ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ବୁଧବାର ନେଟିଜେନ୍ସ ଟୁଇଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଟୁଇଟରରେ ହାସ୍‌ଟ୍ୟାଗ୍‌ ପେଟ୍ରୋଲ-ଡିଜେଲ ପ୍ରାଇସ ହାଇକ୍‌ ଏବଂ ହାସ୍‌ଟ୍ୟାଗ୍‌ ପେଟ୍ରୋଲ ୧୦୦ ନଟ୍‌ ଆଉଟ ଭଳି ଟ୍ରେଣ୍ଡ କରୁଥିବା ଦେଖାଯାଇଛି। ଲୋକମାନେ ତେଲ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହୋଇ ରହିଥିବା ବେଳେ ଟୁଇଟରରେ ସେମାନଙ୍କ ରୋଷ ଦେଖାଉଛନ୍ତି। ସରକାରଙ୍କୁ ତାତ୍ସଲ୍ୟ ଏବଂ ଗାଳି କରୁଥିବା ଦେଖାଯାଇଛି।
ଏଥିଲାଗି ଲୋକମାନେ ନୂଆ ମିମ୍ସ ଏବଂ ଜୋକ ବ୍ୟବହାର କରୁଛନ୍ତି। ଲୋକେ ବାଇସାଇକେଲ ଛବି ପୋଷ୍ଟକରି ଲେଖିଛନ୍ତି, ତେଲ ଦର ବଢ଼ିବା ପରେ ଭାରତୀୟମାନେ କେବଳ ଏଭଳି ବାଇକ ଚଳାଇବାକୁ ସକ୍ଷମ ହେବେ। ଟୁଇଟରରେ ଏହାକୁ ‘ଦେଶୀ ବାଇକ ଆଫ୍‌ଟର ପେଟ୍ରୋଲ, ଡିଜେଲ ହାଇକ’ ହାସ୍‌ଟ୍ୟାଗ୍‌ରେ ପୋଷ୍ଟ କରାଯାଇଛି। ନରେନ୍ଦ୍ର ମୋଦିଙ୍କୁ ସମାଲୋଚନାକରି ଏକ ପୋଷ୍ଟରେ ଲେଖାଯାଇଛି, ‘କାଶ ବୋ ବୁରେ ଦିନ ହି ଓ୍ବାପସ ଆୟେ’( ସେହି ଖରାପ ଦିନ ପୁଣି ଫେରି ଆସୁ)। ଏଠାରେ ମୋଦିଙ୍କ ୨୦୧୪ ନିର୍ବାଚନ ସମୟର ଏକ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ଲେଖାଅଛି, ‘ଅଚ୍ଛେ ଦିନ୍‌ ଆଏଙ୍ଗେ’ (ଭଲ ଦିନ ଆସିବ)। ମାତ୍ର ଲୋକମାନେ ଦର ବୃଦ୍ଧି ସହୁଥିବାରୁ ସେମାନଙ୍କ ଅସନ୍ତୋଷ ଏଭଳି ଉପାୟରେ ଦେଖାଉଛନ୍ତି।
ଟୁଇଟରେ ୧୯୬୩ର ପେଟ୍ରୋଲ ବିଲ୍‌ ଉପରେ ଏକ ଫଟୋ ପୋଷ୍ଟ ହୋଇଛି, ଯେଉଁଠାରେ ତେଲ ଦର ଲିଟର ପିଛା ୭୨ ପଇସା ରହିଛି। ଏହା ବେଶି ଟ୍ରେଣ୍ଡ କରୁଥିବା ଦେଖାଯାଇଛି। ଏଥିରେ ଲୋକମାନେ ରିପ୍ଲାଇ କରି କହିଛନ୍ତି, ‘ଯଦି ଟାଇମ ମେଶିନ ଥାନ୍ତା ତେବେ ସେହି ସମୟକୁ ଯାଇ ପେଟ୍ରୋଲ ଭରି ଆସିବା ସହଜ ହୋଇଥାନ୍ତା’। ଉଲ୍ଲେଖଯୋଗ୍ୟ, ବୁଧବାର ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୩ ପଇସା ବଢ଼ିଛି। ନୂଆଦିଲ୍ଲୀ ଶେଷ ମେଟ୍ରୋ ସହର ଥିଲା ଯେଉଁଠାରେ ତେଲ ଦର ବର୍ତ୍ତମାନ ୧୦୦ ଛୁଇଁଛି। ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ ପୁଣେ ଭଳି ସ୍ଥାନରେ ତେଲ ଦର ପୂର୍ବରୁ ଶତକ ମାରିଛି। କୋଲକାତାରେ ମଧ୍ୟ ଦର ୧୦୦ ଛୁଇଁଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତେଲ ଦରରେ ଷ୍ଟପେଜ ନାହିଁ। ପ୍ରତି ସକାଳେ ଉଠିଲେ ଏହି ଖବର। ଯେଭଳି ଆଉ କିଛି ଖବର ହିଁ ନାହିଁ। କେବଳ ନିର୍ବାଚନ ହିଁ ସାଧାରଣ ଲୋକଙ୍କୁ ଏଭଳି ସମସ୍ୟାରୁ ବଞ୍ଚାଇପାରିବ। ଅନ୍ୟ ଏକ ପୋଷ୍ଟରେ ଏମିତି କିଛି ଲେଖା ଅଛି, ପେଟ୍ରୋଲ ଡିଜେଲ ୧୦୦ ଛୁଇଁଥିବା ବେଳେ ମୋଦି କ୍ୟାବିନେଟ ସମ୍ପ୍ରସାରଣ କରୁଛନ୍ତି। ଏହା ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଦର ଦାମରୁ ଲୋକଙ୍କୁ ବର୍ତ୍ତମାନ ତ୍ରାହି ମିଳୁନି। ଏଭଳି ସ୍ଥିତିରେ ସରକାର ତେଲ ଦର ୧୦୦ ଟଙ୍କା କରିଛନ୍ତି। ଏଭଳି ପୋଷ୍ଟକୁ ଦେଖିଲେ ତେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ହତାଶା ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ଅଙ୍କିତ ଗୌତମ(୨୮) ନାମକ ଜଣେ ୟୁଜର କହିଛନ୍ତି, ତେଲ ଦର ବଢ଼ିବାରୁ ପୂର୍ବାପେକ୍ଷା ତାଙ୍କୁ ୩୦% ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଅତି ଦରକାର ନ ହେଲେ କାରକୁ ବର୍ତ୍ତମାନ ନା କହିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri