Posted inରାଜ୍ୟ

ସବୁ ଜିଲାରେ ଖୋଲିବ ବୃଦ୍ଧାଶ୍ରମ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ରାଜ୍ୟ ସରକାର ସବୁ ଜିଲାରେ ପୁରୁଣା ବୃଦ୍ଧାଶ୍ରମରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୂଆ ବୃଦ୍ଧାଶ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ପକ୍ଷରୁ ସମସ୍ତ ଜିଲାପାଳଙ୍କଠାରୁ ନୂଆ ଏବଂ ପୁରୁଣା ବୃଦ୍ଧାଶ୍ରମ ସମ୍ପର୍କରେ ପ୍ରସ୍ତାବ ମଗାଯାଇଛିି। ରାଜ୍ୟରେ ଭାରତ ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା (ଅଭୟ) ଅଧୀନରେ ସମୁଦାୟ ୯୧ଟି ବୃଦ୍ଧାଶ୍ରମ ଚାଲୁଛି। ସେହିପରି ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ମଧ୍ୟ କିଛି ଜିଲାରେ ବୃଦ୍ଧାଶ୍ରମ ଖୋଲାଯାଇଛି। ସରକାରଙ୍କ ପକ୍ଷରୁ ଏଗୁଡ଼ିକୁ ବେସରକାରୀ ଅନୁଷ୍ଠାନ ପରିଚାଳନା କରୁଛନ୍ତି। ପରିଚାଳନା ବାବଦରେ ବାର୍ଷିକ ପ୍ରାୟ ୭୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି। ଇତିମଧ୍ୟରେ ବୃଦ୍ଧାଶ୍ରମର ଆବଶ୍ୟକତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ନୂଆ ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଜିଲାପାଳମାନଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ଏଥିସହ କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମ ପାଇଁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏସ୍‌ଏସ୍‌ଇପିଡି ବିଭାଗର ଅନୁସଚିବ ସତ୍ୟବ୍ରତ ସାମଲ ସବୁ ଜିଲାର ଜିଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଅନୁଦାନ ପାଇବା ପାଇଁ ସରକାରଙ୍କୁ ଯେଉଁ ପ୍ରସ୍ତାବ ପଠାଯିବ ତାହା ଜିଲାସ୍ତରରେ ଭଲ ଭାବେ ଯାଞ୍ଚ କରାଯିବା ସହିତ ଜିଲାସ୍ତରୀୟ ପ୍ରକଳ୍ପ ପରିଯୋଜନା କମିଟି (ଡିଏଲ୍‌ପିଏସି)ର ଅନୁମୋଦନ ଲାଭ କରିବା ଆବଶ୍ୟକ। ଡିସେମ୍ବର ୨୨ ତାରିଖ ସୁଦ୍ଧା ଇ-ଅନୁଦାନ ପୋର୍ଟାଲ ମାଧ୍ୟମରେ ବୃଦ୍ଧାଶ୍ରମ ସମ୍ପର୍କିତ ପ୍ରସ୍ତାବ ଦାଖଲ କରିବା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି। ୨୦୨୬ ସୁଦ୍ଧା ରାଜ୍ୟରେ ବୃଦ୍ଧବ୍ୟକ୍ତିଙ୍କ ସଂଖ୍ୟା ୬୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri