OISFର ହେବ ଆଉ ଏକ ବାଟାଲିଅନ, ୧୦୪୦ ପଦବୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର, ୧୯ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’(ଓଆଇଏସ୍‌ଏଫ୍‌)ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଓଆଇଏସ୍‌ଏଫ୍‌ରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ ରହିଛି। ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ। ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ।

ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜି୍ୟକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୂଆ ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଅଘଟଣ, ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଫେରିଆସିଲା ବାଲି ଯାଉଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୮।୬: ବୁଧବାର ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ବାଲିକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ବିମାନକୁ...

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ...

ମୋରଡ଼ା ଅଞ୍ଚଳରେ ବଢ଼ି ଚାଲିଛି ହାତୀ ଉପଦ୍ରବ: ଶୋଇଥିବାବେଳେ ଜଣଙ୍କୁ ଘରୁ ଘୋଷାଡ଼ି ଆଣି ଦଳି ଦେଲେ

ମୋରଡ଼ା,୧୮ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଜନ ଅସନ୍ତୋଷ ବଢ଼ି ଚାଲିଛି। ସୂଚନାନୁଯାୟୀ, ଉକ୍ତ ନିର୍ବାଚନମଣ୍ଡଳୀର ରାସଗୋବିନ୍ଦପୁର ରେଞ୍ଜ...

ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା...

ମୁନୀରଙ୍କ ସହ ଲଞ୍ଚ୍‌ କରିଥାନ୍ତେ ଟ୍ରମ୍ପ: ଏହା ପୂର୍ବରୁ ମୁହେଁ ମୁହେଁ ଏମିତି କଥା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନରେ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଅନୁରୋଧରେ, ଉଭୟ ନେତା ଫୋନରେ କଥା ହୋଇଥିଲେ। ଏହି ଆଲୋଚନା...

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri