଶାଇଛନ୍ତି।
ସୂଚନା ମୁତାବକ, ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍‌ଲେ ଓ ଅଲିଭ ରିଡ୍‌ଲେ ଆଦି ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍‌ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। କେତେକ କ୍ଷେତ୍ରରେ ସମୁଦ୍ରରେ ଏମାନଙ୍କ ଆସିବା ସମୟରେ ମୃତ୍ୟୁ ହେଉଥିବା ବେଳେ ଅଣ୍ଡାରୁ ଶାବକ ହେବା ପୂର୍ବରୁ ବିପର୍ଯ୍ୟୟର ଶିକାର ହେବାକୁ ପଡ଼େ। ଅଣ୍ଡା ଓ ଶାବକକୁ କୁକୁର, କଙ୍କଡା, ପକ୍ଷୀ, ସରୀସୃପ ଓ ବନ୍ୟଜନ୍ତୁଙ୍କ ବିପଦ ଅଛି। ଶାବକମାନେ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ରାତିର ସାମାନ୍ୟ ଆଲୁଅରେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର କେତେକ ଅଞ୍ଚଳରେ ଗାଡ଼ିର ଉଜ୍ଜ୍ୱଳ ଆଲୋକ ପରି ଅନ୍ୟ ଆଲୋକ ଉତ୍ସକୁ ଅନୁସରଣ କରି ସମୁଦ୍ରର ବିପରୀତ ମୁଖା ହେବା ନଜିର ଅଛି। ସେହିପରି ସମୁଦ୍ର କୂଳରେ ପଡିଥିବା ଆବର୍ଜନା ଶାବକକୁ ଫେରିବାରେ ବାଧା ଦେଇଥାଏ। ନିଷିଦ୍ଧାଞ୍ଚଳରେ ପଶି କଇଁଛ ଅଣ୍ଡା ଓ ଶାବକକୁ କେତେଜଣ ବ୍ୟକ୍ତି ଚୋରାଇ ନେଇ ବ୍ୟବସାୟ କରିଥାନ୍ତି। ସମୁଦ୍ରରେ ପହଞ୍ଚତ୍ବା ପରେ ମଧ୍ୟ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି। ମତ୍ସ୍ୟ ବ୍ୟବସାୟୀଙ୍କ ଗିଲନେଟର, ଟ୍ରଲର ମାଡ, ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ଅନ୍ୟ ବର୍ଜବସ୍ତୁର ଆହାର, ଭାସମାନ ତୈଳ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରେ। ସମୁଦ୍ର କୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, ଜାଲରେ ଟିଇଡି (ଟର୍ଟଲ ଏକ୍ସକ୍ଲ୍ୟଡର ଡିଭାଇସ) ଲଗାଇବା, ଅଣ୍ଡାଦାନ ସମୟରେ କୃତ୍ରିମ ଆଲୋକ ବ୍ୟବହାର ନ କଲେ ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ରେଞ୍ଜ ଅଧିକାରୀ ଭୋଇ ସୂଚନା ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ସ୍ଥାନୀୟ ବନବିଭାଗର କର୍ମଚାରୀ ଅଭାବ ସହ ବେଆଇନ ମାଛ ଧରା କଇଁଛ ସୁରକ୍ଷା ପାଇଁ ବାଧକ ସାଜିଛି। ଏଥିସହ ତଟବର୍ତ୍ତୀ ଅଞ୍ଚଳରେ ବଢୁଥିବା ଚିଙ୍ଗୁଡି ଘେରିରୁ ବାହାରୁ ଥିବା ବିଷାକ୍ତ ରାସାୟନିକ ଦ୍ରବ୍ୟ କଇଁଛଙ୍କ ମୃତ୍ୟୁର କାରଣ ହୋଇଛି। ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏହି ବିରଳ କଇଁଛଙ୍କ ସମୂହ ନଷ୍ଟର କାରଣ ହେବ। ଜୀବଜନ୍ତୁଙ୍କୁ ଭଲ ପାଇବା ସହ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri