Posted inରାଜ୍ୟ

ସବୁ ଜିଲାରେ ଖୋଲିବ ବୃଦ୍ଧାଶ୍ରମ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ରାଜ୍ୟ ସରକାର ସବୁ ଜିଲାରେ ପୁରୁଣା ବୃଦ୍ଧାଶ୍ରମରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୂଆ ବୃଦ୍ଧାଶ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ପକ୍ଷରୁ ସମସ୍ତ ଜିଲାପାଳଙ୍କଠାରୁ ନୂଆ ଏବଂ ପୁରୁଣା ବୃଦ୍ଧାଶ୍ରମ ସମ୍ପର୍କରେ ପ୍ରସ୍ତାବ ମଗାଯାଇଛିି। ରାଜ୍ୟରେ ଭାରତ ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା (ଅଭୟ) ଅଧୀନରେ ସମୁଦାୟ ୯୧ଟି ବୃଦ୍ଧାଶ୍ରମ ଚାଲୁଛି। ସେହିପରି ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ମଧ୍ୟ କିଛି ଜିଲାରେ ବୃଦ୍ଧାଶ୍ରମ ଖୋଲାଯାଇଛି। ସରକାରଙ୍କ ପକ୍ଷରୁ ଏଗୁଡ଼ିକୁ ବେସରକାରୀ ଅନୁଷ୍ଠାନ ପରିଚାଳନା କରୁଛନ୍ତି। ପରିଚାଳନା ବାବଦରେ ବାର୍ଷିକ ପ୍ରାୟ ୭୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି। ଇତିମଧ୍ୟରେ ବୃଦ୍ଧାଶ୍ରମର ଆବଶ୍ୟକତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ନୂଆ ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଜିଲାପାଳମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ଏଥିସହ କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମ ପାଇଁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏସ୍‌ଏସ୍‌ଇପିଡି ବିଭାଗର ଅନୁସଚିବ ସତ୍ୟବ୍ରତ ସାମଲ ସବୁ ଜିଲାର ଜିଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଅନୁଦାନ ପାଇବା ପାଇଁ ସରକାରଙ୍କୁ ଯେଉଁ ପ୍ରସ୍ତାବ ପଠାଯିବ ତାହା ଜିଲାସ୍ତରରେ ଭଲ ଭାବେ ଯାଞ୍ଚ କରାଯିବା ସହିତ ଜିଲାସ୍ତରୀୟ ପ୍ରକଳ୍ପ ପରିଯୋଜନା କମିଟି (ଡିଏଲ୍‌ପିଏସି)ର ଅନୁମୋଦନ ଲାଭ କରିବା ଆବଶ୍ୟକ। ଡିସେମ୍ବର ୨୨ ତାରିଖ ସୁଦ୍ଧା ଇ-ଅନୁଦାନ ପୋର୍ଟାଲ ମାଧ୍ୟମରେ ବୃଦ୍ଧାଶ୍ରମ ସମ୍ପର୍କିତ ପ୍ରସ୍ତାବ ଦାଖଲ କରିବା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି। ୨୦୨୬ ସୁଦ୍ଧା ରାଜ୍ୟରେ ବୃଦ୍ଧବ୍ୟକ୍ତିଙ୍କ ସଂଖ୍ୟା ୬୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri