ଶାଗମାଛ ଦରରେ ଧାନ ବିକୁଛନ୍ତି ଚାଷୀ

ଗୋପବନ୍ଧୁ ନଗର,୧୮।୧୨(ଡି.ଏନ.ଏ): ଗୋପବନ୍ଧୁ ନଗର ବ୍ଲକ୍‌ ଆଦିବାସୀ ଅଧୂଷିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି ମୁଖ୍ୟ ଓ ପ୍ରଧାନ ଜୀବିକା। ତେବେ ଡିସେମ୍ବର ଅଧା ହୋଇ ଯାଇଥିଲେ ମଧ୍ୟ ସରକାରୀସ୍ତରରେ ମଣ୍ଡି ଖୋଲିନାହିଁ। ଫଳରେ ସାଧାରଣ ଖର୍ଚ୍ଚ ପାଇଁ ଚାଷୀ ଗାଁ ଗଣ୍ଡାରେ ଲାଗିଥିବା ଧାନ କଣ୍ଟା ଗୁଡ଼ିକରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡି ନ ଖୋଲିବାର ସୁଯୋଗ ନେଇ ଗାଁ ଦଲାଲଙ୍କ ସହାୟତାରେ ବାହାର ରାଜ୍ୟର ବେପାରୀ ଟ୍ରକ ଟ୍ରକ ଧାନ ଚାଲାଣ କରୁଛନ୍ତି। ଚାଷୀ ମହେଶ ଦାସ ଓ ଗିରିଧର ସିଂ କହିଛନ୍ତି, ଚାଷରେ ବହୁତ ପଇସା ଖର୍ଚ୍ଚ ହୋଇଛି। ଏବେ ମେସିନ ଲଗାଇ ଧାନ କଟାଯାଇଛି। ଏଥିସହ ମୁଲିଆ ମଜୁରୀ ଟଙ୍କା ବାକି ରହିଛି। ଏ ପର୍ଯ୍ୟନ୍ତ ସରକାରୀ ମଣ୍ଡି ଖୋଲି ନାହିଁ। କିନ୍ତୁ ଘର ଚଳାଇବାକୁ ଓ ବାକି ସୁଜିବାକୁ ବାଧ୍ୟ ହୋଇ ୧୩୫୦ ଟଙ୍କାରେ ଧାନ ବିକିବାକୁ ପଡୁଛି। ଏପରି ଭାବେ ୨୦ ପ୍ରତିଶତ ଧାନ ଗାଁମାନଙ୍କରେ ବିକ୍ରି ସରିଲାଣି। ମୟୂରଭଞ୍ଜ ଜିଲାରେ ଆସନ୍ତା ୨୦ରେ ମଣ୍ଡି ଖୋଲାଯିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ଉକ୍ତ ବ୍ଲକ୍‌ରେ କେବେ ଶୁଭାରମ୍ଭ ହେବ ତାହା ସଠିକ୍‌ ଜଣାପଡ଼ିନାହିଁ। ଚଳିତ ବର୍ଷ ଗୋପବନ୍ଧୁ ନଗର ବ୍ଲକ୍‌ର ମୋଟ ୩୨୯୬ ଜଣ ଚାଷୀଙ୍କର ପଞ୍ଜୀକରଣ ହୋଇଛି। ସେଥି ମଧ୍ୟରୁ କୁଶଳଦା ଲ୍ୟାମ୍ପସର ୯୭୮, ପଶୁଦା ଲ୍ୟାମ୍ପସର ୧୨୪୭ ଓ ଖୁଣ୍ଟା ଲ୍ୟାମ୍ପସର ୧୦୭୧ ଜଣ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ୧୨୭ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ୧୬୫ ହଜାର କ୍ବିଣ୍ଟାଲକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?